କୋଭିଡ କଟକଣା ମଧ୍ୟରେ ଆଜିଠୁଁ ଭୁବନେଶ୍ୱରରେ ପୁଣି ଗଡ଼ିବ ‘ମୋ ବସ୍‌’: ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ପୁଣି ଗଡ଼ିବ ‘ମୋ ବସ୍‌’

ଭୁବନେଶ୍ୱର: ଅନ୍‌ଲକ୍‌-୩ ଜାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆଜିଠୁଁ ଚାଲିବ ମୋ ବସ୍‌। ଅତି ଗୁରୁତ୍ୱପୂର୍ଣ୍ଣ ୮ଟି ରୁଟରେ ନନ୍‌ ଏସି ବସ୍‌ ସେବା ଚାଲିବ ବୋଲି ଜଣାପଡ଼ିଛି। ‘ମୋ ବସ’କୁ ପରିଚାଳନା କରୁଥିବା କ୍ୟାପିଟାଳ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସଂସ୍ଥା ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଯାତ୍ରୀଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ସେବା ମିଳିବ। ରୁଟ ନଂ ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ରେ ଯାତ୍ରୀମାନେ ମୋ ବସରେ ଯିବାଆସିବା କରିପାରିବେ। ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ। ମାସ୍କ ପିନ୍ଧି ନଥିଲେ ବସ୍‌ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଅଗଷ୍ଟ ମାସରେ ବସ୍‌ ସେବା ସପ୍ତାହାନ୍ତ ବନ୍ଦ ରହିବ। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରର ସବୁଠାରୁ ସୁଲଭ ଓ ସୁବିଧା ସାଧାରଣ ବସ ସେବା ‘ମୋ ବସ୍‌’ ମହାମାରୀ କରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି। ଏହି ବସ୍‌ ସେବା ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ଯାତାୟତରେ ବହୁ ଅସୁବିଧା ହେଉଛି। ସେହିଭଳି ଲୋକଙ୍କୁ ଅନ୍ୟ ଘରୋଇ ସଂସ୍ଥାର ଟ୍ୟାକ୍ସି ଓ କ୍ୟାବରେ ଯାତ୍ରା କରିବା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତେଣୁ ଆଜିଠାରୁ ମୋ ବସ୍‌ ପୁଣି ଥରେ ପରିଚାଳିତ ହେଲେ ସାଧାରଣ ଯାତ୍ରୀ ଏଥିରୁ ଉପକୃତ ହେବେ।

Share Now:

Kalinga News Beuro

Next Post

ଗଞ୍ଜାମ ପରିସ୍ଥିତି ଭୟାନକ: ନିରଞ୍ଜନ

Tue Aug 4 , 2020
ଭୁବନେଶ୍ୱର : କରୋନା ସଂକ୍ରମଣ ଗଞ୍ଜାମରେ ଭୟଙ୍କର ରୂପ ନେଲାଣି। ସେଠି ବର୍ତ୍ତମାନ‌ ଅସମ୍ଭାଳ ସ୍ଥିତି ଉପୁଜିଛି। ସରକାରଙ୍କ ଘୋଷଣା ମୁତାବକ କାର୍ଯ୍ୟ ହେଉନି। ଗଞ୍ଜାମର କୋଭିଡ୍‌ ପରିଚାଳନାକୁ ନେଇ ଏପରି ଉଦବେଗ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ସଂକ୍ରମିତ ବ୍ୟକ୍ତିଙ୍କ ପରୀକ୍ଷା ଠିକ ଭାବେ ହେଉନି କି ଗ୍ରାମାଞ୍ଚଳରେ ମୋବାଇଲ ଗାଡ଼ି ବୁଲୁନାହିଁ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଗତକାଲି ଏକ ପ୍ରେସ୍‌ […]
ଗଞ୍ଜାମ ପରିସ୍ଥିତି ଭୟାନକ ପିସିସି ସଭାପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial