ଆଜି ରାଜ୍ୟରେ ସର୍ବାଧିକ ୧୯୮୧ ଜଣ ପଜିଟିଭ୍ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି

ରାଜଧାନୀରୁ ଆଜି ୩୧୯ ଜଣ କରୋନା ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୧୯୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୨୫ ଓ ସ୍ଥାନୀୟ ଅଞ୍ଚଳରୁ ୭୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୬, ବାଲେଶ୍ବର ଜିଲ୍ଲାରୁ ୫୯, ବରଗଡ଼ ଜିଲ୍ଲାରୁ ୨୭, ଭଦ୍ରକ ଜିଲ୍ଲାରୁ ୬୫, ବଲାଙ୍ଗୀର ଜିଲ୍ଲାରୁ ୨୭, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୧୩୧, ଦେବଗଡ଼ ଜିଲ୍ଲାରୁ ୧୬, ଢେଙ୍କାନାଳ ଜିଲ୍ଲାରୁ ୩୯, ଗଜପତି ଜିଲ୍ଲାରୁ ୮, ଗଞ୍ଜାମ ଜିଲ୍ଲାରୁ ୨୬୭, ଜଗତସିଂହପୁର ଜିଲ୍ଲାରୁ ୪୨, ଯାଜପୁର ଜିଲ୍ଲାରୁ ୬୦, ଝାରସୁଗୁଡ଼ା ଜିଲ୍ଲାରୁ ୮, କଳାହାଣ୍ଡି ଜିଲ୍ଲାରୁ ୩୯, କନ୍ଧମାଳ ଜିଲ୍ଲାରୁ ୧୭୯, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୯, କେନ୍ଦୁଝର ଜିଲ୍ଲାରୁ ୨୩, କୋରାପୁଟ ଜିଲ୍ଲାରୁ ୯୭, ମାଲକାନଗିରି ଜିଲ୍ଲାରୁ ୬୪, ମୟୂରଭଞ୍ଜ ଜିଲ୍ଲାରୁ ୩୭, ନବରଙ୍ଗପୁର ଜିଲ୍ଲାରୁ ୧୮, ନୟାଗଡ଼ ଜିଲ୍ଲାରୁ ୫୬, ନୂଆପଡ଼ା ଜିଲ୍ଲାରୁ ୧୬, ପୁରୀ ଜିଲ୍ଲାରୁ ୭୭, ରାୟଗଡ଼ା ଜିଲ୍ଲାରୁ ୫୫, ସମ୍ବଲପୁର ଜିଲ୍ଲାରୁ ୩୮, ସୋନପୁର ଜିଲ୍ଲାରୁ ୫୭ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୩୬,୪୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୮୦୮ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ଭୁବନ ମାଟିର ଗର୍ବ ସୁଦୀପ ସୁଦର୍ଶନ : ଦୁଇ ବର୍ଷରେ ଡବଲ୍‌ ଟପର୍

Thu Aug 13 , 2020
ଭୁବନ : ଦୁଇ ବର୍ଷ ତଳେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ରାଜ୍ୟରେ ଟପର୍‌ ହୋଇଥିବା ଢେଙ୍କାନାଳ ଜିଲ୍ଲାର ପୁଅ ସୁଦୀପ ରଣା ଏଥର ବି ବାଜି ମାରିଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସର୍ବାଧିକ ୫୭୪ନମ୍ବର ରଖି ଦୁଇ ବର୍ଷ ତଳର ମାଟ୍ରିକ୍‌ ରେକର୍ଡକୁ ଦୋହରାଇଛନ୍ତି। ସାରା ରାଜ୍ୟରେ ଦୁଇ ବର୍ଷରେ ଡବଲ୍ […]
Sudeep Rana +2 Topper

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial