ଆଧାର ନ ଥିଲେ ହିତାଧିକାରୀଙ୍କୁ ମିଳିବନି ଭତ୍ତା

AADHAR-2020

ତିହିଡି : ଯେଉଁ ହିତାଧିକାରୀଙ୍କ ଆଧାରକାର୍ଡ଼ ନାହିଁ ସେହିମାନଙ୍କୁ ଭତ୍ତା ମିଳିବ ନାହିଁ । ଏଥିସହ ଆଧାରକାର୍ଡ଼ ନଥିଲେ କୋଭିଡ-୧୯ ପାଇଁ ସରକାର ଘୋଷଣା କରିଥିବା ଅତିରିକ୍ତ ୧ହଜାର ଟଙ୍କା ସହାୟତା ମଧ୍ୟ ଦିଆଯିବନାହିଁ ବୋଲି ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି ନମ୍ବର ୫୧୯୪ /୧୭.୦୭.୨୦୨୦ରେ ଏହି ନିର୍ଦ୍ଦେଶ ଦିଆଯାଇଛି।ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧୁବାବୁ ପେନସନ ଯୋଜନାରେ ୧୧୮୬୫ ଏବଂ କେନ୍ଦ୍ରୀୟ ଯୋଜନାରେ ୭୦୩୧ ମୋଟ ୧୮୮୯୬ ହିତାଧିକାରୀଙ୍କୁ ଅଗଷ୍ଟ ମାସରେ ଭତ୍ତା ପ୍ରଦାନ କରାଯିବ। ତତ ସହିତ ସରକାରଙ୍କ ଘୋଷଣା ଅନୁଯାୟୀ ହିତାଧିକାରୀଙ୍କୁ ଅତିରିକ୍ତ ୧ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।ମାତ୍ର ଯେଉଁ ହିତାଧିକାରୀଙ୍କ ଆଧାରକାର୍ଡ଼ ନାହିଁ ସେମାନେ ସରକାରଙ୍କ ନିୟମ ଅନୁସାରେ ଭତ୍ତା ଓ ଅତିରିକ୍ତ ସହାୟତାରୁ ବଞ୍ଚିତ ହେବା ସୁନିଶ୍ଚିତ। ତେଣୁ ଅଗଷ୍ଟ ମାସ ପୂର୍ବରୁ ହିତାଧିକାରୀମାନେ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟ ସହ ସମ୍ପର୍କ ରକ୍ଷାକରି ଆନୁସଙ୍ଗିକ କାର୍ଯ୍ୟ କରିବାସହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସହଯୋଗ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Share Now:

Kalinga News Beuro

Next Post

ନାଟ୍ୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି

Fri Jul 31 , 2020
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଜୋଲହ ପଞ୍ଚାୟତ ଅଧୀନ ମୁଷାଙ୍ଗ ଗ୍ରାମର ନାଟ୍ୟନିର୍ଦ୍ଦେଶକ ତଥା ଶିକ୍ଷାବିତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କୁ ନିଜ ଗାଁରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି।ବୁଧବାର ଦ୍ୱାଦଶ କ୍ରିୟା ଅବସରରେ ମୁଷାଙ୍ଗ ଗ୍ରାମରେ ସାହିତ୍ୟିକ ବିଭୁତିଭୂଷଣ ସେନାପତିଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଗୀତିକାର ପଞ୍ଚାନନ ନାୟକ,କବି ସଂଜିତ ବଳ, ବିଭୁତିଭୂଷଣ ଗ୍ରହଚାର୍ଯ୍ୟ, ସୁଦର୍ଶନ ନାୟକ ,ଶିକ୍ଷାବିତ […]
Sradhanjali-Nityananda panigrahi

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial