ଜିରଙ୍ଗରେ ଅଗ୍ନିକାଣ୍ଡ ଘଟି ଜଣେ ମୃତ

ମାର୍ଶାଘାଇ ଥାନା ଅଞ୍ଚଳରେ ଅଗ୍ନିକାଣ୍ଡ

୧୨ ଦିନର ଶିଶୁପୁତ୍ର ସହ ଗୋଟିଏ ପରିବାରର ୪ ଗୁରୁତର

ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଘରେ ନିଆଁରେ ଜଳିପୋଡ଼ି ହୋଇ ଗୁରୁତର ଅବସ୍ଥାରେ କଟକର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ଜିରଙ୍ଗ ଗ୍ରାମର ଟୁକୁନା ବାରିକ, ତାଙ୍କ ସ୍ତ୍ରୀ ଗୀତାଞ୍ଜଳି, ପୁଅ ଶିବବ୍ରତ, ବୋହୂ ଶୁଭସ୍ମିତା ଓ ୧୨ ଦିନର ନାତି ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ତେବେ ଗଭୀର ନିଦରେ ଶୋଇଥବା ହେତୁ ସେମାନେ ଜାଣି ପାରି ନ ଥିଲେ। ତେବେ ପଡ଼ୋଶୀ ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଟୁକୁନା ବାରିକ, ତାଙ୍କ ସ୍ତ୍ରୀ ଗୀତାଞ୍ଜଳି, ପୁଅ ଶିବବ୍ରତ, ବୋହୂ ଶୁଭସ୍ମିତା ଓ ୧୨ ଦିନର ନାତିଙ୍କ ଅବସ୍ଥା ଗୁରୁତର ଥିବା ହେତୁ ସେମାନଙ୍କୁ କଟକର ଏସସିବିକୁ ପଠାଯାଇଥିଲା। କିନ୍ତୁ ବାଟରେ ଗୀତାଞ୍ଜଳି ବାରିକ(୫୫)ଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ି ନ ଥିଲେ ବି ଏହାକୁ ପୂର୍ବ ଶତ୍ରୁତାର ପରିଣାମ ବୋଲି ସେହି ଗାଁରେ ଚର୍ଚ୍ଚା ହେଉଛି।

Share Now:

Kalinga News Beuro

Next Post

ବହୁ ଦଶନ୍ଧି ଧରି ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ ରହିଆସିଛି: ଗବେଷକ

Fri Jul 31 , 2020
ନ୍ୟୁୟର୍କ: ବିଶ୍ବରେ ସମ୍ପ୍ରତି କୋଟିଏ ୭୨ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୬ ଲକ୍ଷ ୭୨ ହଜାର ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍‌-୧୯ ପାଇଁ ଦାୟୀ କରୋନାଭୂତାଣୁ ସାର୍ସ-କୋଭ୍-୨ ଦଶନ୍ଧି ଦଶନ୍ଧି ଧରି ବାଦୁଡ଼ିଙ୍କ ରକ୍ତରେ ସଂଚରିତ ହୋଇଆସୁଛି ବୋଲି ଏକ ସଦ୍ୟ ଗବେଷଣାରୁ ଜଣାଯାଇଛି। ଏଥି ସହିତ ଏମାନେ ଅନ୍ୟ ଭୂତାଣୁଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ସହ ମନୁଷ୍ୟ ଶରୀରକୁ ସଂକ୍ରମିତ ହେବାର ଦକ୍ଷତା ରଖିଛନ୍ତି […]
ବହୁ ଦଶନ୍ଧି ଧରି ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ ରହିଆସିଛି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial