କଟକ ସହରରେ ପୁଣି ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ!

କଟକ ସହରରେ ପୁଣି ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ!

କଟକ: କଟକରେ କରୋନା ସ୍ଥିତି ସଙ୍ଗୀନ। ଗୋଟିଏ ଦିନରେ ପୁଣି କଟକ ସହରରେ ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁଣି ଚିନ୍ତା ବଢାଇଛି କଟକ ସହର। ସହରର ବିଭିନ୍ନ ସାହି, କଲୋନିରୁ ଏହି ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେବେ କଟକ ସହରର କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥିବା ଖଟ୍‌ବିନ୍‌ସାହିରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବା କିଛିଟା ଆଶ୍ବସ୍ତି ଆଣିଦେଇଛି। କିନ୍ତୁ ଏମ୍‌,ଏସ୍‌ . ଦାସ ବେତାର ଲେନ୍‌ରୁ ୨ଜଣ, ଆକାଶବାଣୀ କଲୋନିରୁ ୧, ନୂଆ ବଜାରରୁ ୬, ମାଲଗୋଦାମ ବେହେରା ସାହିର ୧୧ଜଣ, ଦେୱାନ ବଜାରରୁ ୧୯, ଛତ୍ର ବଜାରରୁ ୨, ଶଙ୍କରପୁରରୁ ୩, ସିଡିଏ ସେକ୍ଟର ୯ରୁ ୨, କେଶରପୁର, ଚୌଧୁରୀ ବଜାର, ତୁଳସୀପୁର, ପୁରୁଣା ରାଉସା ପାଟଣା ଓ ରେଳବାଇ କଲୋନିରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାଲଗୋଦାମ ବେହେରା ସାହି ପ୍ରଶାସନର ଚିନ୍ତା ବଢାଇଛି। କଟକର ସାହି, ବସ୍ତି, ଗଳିକନ୍ଦିରେ ଏମିତି କରୋନା କାୟା ବିସ୍ତାର କଲାଣି ଯେ ଯାହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏଣେ କଟକ ଜିଲ୍ଲାରୁ ମୋଟ୍ ୬୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ବଡ଼ମ୍ବାରୁ ୧୧ ଜଣ, ବାରଙ୍ଗରୁ ୨ଜଣ ଓ ନରସିଂହପୁରରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଲକ୍ଷଣ ଲୁଚାଇ ବିପଦରେ ଗଞ୍ଜାମବାସୀ

Tue Jul 28 , 2020
ଅକାଳରେ ଯାଉଛି ଜୀବନ, ଜ୍ୱର, ଥଣ୍ଡା ଓ କାଶ ମୃତ୍ୟୁର ହିସାବ ନାହିଁ ବ୍ରହ୍ମପୁର : ଜ୍ୱର, ଥଣ୍ଡା, କାଶ ହେଲେ ଲୁଚାନ୍ତୁ ନାହିଁ। ଡାକ୍ତରୀ ପରାମର୍ଶ ଓ ଉପଯୁକ୍ତ ଚିକିତ୍ସା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମର ଜନସାଧାରଣଙ୍କୁ ବାରମ୍ବାର ସଚେତନ ଓ ଅନୁରୋଧ କରାଯାଉଛି। ୪ ମାସ ହେଲା କଟକଣା ଭିତରେ ଜୀବନ କାଟୁଥିବା ଗଞ୍ଜାମ ଲୋକେ କରୋନାକୁ ନେଇ ଏତେ ମାତ୍ରାରେ ଭୟଭୀତରେ ଜ୍ୱର, […]
ଲକ୍ଷଣ ଲୁଚାଇ ବିପଦରେ ଗଞ୍ଜାମବାସୀ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial