ଆନନ୍ଦପୁର ପୌରାଞ୍ଚଳ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ଆନନ୍ଦପୁର ପୌରାଞ୍ଚଳ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପୌରାଞ୍ଚଳକୁ ଆଜିଠୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ ହୋଇଛି। ଏହି କଟକଣା ୮ ତାରିଖ ମଧ୍ୟରାତ୍ର ଯାଏ ଜାରି ରହିବ। କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ମୁ୍ନିସପାଲଟିର ୧୬ଟି ୱାର୍ଡ଼କୁ ଅଗଷ୍ଟ୨ତାରିଖ ରବିବାରଠାରୁ ଅଗଷ୍ଟ ୮ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ଏହି କ୍ରମରେ ୧୬ଟି ୱାର୍ଡ଼ରେ ଜନସାଧାରଣ ଘରୁ ନ ବାହାରିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିବାବେଳେ ଔଷଧ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରଖାଯିବାକୁ କୁହାଯାଇଛି। ପୁର୍ବରୁ ପୌରାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇଥିବା ଦୃଷ୍ଟିରୁ ଜୁଲାଇ ୨୭ତାରିଖରୁ ଅଗଷ୍ଟ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ପୌରାଞ୍ଚଳକୁ ସଟଡାଉନ୍ ଘୋଷଣା କରଯାଇଥିଲା। ପରିସ୍ଥିତି ନିୟନ୍ତଣକୁ ନଆସିବାରୁ ପୁଣି ଗୋଟିଏ ସପ୍ତାହ ପାଇଁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ନେଇ ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି। ୭ଦିନ ଧରି ସମସ୍ତେ ଘରେ ରହିବା ସହିତ ପ୍ରଶାସନକୁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସରକାରୀ ନିର୍ଦ୍ଦେଶରେ ସମସ୍ତ ୱାର୍ଡ଼ରେ ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇ ଦିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଏପଟେ ପ୍ରଶାସନର ତରବରିଆ କଟକଣା ଘୋଷଣାର ପ୍ରଭାବ ଆଜି ସାଧାରଣ ଲୋକମାନଙ୍କ ଉପରେ ପଡ଼ିଛି। ପୁର୍ବରୁ ୭ଦିନିଆ ସଟଡାଉନ୍ ସମୟରେ ଲୋକମାନେ ପ୍ରଭାବିତ ହୋଇଥିବାବେଳେ ଏବେ କଣ୍ଟେନମେଣ୍ଟକୁ ନେଇ ଗରିବ ଶ୍ରେଣୀର ଲୋକମାନେ ଗୁରୁତର ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ଚିନ୍ତା ବଢ଼ାଇଛି ଆମିଷ ବଜାର : ସବୁଦିନ ମାର୍କେଟ୍‌ ଯାଅନି

Sun Aug 2 , 2020
ଭୁବନେଶ୍ୱର: ଏବେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜଧାନୀବାସୀ ପ୍ରତିଦିନ ମାର୍କେଟ୍ ଓ ଜନଗହଳି ସ୍ଥାନକୁ ନଯିବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି। ବିଏମ୍‌ସି କମିଶନର କହିଛନ୍ତି ଯେ, ଲୋକମାନେ ପ୍ରତିଦିନ ହାଟ, ବଜାରକୁ ଯାଇ ପରିବା, ସଉଦା କିଣିବା ଅଭ୍ୟାସ ବନ୍ଦ କରନ୍ତୁ। ଏକସଙ୍ଗେ ତିନି ଚାରିଦିନ ପାଇଁ ପରିବା କିଣନ୍ତୁ। ସେହିପରି ଆବଶ୍ୟକ ନଥିଲେ କେହି ଘରୁ ନବାହାରନ୍ତୁ। କେଉଁ ଜିନିଷ କେତେ ଦିନ ପାଇଁ […]
ଚିନ୍ତା ବଢ଼ାଇଛି ଆମିଷ ବଜାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial