ହାଡ଼କୁ ମଜଭୁତ କରେ ଏହି ସବୁ ଖାଦ୍ୟ

କଳିଙ୍ଗ ନିୟୁଜ ବ୍ୟୁରୋ: କ୍ୟାଲସିୟମ୍‌ ଓ ଭିଟାମିନ ‘ଡି’ ହାଡ଼କୁ ମଜଭୁତ କରେ।କ୍ୟାଲସିୟମ୍‌ ଅଭାବରୁ ହାଡ଼ ଦୁର୍ବଳ ହେବା ସହ ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେଇଥାଏ। ଶରୀରରେ କ୍ୟାଲସିୟମ୍‌ର ସ୍ତରକୁ ସନ୍ତୁଳିତ ରଖିବା ପାଇଁ ସଠିକ୍‌ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ।ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟରେ ଭରପୂର ମାତ୍ରାରେ କ୍ୟାଲସିୟମ ରହିଥାଏ।

କ୍ଷୀର– କ୍ଷୀରରେ ପରିମାଣ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି। ଏକ କପ୍‌ କ୍ଷୀରରେ ୨୮୦ ମିଲିଗ୍ରାମ କ୍ୟାଲ୍‌ସିୟମ୍‌ ଥାଏ। ତେଣୁ ଶରୀରରେ କ୍ୟାଲସିୟମ୍‌ର ମାତ୍ରା ବଢାଇବା ଲାଗି ନିୟମିତ କ୍ଷୀର ପିଅନ୍ତୁ।

କମଳା– କମଳା ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢିଥାଏ। ଏଥିରେ ଭିଟାମିନ ‘ଡ଼ି’ ସହ କ୍ୟାଲସିୟମ୍‌ ରହିଛି ଯାହା ହାଡ଼କୁ ମଜଭୁତ କରେ।

ବାଦାମ– ବାଦାମରେ ଅଧିକ ପରିମାଣରେ କ୍ୟାଲସିୟମ୍‌ ଓ ପ୍ରୋଟିନ୍‌ ରହିଛି। ନିୟମିତ ବାଦାମ ଖାଇବା ଦ୍ୱାରା ହୃତପିଣ୍ଡ ଜନିତ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ଏହା ସହ ବାଦାମ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଏ।

ଦହି– ଦୈନିକ ଏକ କପ୍‌ ଦହି ଖାଇବା ଦ୍ୱାରା ହାଡ଼ ଜନିତ ସମସ୍ୟା ଦୂର ହୁଏ। ଆପଣଙ୍କୁ କ୍ଷୀର ଖାଇବାକୁ ପସନ୍ଦ କରୁ ନଥିଲେ ଦହି ଖାଇପାରିବେ।

ସବୁଜ ପନିପରିବା– ଶରୀରରେ କ୍ୟାଲସିୟମ୍‌ ମାତ୍ରା ବଢାଇବା ଲାଗି ସବୁଜପନିପରିବା ଖାଇବା ବେଶ୍‌ ଉପଯୋଗୀ। ଏଥିପାଇଁ ଖାଦ୍ୟରେ ପାଳଙ୍ଗ ଶାଗ ଓ ବ୍ରକୋଲି ଆଦି ସାମିଲ କରନ୍ତୁ।

ମାଛ ଓ ମାଂସ– ମାଛ ଓ ମାଂସରେ ପ୍ରୋଟିନ୍‌ ଓ କ୍ୟାଲସିୟମ୍‌ର ମାତ୍ରା ପ୍ରଚୁର ପରିମାଣରେ ଥାଏ।

Share Now:

Kalinga News Beuro

Leave a Reply

Next Post

ଶଙ୍ଖ ନାଦରେ ପଦ୍ମ କୋଚା:ଅମିତଙ୍କ ଗର୍ଜନ ଫିକା

Fri Apr 6 , 2018
ବିଜେପିର ବିଜେପୁର କ୍ଷତରେ ଏନ୍‌ଏସି ଲୁଣଛିଟା ଭୁବନେଶ୍ୱର: ୧୨୦+ ନୁହେଁ, ଏହାଠାରୁ ଢେର୍‌ ଅଧିକ ଆସନରେ ଜିତିବ ବିଜେପି। ଓ଼ଡ଼ିଶାରେ ସରକାର କରିବ। ତ୍ରିପୁରାଠୁ ବଡ ବିଜୟ ଦେଖିବ ଓଡ଼ିଶା। ଏକଥା ସେ ଦେଖିକି ଜାଣିପାରୁଛନ୍ତି। ବିଜେପିର ଚାଣକ୍ୟ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ବଲାଙ୍ଗୀରରେ ଯୁବ ସମାବେଶକୁ ଉଦ୍‌ବୋଧନ ଦେବା ବେଳେ ଏମିତି ଢଙ୍ଗରେ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ହେଲେ ବାସ୍ତବତା ଥିଲା ଏୟା ଯେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial