ରାସ୍ତାକଡ଼ ଦୋକାନୀ ସାବଧାନ : ଲୋକ ଖାଉଥିଲେ ସିଲ୍‌ ହେବ

ରାସ୍ତାକଡ଼ ଦୋକାନୀ ସାବଧାନ

ଭୁବନେଶ୍ୱର : ରାଜଧାନୀର କୌଣସି ହୋଟେଲ, ଠେଲା, ଷ୍ଟଲ୍‌ ନିକଟରେ ଛିଡ଼ା ହୋଇ ଖାଇବାକୁ ବିଏମ୍‌ସି ଅନୁମତି ଦେଇନି। କେବଳ ସେମାନେ ପାର୍ସଲ ଦେଇପାରିବେ। ଯଦି କେହି ଠେଲା ବା ରାସ୍ତା କଡ଼ ଦୋକାନରେ ଛିଡ଼ା ହୋଇ ଖାଉଥିବା ଦେଖାଯିବ ତେବେ ଉକ୍ତ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ ସହ ସିଲ୍‌ କରାଯିବ। ଏନେଇ ବିଏମ୍‌ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଖୁବ୍‌ ଶୀଘ୍ର ଜୋନାଲ ଡେପୁଟି କମିସନରମାନେ ଏନେଇ ପଦକ୍ଷେପ ନେବେ। ବିଏମ୍‌ସି କମିସନର କହିଛନ୍ତି ଯେ, ଚାଟ୍‌ ଦୋକାନ, ଗୁପଚୁପ୍‌ ଦୋକାନ, ଜଳଖିଆ ଦୋକାନଗୁଡ଼ିକୁ କେବଳ ପାର୍ସଲ ବିକିବାକୁ ଅନୁମତି ଦିଆଯାଇଛି। ଲୋକମାନେ ଏଠାରେ ଛିଡ଼ା ହୋଇ ଖାଇବାକୁ ମନା କରାଯାଇଛି। କିନ୍ତୁ କେହି ଏହି ନିୟମ ମାନୁନାହାନ୍ତି। ସେମାନଙ୍କ ଜୀବନ ଜୀବିକାକୁ ଦେଖି ଆମେ ଦୋକାନ ଖୋଲିବାକୁ ଅନୁମତି ଦେଇଛୁ। ହେଲେ ନିୟମ ଉଲ୍ଲଂଘନ କଲେ ଦୋକାନ ସିଲ୍‌ କରାଯିବ। କୌଣସି ବ୍ୟବସାୟୀ ଦୋକାନ ନିକଟରେ ଖାଇବାକୁ ପ୍ରଶ୍ରୟ ଦିଅନ୍ତୁନି। ସାଧାରଣ ଲୋକ ବି ଏଠାରୁ ପାର୍ସଲ ନେଇ ଘରେ ଖାଆନ୍ତୁ। ସେହିପରି କୌଣସି ଚା’ ଦୋକାନରେ ଛିଡ଼ା ହୋଇ ଚା’ ପିଇବାକୁ ଅନୁମତି ଦିଆଯାଇନି। ଏଠାରେ ଲୋକ ଖଟି କରି, ଏକାଠି ଛିଡ଼ା ହୋଇ ଚା’ ପିଉଛନ୍ତି। ତେଣୁ ଏହିଭଳି ସ୍ଥିତି ଯେଉଁଠି ଦେଖାଯିବ ସେଠାରେ ଦୋକାନୀ ଓ ଗ୍ରାହକଙ୍କ ଠାରୁ ଜରିମାନା ଆଦାୟ କରାଯିବ। ଆବଶ୍ୟକସ୍ଥଳେ ଦୋକାନ ବନ୍ଦ କରିଦିଆଯିବ।

Share Now:

Kalinga News Beuro

Next Post

ଆସିଲା ସିଭିଲ ସର୍ଭିସ ପରୀକ୍ଷା ଫଳ: ସଞ୍ଜିତା ଓଡ଼ିଶା ଟପର୍‌,ଓଡ଼ିଶାରୁ ୨୨

Wed Aug 5 , 2020
ହରିଆଣାର ପ୍ରଦୀପ ସିଂହ ସର୍ବଭାରତୀୟ ଟପର୍‌ ଭୁବନେଶ୍ବର: ୟୁପିଏସ୍‌ସି ଦ୍ବ‌ାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା-୨୦୧୯ ଫଳାଫଳ ଆଜି ପ୍ରକ‌ାଶ ପାଇଛି। ହରିଆଣାର ସୋନପତ ଜିଲ୍ଲା ବାସିନ୍ଦା ପ୍ରଦୀପ ସିଂହ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ପ୍ରଦୀପଙ୍କ ପଛକୁ ଯତିନ୍‌ କିଶୋର ଓ ପ୍ରତିଭା ବର୍ମା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଶୀର୍ଷରେ ରହିଥିବା ପ୍ରଥମ ୨୬ ଜଣଙ୍କ ଭିତରେ ୧୩ ଜଣ ପୁରୁଷ ଓ […]
ସଞ୍ଜିତା ଓଡ଼ିଶା ଟପର୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial