ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପକ୍ଷେ

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ

ଶପଥପାଠ କରାଇଲେ ସାନଭାଇ ରାଷ୍ଟ୍ରପତି ଗୋତବାୟ ରାଜ‌ପକ୍ଷେ

କଲମ୍ବୋ: ଜାତୀୟ ରାଜଧାନୀ କଲମ୍ବୋର ଉପନଗରୀ କେଲାନିୟାରେ ଥିବା ରାଜମାହା ବିହାରାୟ ନାମକ ଏକ ବୌଦ୍ଧ ମନ୍ଦିରରେ ରବିବାର ଦିନ ଚତୁର୍ଥ ଥର ମହିନ୍ଦା ରାଜପକ୍ଷେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ଜନତାଙ୍କ ସେବା ନିମନ୍ତେ ପୁଣି ଥରେ ସୁଯୋଗ ଦିଆଯାଇଥିବାରୁ ମୁଁ ବାଧିତ। ଶ୍ରୀଲଙ୍କାବାସୀଙ୍କ ବିଶ୍ୱାସ ମତେ ମୋ ଦେଶର ସେବା ପାଇଁ ପ୍ରେରଣା ଦେବ। ଶ୍ରୀଲଙ୍କା ପିପୁଲ୍‌ସ୍ ପାର୍ଟିର ଏହି ୭୪ ବର୍ଷିୟ ନେତାଙ୍କୁ ଶପଥ ପାଠ କରାଇଥିଲେ ତାଙ୍କର ସାନଭାଇ ତଥା ରାଷ୍ଟ୍ରପତି ଗୋତବାୟ ରାଜ‌‌ପକ୍ଷେ। ଅଗଷ୍ଟ ୫ ତାରିଖ ଦିନ ମହିନ୍ଦାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ପିପୁଲ୍‌ସ୍ ପାର୍ଟି ଦୁଇ ତୃତୀୟାଂଶ ସଂଖ୍ୟଗରିଷ୍ଠତା ପାଇ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲା। ମହିନ୍ଦା ୫ ଲକ୍ଷରୁ ଅଧିକ ଇଣ୍ଡିଭିଜୁଆଲ୍ ପ୍ରିଫରେନ୍ସ୍ ଭୋଟ୍‌ ହାସଲ କରି ନିର୍ବାଚନରେ ରେକର୍ଡ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫୋନ୍ କରି ମହିନ୍ଦାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଉତ୍ତରରେ ମହିନ୍ଦା କହିଥିଲେ, ଅଭିନନ୍ଦନୀୟ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶ୍ରୀଲଙ୍କାବାସୀଙ୍କୁ ଦୃଢ଼ ସମର୍ଥନରେ ଦୁଇ ଦେଶ ମଧ୍ୟରେ ଦୀର୍ଘସ୍ଥାୟୀ ସହଯୋଗ ଆହୁରି ବଢ଼ାଇବା ନିମନ୍ତେ ମୁଁ ଆପଣଙ୍କ ସହ ଆହୁରି ନିକଟତର ହୋଇ କାମ କରିବି।

Share Now:

Kalinga News Beuro

Next Post

ବିଶ୍ୱ ଆଦିବାସୀ ଦିବସରେ ଅଲୋଡ଼ା ଦୃଶ୍ୟ : ବାପା ଶବଯାତ୍ରା ପାଇଁ ଖଇ ଭାଜୁଛି ଶିଶୁକନ୍ୟା

Mon Aug 10 , 2020
କାଳିଆପାଣି : ବାପାର ଶବଯାତ୍ରା ପାଇଁ ୭ ବର୍ଷର ଝିଅ ନିଜ ଅଗଣାରେ ଖଇ ଭାଜୁଛି। ବିଶ୍ବ ଆଦିବାସୀ ଦିବସରେ ଗତକାଲି ଏଭଳି ଅଲୋଡ଼ା ଦୃଶ୍ୟ ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ୨ ନଂ ୱାର୍ଡ ଅନ୍ତର୍ଗତ ବିର୍ସାନଗର ବସ୍ତିର ଯକ୍ଷ୍ମା ରୋଗାକ୍ରାନ୍ତ ସୁନାରାମ କିସ୍କୁ(୨୯)ଙ୍କ ଗତକାଲି ମୃତ୍ୟୁ ଘଟିଛି। ତାଙ୍କର ଦୁଇ ଶିଶୁ ଫୁଲମଣି(୭) ଓ ଦେବେନ୍ଦ୍ର(୫) ଏବେ ବେସାହାରା ହୋଇଯାଇଛନ୍ତି। ବାପାଙ୍କ […]
କାଳିଆପାଣି ଶିଶୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial