ପ୍ରାୟୋଜକରୁ ହଟିଲା ଭିଭୋ : ବିସିସିଆଇ

ଭିଭୋକୁ ହଟାଇଲା ବିସିସିଆଇ

ନୂଆ ପ୍ରାୟୋଜକ ପାଇଁ ୨ ଦିନରେ ଟେଣ୍ଡର

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରାୟୋଜନା ଦ୍ୱାୟିତ୍ୱରୁ ଚୀନ ମୋବାଇଲ କମ୍ପାନି ଭିଭୋକୁ ବାଦ ଦିଆଯାଇଥିବା ବିଷୟରେ ବିସିସିଆଇ ଔପଚାରିକ ଭାବେ ଘୋଷଣା କରିଛି। ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇନାହିଁ। ନୂଆ ପ୍ରାୟୋଜକ ପାଇଁ ବିସିସିଆଇ ଆସନ୍ତା ଦୁଇ ଦିନ ମଧ୍ୟରେ ଟେଣ୍ଡର ଡାକିବ। ସୀମାରେ ଚୀନ ସେନାର ଅନୁପ୍ରବେଶ ପରେ ଭାରତ ସରକାର ଚୀନ ସହ ନିଜର ବାଣିଜ୍ୟିକ ସଂପର୍କକୁ ଯଥାସମ୍ଭବ ହ୍ରାସ କରୁଛନ୍ତି। ଲେକମାନଙ୍କ ମଧ୍ୟରେ ମଧ୍ୟ ଚୀନ ପ୍ରତି ପ୍ରବଳ ବିରୋଧ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଇପିଏଲରୁ ଭିଭୋକୁ ହଟାଇବା ଲାଗି ବିଭିନ୍ନ ମହଲରୁ ଦାବି କରାଯାଉଥିଲା। ଗତ ୨୦୧୮ରୁ ଭିଭୋ ପ୍ରଥମଥର ପାଇଁ ଆଇପିଏଲର ପ୍ରାୟୋଜକ ହୋଇଥିଲା। ଏଥିପାଇଁ ଭିଭୋ ବିସିସିଆଇ ସହ ୫ ବର୍ଷ ପାଇଁ ୨୧୯୦ କୋଟି ଟଙ୍କାର ଚୁକ୍ତି କରିଥିଲା। ଅର୍ଥାତ ଭିଭୋ ବିସିସିଆଇକୁ ବର୍ଷକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଥିଲା। ସୂଚନାଯୋଗ୍ୟ ଯେ ଆଇପିଏଲ ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ। ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ। ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ। ଏବର୍ଷ କରୋନା ଭାଇରସ ଯୋଗୁଁ ମାର୍ଚ୍ଚ ଏପ୍ରିଲରେ ଆଇପିଏଲ ଖେଳାଯାଇନଥିଲା।

Share Now:

Kalinga News Beuro

Next Post

ଆଜି ରାଜଧାନୀରେ ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀଙ୍କ ସମେତ ୧୧୮ ସଂକ୍ରମିତ

Thu Aug 6 , 2020
ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କରୋନା ପଜିଟିଭଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ୮ […]
covid-19-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial