ଓଡ଼ିଶାର ୪ ରାଜ୍ୟସଭା ସଦସ୍ୟ ୨୨ରେ ନେବେ ଶପଥ

୨୨ରେ ଶପଥ ନେବେ ଓଡ଼ିଶାର ୪ ରାଜ୍ୟସଭା ସଦସ୍ୟ

ନୂଆଦିଲ୍ଲୀ : ଓଡ଼ିଶାରୁ ୪ ନିର୍ବାଚିତ ରାଜ୍ୟସଭା ସଦସ୍ୟ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ୨୨ରେ ଶପଥ ଗ୍ରହଣ କରିବେ। ଏହି ଚାରି ଜଣ ସଦସ୍ୟ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଶପଥ ନେବାର ଥିଲା। କିନ୍ତୁ କରୋନା କଟକଣା ଓ ଲକ୍‌ଡାଉନ ଯୋଗୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିୟା ନାଇଡୁ ଶପଥ ଗ୍ରହଣ ଉତ୍ସବକୁ ବାତିଲ କରିଦେଇଥିଲେ। ଆଜି ରାଜ୍ୟସଭା ସଚିବାଳୟ ପକ୍ଷରୁ ରାଜ୍ୟସଭା ନିର୍ବାଚନରେ ନିର୍ବାଚିତ ୬୧ ସଦସ୍ୟ ୨୨ ରେ ଶପଥ ନେବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବା ସୂଚନା ଦିଆଯାଇଛି। ପ୍ରଥମଥର ପାଇଁ ୬୧ ଜଣ ସଦସ୍ୟ ରାଜ୍ୟସଭାର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବ ଦେଖିବା ପାଇଁ ନିର୍ବାଚିତ ସଦସ୍ୟଙ୍କ ପରିବାରର ଏକମାତ୍ର ସଦସ୍ୟ କିମ୍ବା ଅତିଥି ଯୋଗ ଦେଇପାରି‌େବ। ରାଜ୍ୟସଭା ଗ୍ୟାଲେରୀରେ ସାମଜିକ ଦୂରତ୍ବ ନିୟମ ଅନୁସାରେ ନିର୍ବାଚିତ ସଦସ୍ୟଙ୍କ ପରିବାରର ସଦସ୍ୟ/ଅତିଥିଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯାଇଥିବାର ରାଜ୍ୟସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟସଭା ସେକ୍ରେ‌ଟାରୀ ଜେନେରାଲଙ୍କ ଦ୍ବାରା ନବନିର୍ବାଚିତ ସଦସ୍ୟମାନଙ୍କୁ ୨୨ ତାରିଖରେ ଶପଥ ଗ୍ରହଣ କରିବା ପାଇଁ ପତ୍ର ଲେଖାଯିବ, ଯେଉଁମାନେ ସେଦିନ ଶପଥ ଗ୍ରହଣ କରିପାରିବେ ନାହିଁ, ସେମାନେ ମୌସୁମୀ ଅଧିବେଶନରେ ଶପଥ ନେବେ। ନବନିର୍ବାଚିତ ସଦସ୍ୟମାନେ ବିନା ଶପଥ ଗ୍ରହଣରେ କମିଟି ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ରାଜ୍ୟସଭା ସଚିବାଳୟ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

କରୋନା ସଂକ୍ରମିତ ବୃଦ୍ଧ ଦମ୍ପତିଙ୍କ ଜିତାପଟ

Sat Jul 18 , 2020
ଚିକିତ୍ସା ବେଳେ ମେଡିକାଲ୍‌ରେ ହୋଇଥିଲେ ସଂକ୍ରମିତ କେନ୍ଦ୍ରାପଡ଼ା : ସ୍ବାମୀଙ୍କୁ ୮୫, ପତ୍ନୀଙ୍କୁ ୭୮। କେନ୍ଦ୍ରାପଡ଼ା ବ୍ଲକ୍‌ ବଗଡ଼ା ପଞ୍ଚାୟତ ବଳିରାଜ ଗାଁର ଏହି ଦମ୍ପତି ପରିଣତ ବୟସରେ କରୋନାକୁ ହରାଇ ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ଘଟଣା କରୋନା ସ˚କ୍ରମିତଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବି ଉଭୟଙ୍କ ଧୈର୍ଯ୍ୟ ଓ ସାହସକୁ ସାବାସୀ ଜଣାଇବା ସହ ଅନ୍ୟ ସଂକ୍ରମିତଙ୍କୁ କରୋନା ବିରୋଧୀ ଲଢେ଼ଇରେ […]
ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୪୬୯

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial