ବୋଲ୍‌ ବମ୍‌ ଭକ୍ତଙ୍କ ପାଇଁ କଟକଣା କଠୋର : ଖାଲି ପାଦରେ ବୁଲିଲେ ବି ଗଣିବେ ତଣ୍ଡ

ବୋଲ୍‌ ବମ୍‌ କଟକଣା କଠୋର

ରା.ଉଦୟଗିରି : ହାତ ଦ୍ୱାରା ଯେମିତି କରୋନା ବ୍ୟାପିବାର ଆଶଙ୍କା ରହିଛି, ଠିକ୍ ସେଭଳି ଖାଲି ପାଦରେ ବି ଏହା ବ୍ୟାପିବାର ସମ୍ଭାବନା ରହୁଛି। ଏଣୁ, ଖାଲି ପାଦରେ ଯାତାୟତ ସକାଶେ ସଭିଙ୍କୁ ବାରଣ କରାଯାଇଛି। କିନ୍ତୁ, ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବା ହେତୁ କିଛି ବୋଲବମ୍ ଶ୍ରଦ୍ଧାଳୁ ଜଳ ତର୍ପଣ କରି ନ ପାରିଲେହେଁ ଖାଲି ପାଦରେ ଚଲାବୁଲା କରୁଥିବା ଦେଖାଯାଇଛି। ଏଣୁ, ସେମାନେ କରୋନା ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଥିବାରୁ କାହାରିକୁ ଖାଲି ପାଦରେ ଚଲାବୁଲା କରୁଥିବା ଦେଖିଲେ ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ପ୍ରକାଶ କରିଛନ୍ତି। କାହାର ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ନୁହଁ ବରଂ ପ୍ରତ୍ୟେକଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଉଦ୍ୟମ ବୋଲି ସେ କହିଛନ୍ତି।
ଇତିମଧ୍ୟରେ ଏଭଳି ଜଣେ ଭକ୍ତ ଖାଲି ପାଦରେ ଚଲାବୁଲା କରୁଥିବାରୁ ସେ ତଣ୍ଡ ଦେଇଥିବା ସୂଚନା ମିଳିଛି। ଯେହେତୁ ଲୋକଙ୍କର ଯେଉଁଠି ସେଇଠି ଛେପ ପକାଇବାର ଅଭ୍ୟାସ ରହିଛି, ଖାଲି ପାଦରେ ଯିବାଆସିବା କଲେ କରୋନା ପଜିଟିଭଙ୍କ ସ୍ୱାବ ସଂସ୍ପର୍ଶରେ ଆସିବାର ସମ୍ଭାବନା ରହିଛି। ଏଣୁ, ସଭିଏଁ ଚପଲ ବ୍ୟବହାର କରନ୍ତୁ ଏବଂ ସୁବିଧା ସ୍ଥଳେ ପ୍ରତ୍ୟେକ ଦିନ ଚପଲ ଧୋଇବା ଜାରି ରଖନ୍ତୁ ବୋଲି ପରାମର୍ଶ ଦିଆଯାଇଛି।

Share Now:

Kalinga News Beuro

Next Post

ଗଣପତି ବସ୍ତି ହେଲା କଣ୍ଟେନମେଣ୍ଟ ଜୋନ୍‌

Thu Jul 23 , 2020
ଭୁବନେଶ୍ୱର : ନୂଆପଲ୍ଲୀସ୍ଥିତ ଗଣପତି ବସ୍ତିକୁ ବିଏମ୍‌ସି ଆଜି କଣ୍ଟେନମେଣ୍ଟ ଜୋନ୍‌ (ଆବଦ୍ଧାଞ୍ଚଳ) ଘୋଷଣା କରିଛି। ଏଠାରେ ଆଜି ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ବସ୍ତି ଓ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏଠାରେ କିଛି ଦିନ ତଳେ ଜଣେ ଗର୍ଭବତୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କ ପରିବାର ଲୋକ ଓ ପଡ଼ୋଶୀଙ୍କୁ ସଙ୍ଗରୋଧରେ […]
ଗଣପତି ବସ୍ତି ହେଲା କଣ୍ଟେନମେଣ୍ଟ ଜୋନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial