ସିଲ ହେଲା ରବୀନ୍ଦ୍ର ମେଡିକାଲ ହଲ୍: ଜଣେ କର୍ମଚାରୀ କରୋନା ଆକ୍ରାନ୍ତ

ସିଲ ହେଲା ରବୀନ୍ଦ୍ର ମେଡିକାଲ ହଲ୍

ଭୁବନେଶ୍ୱର: ସ୍ଥାନୀୟ ବାପୁଜୀ ନଗରସ୍ଥିତ ରବୀନ୍ଦ୍ର ମେଡିକାଲ ହଲ୍‌କୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆଜି ସିଲ କରି ଦିଆଯାଇଛି। ଏଠାରୁ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବନ୍ଦ ରହିବ। ମେଡିକାଲ ହଲ୍‌ର ୧୩ ଜଣ କର୍ମଚାରୀ ଏବଂ ମାଲିକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। କ୍ୱାରେଣ୍ଟାଇନ ସମୟରେ କୋଭିଡ-୧୯ ପରୀକ୍ଷା ଲାଗି କୋଭିଡ ଟିମ ସମସ୍ତ କର୍ମଚାରୀଙ୍କର ସ୍ୱାବ ନମୁନା ସଂଗ୍ରହ କରିବେ।
ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ସେମାନଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି କହିଛନ୍ତି ବିଏମସି ଇଷ୍ଟ ଜୋନାଲ ଡେପୁଟି କମିସନର (ଜେଡଡିସି) ଅଂଶୁମାନ ରଥ। ଷ୍ଟୋରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଭୁବନେଶ୍ୱରରର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି। ତେଣୁ ସେମାନେ କେଉଁଆଡେ ଯାଇଛନ୍ତି, ତାହାର ବିସ୍ତୃତ ବିବରଣୀ ପ୍ରଦାନ କରନ୍ତୁ । ଶ୍ରୀ ରଥ ସୂଚନା ଦେଇଛନ୍ତି ଯେ, ମେଡିସିନ ବିଲରେ ସେମାନଙ୍କର ଫୋନ ନମ୍ବର ଥିବ। ଆମେ ସେମାନଙ୍କର ସହିତ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିବୁ। ଶ୍ରୀ ରଥ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଭୁବନେଶ୍ୱରର ସମସ୍ତ ନାଗରିକଙ୍କର ସ୍ୱାସ୍ଥ୍ୟ ସୁସ୍ଥ ରଖିବା ଆମର ପ୍ରଥମ କାମ। ବର୍ତ୍ତମାନ ସମୟ ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆମେ ଲୋକଙ୍କୁ ତଥା ବ୍ୟବସାୟୀଙ୍କୁ ଅନୁରୋଧ କରୁଛୁ ଯେ, ସେମାନେ ବିଏମସିର ଏସଓପିକୁ ଗୁରୁତ୍ୱ ଦିଅନ୍ତୁ।

Share Now:

Kalinga News Beuro

Next Post

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

Wed Jul 29 , 2020
ବରଗଡ଼ରୁ ସର୍ବାଧିକ ୮୯.୩୭% ଓ ନୂଆପଡ଼ାରୁ ସର୍ବନିମ୍ନ ୬୦.୧୮% ପାସ ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିପ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାରେ ଚଳିତ ବର୍ଷ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୮୯.୩୭ ପ୍ରତିଶତ ପିଲା ପାସ କରିଛନ୍ତି। ସେହିଭଳି ନୂଆପଡ଼ା ଜିଲ୍ଲାରୁ ୬୦.୧୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। କଟକ ଜିଲ୍ଲାରୁ ସର୍ବାଧିକ ୮୪.୪୫ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । କଟକ ପରେ ଦ୍ୱତୀୟ ସ୍ଥାନ ଅଧିକାର କରିଛି […]
ମାଟ୍ରିକ ପରୀକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial