ଗଞ୍ଜାମରେ ୫ ହଜାର ପାର୍‌, ଦିନକରେ ପୁଣି ୨ ମୃତ, ୨୪୩ ପଜିଟିଭ୍ : ମୃତ୍ୟୁ ସଂଖ୍ୟା ୫୩ ଛୁଇଁଲା

କଟକ ସହରରେ ପୁଣି ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ!

ବ୍ରହ୍ମପୁର : ରାଜ୍ୟର ଏକ ତୃତୀୟାଂଶ କରୋନା ଆକ୍ରାନ୍ତ କେବଳ ଗଞ୍ଜାମରେ। ଗଞ୍ଜାମରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ମଧ୍ୟ ରାଜ୍ୟ ମୃତ୍ୟୁ ସଂଖ୍ୟାର ୬୦ ପ୍ରତିଶତ। ଜିଲ୍ଲାରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପରେ ଏଯାବତ୍‌ ଲଗାମ ଲାଗି ପାରିନାହିଁ। ଆଜି ପୁଣି ଆଉ ଦୁଇ ଜଣଙ୍କ ମୃତ୍ୟୁ ପରେ କୋଭିଡ୍ ମୃତ୍ୟୁ ୫୦ ଓ ଅଣକୋଭିଡ୍‌ ୩ ଜଣଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି। ଆଜି ଯେଉଁ ଦୁଇ ଜଣଙ୍କ ମୃତ୍ୟୁ ଘୋଷଣା କରାଯାଇଛି ସେମାନଙ୍କ ମଧ୍ୟରେ ମଧୁମେହ ରୋଗରେ ପୀଡ଼ିତ ୫୭ ବର୍ଷୀୟ ପୁରୁଷ ଏବଂ କିଡ୍‌ନି ରୋଗରେ ପୀଡ଼ିତ ୬୦ ବର୍ଷୀୟ ଯୁବକ ଅଛନ୍ତି। ଅନ୍ୟପକ୍ଷରେ ଜିଲ୍ଳାରୁ ଆଜି ୨୩୧ଜଣ ସ˚କ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୦ଜଣ କୋଭିଡ୍‌ ଯୋଦ୍ଧା, ରାଜ୍ୟ ବାହାର ଫେରନ୍ତା ୮ ଜଣ ଓ ପଜିଟିଭ୍‌ଙ୍କ ସ˚ସ୍ପର୍ଶରେ ଆସି ସ୍ଥାନୀୟ ସ˚କ୍ରମିତ ତଥା ସାଧାରଣ ଲୋକଙ୍କ ସଂଖ୍ୟା ୧୯୩ ରହିଛି। ସ˚କ୍ରମିତ କୋଭିଡ଼୍‌ ଯୋଦ୍ଧାଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ଅଞ୍ଚଳର ୭ଜଣ, ବେଲଗୁଣ୍ଠା ଓ ଖଲ୍ଲିକୋଟ ଅଞ୍ଚଳର ୩ଜଣ ଲେଖାଏଁ, କବିସୂର୍ଯ୍ୟନଗର ଓ ସାନଖେମୁଣ୍ଡି ଅଞ୍ଚଳର ୪ଜଣ ଲେଖାଏଁ, ଚିକିଟି, ହଞ୍ଜିଳିକାଟୁ ଓ ଶେରଗଡ଼ ଅଞ୍ଚଳର ୨ଜଣ ଲେଖାଏଁ ଓ ବେଗୁନିଆପଡ଼ା, ପାତ୍ରପୁର ଓ ରଙ୍ଗେଇଲୁଣ୍ଡା ଅଞ୍ଚଳର ଜଣେ ଲେଖାଏଁ ରହିଛନ୍ତି। ବେଗୁନିଆପଡ଼ା, ଛତ୍ରପୁର ଓ କବିସୂର୍ଯ୍ୟନଗର ଅଞ୍ଚଳର ଜଣେ ଲେଖାଏଁ, ବେଲଗୁଣ୍ଠା ଅଞ୍ଚଳର ୨ଜଣ ଓ ଚିକିଟି ଅଞ୍ଚଳର ୩ଜଣ ଗସ୍ତ ବିବରଣୀ ରହିଥିବା ସଂକ୍ରମିତ ରହିଛନ୍ତି।
ପଜିଟିଭ୍‌ଙ୍କ ସ˚ସ୍ପର୍ଶରେ ଆସି ସ୍ଥାନୀୟ ସ˚କ୍ରମିତଙ୍କ ମଧ୍ୟରେ ଆସିକା ଓ ଭଞ୍ଜନଗର ଅଞ୍ଚଳର ୨ଜଣ ଲେଖାଏଁ, ବ୍ରହ୍ମପୁର ମହାନଗର ଅଞ୍ଚଳର ୧୫ ଜଣ, ବେଗୁନିଆପଡ଼ା ଅଞ୍ଚଳର ୩୧ଜଣ, ବେଲଗୁଣ୍ଠା ଅଞ୍ଚଳର ୧୩ଜଣ, ଛତ୍ରପୁର ଓ ଗଞ୍ଜାମ ଅଞ୍ଚଳର ୩ଜଣ ଲେଖାଏଁ, ଚିକିଟି ଓ କବିସୂର୍ଯ୍ୟନଗର ଅଞ୍ଚଳର ୪ଜଣ ଲେଖାଏଁ, ଖଲ୍ଲିକୋଟ ଅଞ୍ଚଳର ୫ଜଣ, ହିଞ୍ଜଳିକାଟୁ ଓ ଶେରଗଡ଼ ଅଞ୍ଚଳର ୬ଜଣ ଲେଖାଏଁ, କୁକୁଡ଼ାଖଣ୍ଡି ଅଞ୍ଚଳର ୨୪ଜଣ, ପାତ୍ରପୁର ଅଞ୍ଚଳର ୩୪ଜଣ, ରଙ୍ଗେଇଲୁଣ୍ଡା ଅଞ୍ଚଳର ୧୯ଜଣ, ସାନଖେମୁଣ୍ଡି ଅଞ୍ଚଳର ୨୦ଜଣ ଏବଂ ଜଗନ୍ନାଥ ପ୍ରସାଦ ଓ ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ଲେଖାଏଁ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଅନ୍ୟପକ୍ଷରେ ଜୁଲାଇ ମାସର ଏହି ୧୫ ଦିନ ମଧ୍ୟରେ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭୨୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସ˚ଖ୍ୟା ୫ହଜାର ପାର ହୋଇ ୫୦୯୮ରେ ପହଞ୍ଚିଛି। ଅନ୍ୟପକ୍ଷରେ ଜିଲ୍ଲାରେ ଆଜି ୩୨୭୫ଜଣ ସୁସ୍ଥ ହୋଇଥିବା ସମୁଦାୟ ସୁସ୍ଥ ସ˚ଖ୍ୟା ୩୨୭୫ଜଣ ରେ ପହଞ୍ଚିଛି। ଜିଲ୍ଲାରେ ଏବେ ୧୭୭୦ଜଣ ସ˚କ୍ରମିତ ରହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ଇତିମଧ୍ୟରେ ୮ ଜଣ କୋଭିଡ଼୍‌ ଯୋଦ୍ଧାଙ୍କ ମୃତ୍ୟୁ ଘଟିଲାଣି। ୭୭୯ ଜଣ କୋଭିଡ଼୍‌ ଯୋଦ୍ଧା ସ˚କ୍ରମିତ ହେଲେଣି। ଏଥିରୁ ଅର୍ଦ୍ଧାଧିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀ ସ୍ଥିତି ଅସମ୍ଭାଳ: ଖୋର୍ଦ୍ଧା ଜିଲ୍ଲାର ୬୦% ରୋଗୀ ଭୁବନେଶ୍ୱରୁ

Sun Jul 19 , 2020
୪ ଦିନରେ ଘରୋଇ ହସ୍ପିଟାଲର ୨୭ କର୍ମଚାରୀ ଆକ୍ରାନ୍ତ ଭୁବନେଶ୍ବର : ରାଜଧାନୀରେ କରୋନା ସ୍ଥିତି ଅସମ୍ଭାଳ ହେଲାଣି। ହସ୍ପିଟାଲ, ବସ୍ତି ଓ ଆବାସିକ ଅଞ୍ଚଳରୁ ପୁଳା ପୁଳା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଢ଼େର୍‌ ଅଧିକ ରହୁଛି। ଗତ ୧୮ ଦିନରେ ରାଜଧାନୀରେ ୭୯୮ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ଯାହାକି ରାଜ୍ୟର ଗଞ୍ଜାମ ଓ କଟକ ଜିଲ୍ଲାକୁ ବାଦ୍ ଦେଲେ ସର୍ବାଧିକ। ଖୋର୍ଧା […]
ରାଜଧାନୀ ସ୍ଥିତି ଅସମ୍ଭାଳ ଜିଲ୍ଲାର ୬୦% ରୋଗୀ ଭୁବନେଶ୍ୱରର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial