ଓଡ଼ିଶା ସମେତ ୮ ରାଜ୍ୟର ୪୫ଟି ବିଧାନସଭା ଉପନିର୍ବାଚନ ସେପ୍‌ଟେମ୍ବର ଶେଷ ସପ୍ତାହରେ!

୮ ରାଜ୍ୟର ୪୫ଟି ବିଧାନସଭା ଉପନିର୍ବାଚନ

ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ୮ଟି ରାଜ୍ୟରେ ୪୫ଟି ବିଧାନସଭା ଆସନ ପାଇଁ ସେପ୍‌ଟେମ୍ବର ଶେଷ ସପ୍ତାହରେ ଉପନିବର୍ବାଚନ ହୋଇପାରେ। ଏସଂପର୍କରେ ନିର୍ବାଚନ ଆୟୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋଚନା କରିଥିବାର ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଉପନିର୍ବାଚନ ସମୟରେ ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଆୟୋଗଙ୍କ ଦ୍ବାରା ଏକାଧିକ ପଦକ୍ଷେପ ନିଆଯିବାର ମଧ୍ୟ ସମ୍ଭାବନା ରହିଛି। ସୂତ୍ର ଅନୁସାରେ ପ୍ରତି ବୁଥରେ ଭୋଟରଙ୍କ ସଂଖ୍ୟା ୧୦୦୦ରେ ସୀମିତ ରଖିବାପାଇଁ ବିଚାରବିମର୍ଶ ଜାରି ରଖିଥିବାର ଜଣାପଡ଼ିଛି। ଅପରପକ୍ଷେ ଭୋଟଦାନ କେନ୍ଦ୍ରମାନଙ୍କରେ ମାସ୍କ, ‌ସାନିଟାଇଜର, ଗ୍ଲୋବ୍‌ସର ବ୍ୟବସ୍ଥା ମଧ୍ୟ କରାଯିବା ସହିତ ସାମାଜିକ ଦୂରତାର ଧ୍ୟାନ ରଖାଯିବ। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ଦୁଇଟି ଆସନ ଲାଗି ଉପନିର୍ବାଚନ ହେବ। ବାଲେଶ୍ବର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ମଦନମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କର ବିୟୋଗ ପରେ ଏହି ଦୁଇଟି ଆସନ ଖାଲି ପଡ଼ିଛି।

Share Now:

Kalinga News Beuro

Next Post

ବୋଲ୍‌ ବମ୍‌ ଭକ୍ତଙ୍କ ପାଇଁ କଟକଣା କଠୋର : ଖାଲି ପାଦରେ ବୁଲିଲେ ବି ଗଣିବେ ତଣ୍ଡ

Thu Jul 23 , 2020
ରା.ଉଦୟଗିରି : ହାତ ଦ୍ୱାରା ଯେମିତି କରୋନା ବ୍ୟାପିବାର ଆଶଙ୍କା ରହିଛି, ଠିକ୍ ସେଭଳି ଖାଲି ପାଦରେ ବି ଏହା ବ୍ୟାପିବାର ସମ୍ଭାବନା ରହୁଛି। ଏଣୁ, ଖାଲି ପାଦରେ ଯାତାୟତ ସକାଶେ ସଭିଙ୍କୁ ବାରଣ କରାଯାଇଛି। କିନ୍ତୁ, ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବା ହେତୁ କିଛି ବୋଲବମ୍ ଶ୍ରଦ୍ଧାଳୁ ଜଳ ତର୍ପଣ କରି ନ ପାରିଲେହେଁ ଖାଲି ପାଦରେ ଚଲାବୁଲା କରୁଥିବା ଦେଖାଯାଇଛି। ଏଣୁ, ସେମାନେ କରୋନା ସଂସ୍ପର୍ଶରେ ଆସିବାର […]
ବୋଲ୍‌ ବମ୍‌ କଟକଣା କଠୋର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial