କରୋନାରୁ ମୁକ୍ତ ହେଲେ ୧୦୫ବର୍ଷୀୟ ବୃଦ୍ଧା

କରୋନା ମୁକ୍ତ ହେଲେ ୧୦୫ବର୍ଷୀୟ ବୃଦ୍ଧା

ନିୟମିତ ଯୋଗ, ଧ୍ୟାନ କରିବା ଏବଂ ଉପଯୁକ୍ତ ଖାଦ୍ୟ ତାଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କଲା

କୂର୍ଣ୍ଣଲ: କରୋନା ଭୂତାଣୁ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ସଂକ୍ରମଣ ବଢ଼ୁଥିବା ବେଳେ ଲୋକେ ଘରୁ ବାହାରକୁ ବାହାରିବାକୁ ଡ଼ରୁଛନ୍ତି। ଏହା ସହ ଅନେକ ସ୍ଥାନରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ମୃତ୍ୟୁ ଭୟରେ ଅବସାଦଗ୍ରସ୍ତ ହୋଇଯାଉଛନ୍ତି। ଏଭଳି ସ୍ଥିତିରେ କୂର୍ଣ୍ଣଲରୁ ଜଣେ ୧୦୫ ବର୍ଷ ବୟସ୍କା ବୃଦ୍ଧା କରୋନାକୁ ସହଜରେ ହରାଇବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ବୃଦ୍ଧାଙ୍କ କରୋନାକୁ ହରାଇବାର କାହାଣୀ ଏବେ ଅନେକଙ୍କୁ କରୋନାର ମୁକାବିଲା ପାଇଁ ସାହାସ ଦେଇଛି। କୂର୍ଣ୍ଣଲ ସରକାରୀ ଜେନେରାଲ ହସ୍ପିଟାଲରୁ ଡିସଚାର୍ଜ ହେବାର ଦୁଇ ଦିନ ପରେ ବୃଦ୍ଧା କ‌ରୋନା କରୋନା ସହ ଲଢ଼େଇର ଅଭିଜ୍ଞତା ବଖାଣିଛନ୍ତି। କେବଳ ଆତ୍ମବିଶ୍ୱାସ, ଉପଯୁକ୍ତ ଖାଦ୍ୟ, ଔଷଧ ଏବଂ ନିୟମିତ ଯୋଗ ଦ୍ୱାରା କରୋନକୁ ସହଜରେ ହରାଇବା ସମ୍ଭବ ବୋଲି ସେ କହିଛନ୍ତି। ବୃଦ୍ଧ ମହିଳା ବି ମୋହନମା କହିଛନ୍ତି ଯେ, ତାଙ୍କର ନିୟମିତ ଜୀବନଶୈଳୀରେ ସନ୍ତୁଳିତ ଖାଦ୍ୟ, ଧ୍ୟାନ କରିବା ଏବଂ ଚାଲିବା ଅନ୍ତର୍ଭୁକ୍ତ, ଯାହା ତାଙ୍କୁ କରୋନାକୁ ହରାଇବାରେ ସାହାଯ୍ୟ କଲା। ସେ ତାଙ୍କ ପୁଅ ସହ ରହୁଥିବା ବେଳେ ରହୁଥିବା ଅଞ୍ଚଳ କୂର୍ଣ୍ଣଲର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ବୋଲି ଜଣା ପଡ଼ିଛି। ଗତ ମାସରେ ମୋହନମା କରୋନା ଭୂତାଣୁ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ ଏବଂ ଜୁଲାଇ ୧୩ରେ କୂର୍ଣ୍ଣଲ ଜିଜିଏଚ୍ ରେ ଭର୍ତ୍ତି ହୋଇଥିଲେ। ଠିକ୍ ସମୟରେ ଔଷଧ ନେବା ଏବଂ ତାଙ୍କର ନିୟମିତ ଅଭ୍ୟାସ ଯେପରିକି ଧ୍ୟାନ କରିବା ଏବଂ ଉପଯୁକ୍ତ ଖାଦ୍ୟ ତାଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କଲା। ସେ ଭୟ ନକରି ଡାକ୍ତରଖାନା କର୍ମଚାରୀଙ୍କ ସହ ସହଯୋଗ କରିଥିଲେ ବୋଲି ଜିଜିଏଚ୍ ଅଧୀକ୍ଷକ ଡାକ୍ତର ଜି ନରେନ୍ଦ୍ରନାଥ ରେଡ୍ଡୀ କହିଛନ୍ତି।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ସର୍ବାଧିକ ୧୩ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି

Sun Aug 9 , 2020
ଭୁବନେଶ୍ୱର: ଆଜି ରାଜ୍ୟରେ ୧୭୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ସର୍ବାଧିକ ୧୩ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କ ଘଟିଥିବା ବେଳେ, କୋରାପୁଟ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଏହାଛଡ଼ା […]
ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial