ସେପ୍ଟେମ୍ବରରେ ଆସିପାରେ କୋଭିଡ-୧୯ ଟିକା: ଅକ୍ସଫୋର୍ଡ ମାନବ ପରୀକ୍ଷଣରେ ସଫଳତା

ସେପ୍ଟେମ୍ବରରେ ଆସିପାରେ କୋଭିଡ-୧୯ ଟିକା

ଲଣ୍ଡନ : କରୋନା ଭାଇରସ୍‌ର ମୁକାବିଲା ଲାଗି ସାରା ବିଶ୍ବ ଲାଗି ପଡ଼ିଛି। ହଜାର ହଜାର ଡାକ୍ତର ଓ ମେଡିକାଲ ବିଶେଷଜ୍ଞ ଦିନରାତି ଏହି କାମରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଭଲ ଖବର ଆସିଛି। କୋଭିଟ୍ ଟିକା ଲାଗି ବିଶ୍ବବିଦ୍ୟାଳ‌ୟରେ ଚାଲିଥିବା ଗବେଷଣାରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ଏଥିପାଇଁ ଚାଲିଥିବା ମାନବ ପରୀକ୍ଷଣରେ ସଫଳତା ମିଳିଥିବ‌ାର ଖବର ମିଳିଛି। ଏହି ଟିକା କୋଭିଡ୍ ଭୂତାଣୁ ସହ ଲଢ଼ିବା ଲାଗି ମଷିଷ ଶରୀ‌ରରେ ସୁରକ୍ଷା ବ୍ୟବସ୍ଥା (ଇମ୍ୟୁନ୍ ସିଷ୍ଟମ)କୁ ମଜବୁତ କରିବା ସହିତ ଭୂତାଣୁକୁ ମାରିବାରେ ମଧ୍ୟ ସହାୟକ ହେବ ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଏକ ହଜାର ୭୭ ଲୋକଙ୍କ ଦେହରେ ଏହାର ପରୀକ୍ଷା କରାଯାଇ ସାରିଛି। ଏଥିରେ ସଫଳତା ମିଳିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏହି ଗବେଷଣାରେ ସାମିଲ ଥିବା ୟୁନିଭର୍ସିଟିର ଜଣେ ପ୍ରଫେସର କହିଛନ୍ତି ଯେ ଏହି ଟିକା ମଣିଷ ଶରୀରରେ ଆଣ୍ଟିବଡିଜ୍ ସ୍ତରକୁ ବୃଦ୍ଧି କରାଇବାରେ ମଧ୍ୟ ସହାୟକ ହେଉଛି। ଟିକାର ପରୀକ୍ଷା ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି। ପରୀକ୍ଷା ଫଳ ସକରାତ୍ମକ ଥିଲେ ମଧ୍ୟ ଏହାର ପ୍ରସ୍ତୁତି କେବେ ଆରମ୍ଭ ହେବ ତାହା ଏବେ ଠାରୁ କହିହେବ ନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ପରେ ଯାଇ ଏହା ବଜାରକୁ ଆସିବ। ତେବେ ଏଥିଲାଗି ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଆସନ୍ତା ସେପ୍ଟେମ୍ବର ମାସରେ ଏହା ଆସିପାରେ ବୋଲି କୁହାଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂତ୍ରରୁ ଜଣାପଡ଼ିଛି ଯେ ଏବେ ବିଶ୍ବର ବିଭିନ୍ନ ଭାଗରେ ୧୬୦ଟି କୋଭିଡ-୧୯ ଟିକାର ବିକାଶ ବିଭିନ୍ନ ପର୍ଯ୍ୟାୟରେ ରହିଛି। ତେବେ ଅକ୍ସଫୋର୍ଡ ୟୁନିଭର୍ସିଟି ସେମାନଙ୍କ ମଧ୍ୟରେ ଅଗ୍ରଣୀ ଅଛି। ଅନ୍ୟମ‌ାନେ ମଧ୍ୟ ତୁରନ୍ତ ଏଥିରେ ସାମିଲ ‌ହେଲେ ବିଶ୍ବବାସୀଙ୍କୁ ଆଶ୍ବସ୍ତି ମିଳିବ।

Share Now:

Kalinga News Beuro

Next Post

ଅଧିକ ସଚେତନ କରିପାରିବ ଷ୍ଟିକର୍‌ ରଙ୍ଗ: ବିଏମ୍‌ସି କର୍ତ୍ତୃପକ୍ଷ ଦୃଷ୍ଟି ଦେବେ କି ?

Tue Jul 21 , 2020
ଭୁବନେଶ୍ୱର : ଏବେ ଯଦି କେହି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବା ଆସିଥିବାର ସନ୍ଦେହ ହେଉଛି ବା ଯେଉଁ ଘରୁ କରୋନା ଆକ୍ରାନ୍ତ ବାହାରୁଛନ୍ତି, ବିଏମ୍‌ସି କର୍ତ୍ତୃପକ୍ଷ ସେହି ଘରେ ୧୪ ଦିନିଆ ସଙ୍ଗରୋଧ ଷ୍ଟିକର ମାରୁଛନ୍ତି। କିନ୍ତୁ ଏହି ଷ୍ଟିକର୍‌ର ରଙ୍ଗ ସମାନ। ସମସ୍ତଙ୍କ ଘରେ ସବୁଜ ରଙ୍ଗର ଷ୍ଟିକର ମରା ଯାଉଛି। ଫଳରେ ‌ଯେଉଁ ଘରୁ କରୋନା ଆକ୍ରାନ୍ତ ବାହାରିଛନ୍ତି କିନ୍ତୁ ସେ ସଙ୍ଗରୋଧରେ ଅଛନ୍ତି […]
ଷ୍ଟିକର୍‌ ରଙ୍ଗ ଅଧିକ ସଚେତନ କରିପାରିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial