ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ

ବ୍ରହ୍ମପୁର: ଆଜି ସକାଳେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୩.୮ ତ୍ରୀବତାର ଭୂମିକମ୍ପ ରେକର୍ଡ କରାଯାଇଛି। ଏହାର ଗଭୀରତା ୧୬ କିଲୋମିଟର ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୭ଟା ୧୦ ମିନିଟରେଏହି ଭୂମିକମ୍ପ ଅନୁଭୂତ ହୋଇଥିବାର ସୂଚନା ମିଳିଛି। ଏହି ଭୂମିକମ୍ପ ପ୍ରାୟ ୫ରୁ ୭ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ସୂଚନା ରହିଛି। ବ୍ରହ୍ମପୁରଠାରୁ ପ୍ରାୟ ୭୩ କିଲୋମିଟର ଦୂରରେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଏହାର କେନ୍ଦ୍ରସ୍ଥଳ ରହିଥିବା ପାଣିପାଗ ବିଭାଗ କହିଛି। ଭୂକମ୍ପ ଅନୁଭୂତ ହେବା ସମୟରେ ଘରଦ୍ବାର ଦୋହଲିବାରୁ ଭୟରେ ବହୁ ଲୋକେ ପଦାକୁ ବାହାରି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ।

Share Now:

Kalinga News Beuro

Next Post

ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ

Sat Aug 8 , 2020
ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀ: ଦେଶର ନୂଆ ସିଏଜି(ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଗତକାଲି ଶପଥ ନେଇଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ। ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗିରୀଶଙ୍କୁ ଶପଥ ପାଠ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ। ଜମ୍ମୁ ଓ କଶ୍ମୀରର ପୂର୍ବତନ ଉପ-ରାଜ୍ୟପାଳ […]
ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial