ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ. ମହାନନ୍ଦିଆଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ପି.କେ. ମହାନନ୍ଦିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆ ସ୍ବିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସଫଳତା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି। ଆଗାମୀ ଦିନରେ ସେ ଆହୁରି ଖ୍ୟାତି ଅର୍ଜନ କରନ୍ତୁ ବୋଲି କହିଛନ୍ତି।
ଅନୁଗୁଳ ଜିଲ୍ଲା କନ୍ଧପଡ଼ା ଗାଁ’ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମହାନନ୍ଦିଆ ପିଲାବେଳୁ ଚିତ୍ର ପ୍ରେମରେ ପଡ଼ିଥିଲେ। ଯେବେ ସେ ସ୍କୁଲ୍‌ରେ ପଢ଼ୁଥିଲେ ଅନ୍ୟ ପିଲାଙ୍କଠାରୁ ଦୂରେଇ ବସିବା ପାଇଁ ତାଙ୍କୁ କୁହାଯାଉଥିଲା। ଅନ୍ୟ ପିଲାମାନେ ବି ତାଙ୍କଠାରୁ ଦୂରେଇ ବସି ରହୁଥିଲେ। ଦଳିତ ପରିବାରର ହୋଇଥିବାରୁ ତାଙ୍କ ପ୍ରତି ସ୍କୁଲ୍‌ ଶିକ୍ଷକଙ୍କ ଏପରି ଆଚରଣ ପରେ ସେ ଅଛୁଆଁ ଓ ଭେଦଭାବର ଅର୍ଥ ବୁଝିପାରିଥିଲେ। ତେବେ ୧୯୭୧ ମସିହାରେ ସେ ନୂଆଦିଲ୍ଲୀରେ ଏକ କଳା ମହାବିଦ୍ୟାଳୟରେ ପଢ଼ିଥିଲେ। ସ୍ବିଡେନ୍‌ର ଚାରଲୋଟ୍‌ ଭୋନ୍‌ ସ୍ଚେଡ୍‌ଭିନ୍‌ ଦିଲ୍ଲୀ ଆସିଥିବା ବେଳେ ଶ୍ରୀ ମହାନନ୍ଦିଆଙ୍କ ଚିତ୍ରକଳା ଦେଖି ସେ ଅଭିଭୂତ ହୋଇଗଲେ। ସେଇଠୁ ସେ ଶ୍ରୀ ମହାନନ୍ଦିଆଙ୍କ ପ୍ରେମରେ ପଡ଼ିଗଲେ। ପରେ ଚାର୍‌ଲୋଟ୍‌ ତାଙ୍କୁ ବିବାହ କରି ସ୍ବିଡେନ୍‌ ଫେରି ଯାଇଥିଲେ। ପରେ ଶ୍ରୀ ମହାନନ୍ଦିଆ ନିଜ ପତ୍ନୀଙ୍କୁ ଭେଟିବା ପାଇଁ ୧୯୭୭ ମସିହାରେ ତାଙ୍କର ସବୁ ଜିନିଷ ବିକ୍ରି କରି ଏକ ପୁରୁଣା ସାଇକେଲ କିଣିଲେ। ଦୀର୍ଘ ୫ମାସ କାଳ ସେହି ସାଇକେଲ ଚଳାଇ ସେ ସ୍ବିଡେନରେ ସ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ। ପତ୍ନୀଙ୍କ ପାଖକୁ ଯିବା ପରେ ସେଠାରେ ସେ ସ୍ବିଡେନର ନାଗରିକତ୍ବ ଗ୍ରହଣ କରି ରହି ଯାଇଥିଲେ।

Share Now:

Kalinga News Beuro

Next Post

ଲିଭିଗଲା ଦୀପାଙ୍କ ଜୀବନ ଦୀପ

Tue Jul 28 , 2020
ଭୁବନେଶ୍ୱର : ଓଡ଼ିଆ ଆଲବମ୍‌ ଜଗତର ରାଣୀ ଦୀପା ସାହୁ ଆଉ ନାହାନ୍ତି। ସ୍ପର୍ଶ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍‌ଣ ୪ଟା ୨ରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ୩୭ ବର୍ଷ ହୋଇଥିଲା। ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ତାଙ୍କ ସହ ଆଲବମ୍‌ରେ ଅଭିନୟ କରିଥିବା ବହୁ […]
ଲିଭିଗଲା ଦୀପାଙ୍କ ଜୀବନ ଦୀପ-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial