ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୪୬ ଜଣ

ରାଜଧାନୀରୁ ଆଜି ୩୧୯ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୪ ଆକ୍ରାନ୍ତ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୫୯ ଜଣ ଲୋକାଲ କେସ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଏମସି ପକ୍ଷରୁ କୁହାଯାଇଛି ଯେ, ଆଜି ଭୁବନେଶ୍ୱରରୁ ୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ମୋଟ ୧୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୦୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୧୦୬୯ ଜଣ ଚକିତ୍ସାଧୀନ ଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ନୟାପଲ୍ଲୀ ତ୍ରିନାଥ ନଗର ବସ୍ତିରୁ ଆଜି ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାଣ୍ଡରାରୁ ୧୧ ଜଣ ଆକ୍ରାନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୟୁନିଟ-୩ସ୍ଥିତ ଖାରବେଳ ନଗରରୁ ଆଜି ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ୟୁନିଟ-୪ସ୍ଥିତ ମାଛମାର୍କେଟ ୭ ଜଣ, ୟୁନିଟ-୧ ଅଖଣ୍ଡଳମଣି ବସ୍ତିରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ. ମହାନନ୍ଦିଆଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

Mon Jul 27 , 2020
ଭୁବନେଶ୍ୱର : ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆ ସ୍ବିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସଫଳତା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି। ଆଗାମୀ ଦିନରେ ସେ ଆହୁରି ଖ୍ୟାତି ଅର୍ଜନ କରନ୍ତୁ ବୋଲି କହିଛନ୍ତି।ଅନୁଗୁଳ ଜିଲ୍ଲା କନ୍ଧପଡ଼ା ଗାଁ’ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମହାନନ୍ଦିଆ ପିଲାବେଳୁ ଚିତ୍ର […]
ପି.କେ. ମହାନନ୍ଦିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial