୩ ସ୍ୱତନ୍ତ୍ର ଟ୍ରେନ ସେବା ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି

ସ୍ୱତନ୍ତ୍ର ଟ୍ରେନ ସେବା

ଭୁବନେଶ୍ୱର : ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ (୦୨୮୬୧/୦୨୮୬୨) ସେବାକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍‌ ଅଗଷ୍ଟ ୩ରୁ ୧୨ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲାଠାରୁ ପ୍ରତିଦିନ ସକାଳ ୫ଟା ୧୦ରେ ଛାଡ଼ିବାକୁ ଥିବା ବେଳେ ଭୁବନେଶ୍ୱରଠାରୁ ଅପରାହ୍‌ଣ ୨ଟା ୧୦ରେ ଛାଡ଼ିବ। ଉକ୍ତ ଟ୍ରେନ୍ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ, ଢେଙ୍କାନାଳ ଓ ନାରାଜ ମାର୍ଥାପୁର ଷ୍ଟେସନରେ ରହଣି କରିବ।
ଏହା ବ୍ୟତୀତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ (୦୮୪୯୩/୦୮୪୯୪) ଅଗଷ୍ଟ ପହିଲାରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନଗୁଡ଼ିକରେ ଭୁବନେଶ୍ୱରରୁ ସକାଳ ୬ଟା ୩୦ରେ ଓ ବଲାଙ୍ଗୀରରୁ ଅପରାହ୍‌ଣ ୨ଟା ୪୫ରେ ଛାଡ଼ିବ। ଏହି ଟ୍ରେନ୍‌ ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମୁଣ୍ଡଳୀ, ତାଳଚେର ରୋଡ୍‌, ଅନୁଗୁଳ, ବୋଇଣ୍ଡା, ବାମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ୍, ବରପାଲି ଓ ଲୋଇସିଂହା ଷ୍ଟେସନ୍‌ରେ ରହିବ। ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ଭାୟା ସମ୍ବଲପୁର(୦୮୪୪୭/୦୮୪୪୮) ଅଗଷ୍ଟ ପହିଲାରୁ ୧୨ ତାରିଖ ମଧ୍ୟରେ ଭୁବନେଶ୍ୱରଠାରୁ ପ୍ରତି ସୋମ, ବୁଧ ଓ ଶୁକ୍ରବାର ଦିନ ସନ୍ଧ୍ୟା ୬ଟା ୩୦ରେ ଛାଡ଼ିବାକୁ ଥିବା ବେଳେ କୋରାପୁଟଠାରୁ ପ୍ରତି ମଙ୍ଗଳବାର, ଗୁରୁବାର ଓ ରବିବାର ଦିନ ସନ୍ଧ୍ୟା ୫ଟା ୩୦ରେ କୋରାପୁଟଠାରୁ ଛାଡ଼ିବ। ଭୁବନେଶ୍ୱର ଓ କୋରାପୁଟ ମଧ୍ୟରେ କଟକ, ଢେଙ୍କାନାଳ, ମେରାମୁଣ୍ଡଳୀ, ତାଳଚେର ରୋଡ୍‌, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ୍‌, ବରପାଲି, ଡୁଙ୍ଗୁରିପାଲି, ଲୋଇସିଂହା, ବଲାଙ୍ଗୀର, ବଡ଼ମାଳ, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡା, ଥେରୁବାଲି, ରାୟଗଡା, ଟିକିରି, ଲକ୍ଷ୍ମୀପୁର, କାକିରିଗୁମା, ବାଇଗୁଡ଼ା ଓ ଦାମନ‌ଯୋଡ଼ି ଷ୍ଟେସନ୍‌ରେ ରହଣି କରିବ। ରେଳବାଇ ରିଜର୍ଭେସନ୍‌ କାଉଣ୍ଟର୍‌ ଓ ଆଇଆରସିଟିସି ୱେବ୍‌ସାଇଟ୍‌ ମାଧ୍ୟମରେ ଟିକେଟ ବୁକ କରିହେବ। କେବଳ କନଫର୍ମ ଟିକେଟ୍‌ ଥିବା ଯାତ୍ରୀମାନେ ଟ୍ରେନ୍‌ରେ ଯାତ୍ରା କରିପାରିବେ। ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଯଥା ନୂଆଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ମୁମ୍ବାଇ ଓ ଭୁବନେଶ୍ୱର-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଚଳାଚଳ କରିବ।

Share Now:

Kalinga News Beuro

Next Post

କୋଭିଡ୍‌ ମୃତ୍ୟୁରେ ଇଟାଲିକୁ ଟପିଗଲା ଭାରତ : ବିଶ୍ବ‌ରେ ପଞ୍ଚମ

Sat Aug 1 , 2020
କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ର ଏବେ ନୂଆ ହଟ୍‌ସ୍ପଟ୍‌ ଦିନକରେ ୫୫ ହଜାରରୁ ଅଧିକ ସଂକ୍ରମିତ ନୂଆଦିଲ୍ଲୀ : ଭାରତ ଆଜି କରୋନା ମୃତ୍ୟୁସଂଖ୍ୟାରେ ଇଟାଲିକୁ ଟପିଯାଇଛି। କରୋନା ମୃତ୍ୟୁ କ୍ଷେତ୍ରରେ ବିଶ୍ବର ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଏବେ ଭାରତ ପଞ୍ଚମ ସ୍ଥାନକୁ ଆସିଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୭୯ କରୋନା ମୃତ୍ୟୁ ସହ ମୋଟ୍‌ ମୃତ୍ୟୁସଂଖ୍ୟା ୩୫ ହଜାର ୭୪୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ […]
କୋଭିଡ୍‌ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial