ଅଗଷ୍ଟ ଲାଗି କରୋନା କଟକଣା ଜାରି କ‌ଲେ ରାଜ୍ୟ ସରକାର : ୪ ଜିଲ୍ଲା ଓ ରାଉରକେଲାରେ ସପ୍ତାହନ୍ତ ସଟଡାଉନ୍‌

ଅଗଷ୍ଟ ଲାଗି କରୋନା କଟକଣା

ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ବଳବତ୍ତର

ଭୁବନେଶ୍ୱର: ଅଗଷ୍ଟ ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଗାଇଡଲାଇନ୍ ସଂପର୍କ‌ରେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଛନ୍ତି। ଅଗଷ୍ଟ ମାସରେ ରାଜ୍ୟ ସରକାର ଜୀବନ ସହ ଜୀବିକା ଉପରେ ଗୁରୁତ୍ବ ଦେଇ ବହୁ କଟକଣା କୋହଳ କରିଛନ୍ତି। ତେବେ ରାତ୍ରିକାଳିନ କର୍ଫ୍ୟୁକୁ ଜାରି ରଖିଛନ୍ତି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ପୂରା ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ତେବେ ଏହି ସମୟରେ ପୂର୍ବ ଭଳି ଅତ୍ୟାବଶ୍ୟକୀୟ ସେବା ଓ ଏଥିସହ ଜଡ଼ିତ କାର୍ଯ୍ୟଧାରା ଜାରି ରହିବ।

ତେବେ ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଗଜପତି ଜିଲ୍ଲା ଏବଂ ରାଉରକେଲା ମହାନଗର ନିଗମରେ ସାପ୍ତାହିକ ସଟଡାଉନ୍ ଲାଗୁ କରାଯାଇଛି। ଶନିବାର ଓ ରବିବାର ଏହି ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମ ଅଞ୍ଚଳ ସଟଡାଉନ୍ ହେବ। ପୂର୍ବରୁ ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁର ଏବଂ ରାଉରକେଲା ସହରରେ ଜାରି ହୋଇଥିବା ଲକଡାଉନକୁ ଉଠାଇ ନେଇଛନ୍ତି ସରକାର। ଏଠାରେ କେବଳ ଆସନ୍ତା ଶନିବାର ଓ ରବିବାର ଦିନ ୧ ଯାଏଁ ସମସ୍ତ ଦୋକାନ ବଜାର ଖୋଲା ରହିବ। ତା’ପରେ ନିୟମ ଅନୁସାରେ ସଟଡାଉନ୍ ଗାଇଡଲାଇନ୍‌ ଲାଗୁ ହେବ। ଏଥିସହିତ ଆସନ୍ତା ଅଗଷ୍ଟ ୧୫,୧୬,୨୨,୨୩,୨୯,୩୦ରେ ସମ୍ପୂର୍ଣ୍ଣ ସଡଟାଉନ୍‌ ରହିବ। ଲୋକମାନେ ମାସ୍କ ବାଧ୍ୟତାମୂଳକ ଭାବେ ବ୍ୟବହାର କରିବା ସହିତ ସାମଜିକ ଦୂରତା ରଖି ବଜାରକୁ ଆସି ପାରିବେ। ଏଥିସହିତ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯା’ଆସ କରି ପାରିବେ।
ଶନିବାର ଓ ରବିବାର ସଡଡାଉନ୍‌ ସମୟରେ ଡାକ୍ତରଖାନା, କ୍ଲିନିକ୍‌, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଯାତାୟତ, ମହାନଗର ପ୍ରଶାସନ, ପୁଲିସ୍‌, ଅଗ୍ନିଶମ ବିଭାଗ, ଅତ୍ୟାବଶ୍ୟକୀୟ ସେବା, ଜରୁରିକାଳୀନ ସେବାରେ ଥିବା ରାଜ୍ୟ ଓ କେନ୍ଦ୍ର ସରକାରୀ ଚାକିରିଆ, ଟେଲିକମ୍‌ ସେବା, ପେଟ୍ରୋଲ୍‌ ପମ୍ପ୍‌, ଗଣମାଧ୍ୟମ ସଂସ୍ଥା, ଜଳ ଯୋଗାଣ ଓ ବିଶୁଦ୍ଧିକରଣ କର୍ମଚାରୀ, ବିଦ୍ୟୁତ ଯୋଗାଣ ଓ ବିତରଣ କର୍ମଚାରୀ, ମାଲ୍‌ ବୋଝେଇ ଗାଡ଼ି,ଶିଳ୍ପ କାରଖାନା ଏବଂ ନିର୍ମାଣଧୀନ କାର୍ଯ୍ୟ, କୃଷି, ଉଦ୍ୟାନ, ମତ୍ସ୍ୟ, ପ୍ରାଣୀ ଆଦି ସେବା ଜାରି ରହିବ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିକ୍ରମେ ବିବାହ ଓ ଶୁଦ୍ଧିକର୍ମ ହେବ, ଏଟିଏମ୍‌ ଖୋଲିବ, ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବା ଓ ଏଲ୍‌ପିଜି ବିିତରଣ, ଘରକୁ ରନ୍ଧଣା ଗ୍ୟାସ୍‌ ଡେଲିଭରି ଆଦି ଜାରି ରହିବ।

Share Now:

Kalinga News Beuro

Next Post

ଋଣ ଶୁଝି ନ ପାରିବା ଭୟରେ ଚାଷୀଙ୍କ ଆତ୍ମହତ୍ୟା: ଝୁଲନ୍ତା ମୃତଦେହ ଉଦ୍ଧାର

Sun Aug 2 , 2020
ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଋଣ ପ୍ରଦାନକାରୀ ସଂସ୍ଥାମାନଙ୍କର ଦୌରାତ୍ମ୍ୟ ବଢିବାରେ ଲାଗିଛି। କରୋନା ସଂକ୍ରମଣ ସମୟରେ ଅଧିକାଂଶ ଲୋକ ଘରେ ରହିବା କାରଣରୁ ବେରୋଜଗାର ରହୁଥିବା ବେଳେ ସେମାନଙ୍କଠାରୁ ଏହି ସଂସ୍ଥାମାନେ ଜୋର କରି ଋଣ ଓ ସୁଧ ଆଦାୟ କରୁଥିବାର ଖବର ମିଳିଛି। ଏହାର କୁପରିଣାମ ଆଜି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅର୍ଣ୍ଣପାଳ ପଞ୍ଚାୟତର […]
ଋଣ ଶୁଝି ନ ପାରି ଚାଷୀଙ୍କ ଆତ୍ମହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial