୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ପଦୋନ୍ନତି

ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ପଦୋନ୍ନତି

ସ୍କୁଲ ଓ ଯୁକ୍ତ୨ କଲେଜ ପାଠ୍ୟକ୍ରମ କମ୍‌ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟର ୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ଦିଆଯିବ। ଏହି ପ୍ରକ୍ରିୟା ଚଳିତ ମାସ ସୁଦ୍ଧା ‌ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଅନ୍ୟପକ୍ଷରେ ବିଭାଗ ଅଧୀନସ୍ଥ ସମସ୍ତ ନିର୍ଦ୍ଦେଶାଳୟକୁ ଚଳଚଞ୍ଚଳ କରିବା ଲାଗି ପଦକ୍ଷେପ ନିଆଯାଇଛି। ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି। ଏଥିରେ ଯୁଗ୍ମ ନିର୍ଦ୍ଦେଶକ, ଅତିରିକ୍ତ ନିର୍ଦ୍ଦେଶକମାନେ ରହିଛନ୍ତି। ସେମାନେ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମକୁ ତଦାରଖ କରିବେ। ପ୍ରତ୍ୟେକ ସୋମବାର ଦିନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ସମାଧାନର ବାଟ ବାହାର କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗର ସମସ୍ତ ନିର୍ଦ୍ଦେଶକ, ଅତିରିକ୍ତ ଯୁଗ୍ମ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ପଦୋନ୍ନତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ପଦୋନ୍ନତି ଦିଆଯାଇ ଖାଲିଥିବା ପଦଗୁଡ଼ିକୁ ପୂରଣ କରିବା ଲାଗି ଚିଠା ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ଚୂଡ଼ାନ୍ତ ମୋହର ବାଜିବ। କୋଭିଡ୍‌-୧୯ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପ୍ରାଥମିକଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ଚଳିତବର୍ଷ କମ୍‌ କରିବା ଲାଗି ସମ୍ପୃକ୍ତ ସଂସ୍ଥାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା), ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ, ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ସମସ୍ତ ଅତିରିକ୍ତ ଶାସନ ସଚିବ ଓ ଅର୍ଥ ପରାମର୍ଶଦାତା ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

କୋରାପୁଟ ଜିଲ୍ଲା ସାଂଗଠନିକ କାର୍ଯ୍ୟ ସମ୍ଭାଳିବେ ମୀରା

Tue Aug 11 , 2020
ବିଭିନ୍ନ ଜିଲ୍ଲା ପାଇଁ ବିଜେଡି ମହିଳା ପ୍ରଭାରୀ ନିଯୁକ୍ତ ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ଜିଲ୍ଲା ପାଇଁ ବରିଷ୍ଠ ମହିଳା ନେତ୍ରୀମାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନେତ୍ରୀମାନେ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାର ବିଜେଡି ମହିଳା ଶାଖାର ସାଂଗଠନିକ କାର୍ଯ୍ୟର ତଦାରଖ କରିବେ। ଏ ସଂକ୍ରାନ୍ତରେ ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରେସ ଇସ୍ତାହାର ଜରିଆରେ ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲା […]
କୋରାପୁଟ ଜିଲ୍ଲା ଦାୟିତ୍ବରେ ମୀରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial