ରାଜଧାନୀର କାନ୍ଥବାଡ଼ରେ କରୋନା ସଚେତନତା ବାର୍ତ୍ତା

ରାଜଧାନୀର କାନ୍ଥବାଡ଼ରେ କରୋନା ସଚେତନତା ବାର୍ତ୍ତା-2

ଭୁବନେଶ୍ୱର : ‌ରାଜଧାନୀର କାନ୍ଥବାଡ଼ରେ କିଛି ମାସ ତଳେ ବିଭିନ୍ନ କ୍ରୀଡ଼ାବିତ୍‌, ଖେଳ ସାମଗ୍ରୀ, ଓଡ଼ିଆ ବହି, ମହାପୁରୁଷ, ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କର ରଙ୍ଗବେରଙ୍ଗର ଚିତ୍ର ହେଉଥିଲା। କିନ୍ତୁ ଏବେ ସବୁଠି କରୋନା ସଚେତନତା ନେଇ ଚିତ୍ର ହେଉଛି। କେଉଁଠି ଚିତ୍ର ତ କେଉଁଠି ସ୍ଥାପତ୍ୟ ମାଧ୍ୟମରେ ବିଏମ୍‌ସି ପକ୍ଷରୁ କରୋନା ମୁକାବିଲା ନେଇ ସଚେତନତା ସୃଷ୍ଟି କରାଯାଇଛି।

ବିଏମ୍‌ସି ପକ୍ଷରୁ ରାଜଧାନୀର ବିଭିନ୍ନ ପ୍ରମୁଖ ଛକରେ ଥିବା ସରକାରୀ କାର୍ଯ୍ୟାଳୟର ପାଚେରି, ଓଭରବ୍ରିଜ୍‌ କାନ୍ଥରେ ଏବେ କରୋନା ଭାଇରସ୍‌ ଚିତ୍ର, ସାମାଜିକ ଦୂରତା ନେଇ ସଚେତନତ‌ା ଛବି, ମାସ୍କ ପିନ୍ଧିବା ନେଇ ସ୍ଥାପତ୍ୟ ଆଦି କରାଯାଇଛି। ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରି, ଆଶାକର୍ମୀଙ୍କ ଦ୍ବାରା ଘରକୁ ଘର ବୁଲି ପ୍ରଚାର କରିବା ପରେ ବିଏମ୍‌ସି ଏହି ଅଭିନବ ପନ୍ଥା ଆପଣାଇଛି।

Share Now:

Kalinga News Beuro

Next Post

ତିହିଡି ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

Sun Jul 26 , 2020
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ନୂତନ ବିଡ଼ିଓ ଭାବେ ଶ୍ରୀ ବସନ୍ତ କୁମାର ସାହାଣୀ ଶୁକ୍ରବାର ଯୋଗଦାନ କରିଛନ୍ତି।ପୂର୍ବରୁ ବିଡ଼ିଓ ଦାୟିତ୍ୱରେ ଥିବା ଶ୍ରୀ ରମେଶ ଚନ୍ଦ୍ର ପଣ୍ଡାଙ୍କ ଠାରୁ ସେ ଏହି ଦାଇତ୍ୱ ଗ୍ରହଣ କରିଛନ୍ତି।ଶ୍ରୀ ସାହାଣୀ ମୟୁରଭଞ୍ଜ ଜିଲ୍ଲା କୁଲିଅଣା ତହସିଲରେ ତହସିଲଦାର ଓ ପରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଟିଆରଓ ଭାବେ ଦକ୍ଷତାର ସହ କାର୍ଯ୍ୟକରି ସୁନାମ ଅର୍ଜନ କରିବାସହ ଜନସାଧାରଣଙ୍କର ପ୍ରିୟଭାଜନ […]
Basant Sahani-BDO

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial