କରୋନା ସମୟରେ ସ୍କୁଲ ଖୋଲିବା ପ୍ରସଙ୍ଗ : କେନ୍ଦ୍ରର ଗାଇଡଲାଇନ୍ସ, ଉପରେ ରାଜ୍ୟ ନେବେ ନିଷ୍ପତି

ସ୍କୁଲ ଖୋଲିବା ପ୍ରସଙ୍ଗ

ନୂଆଦିଲ୍ଲୀ : କରୋନା ପ୍ରକୋପ ଯୋଗୁଁ ସାରାଦେଶରେ ସ୍କୁଲଗୁଡ଼ିକ ବନ୍ଦ ରହିଛି। ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ସ୍କୁଲଗୁଡ଼ିକ କେବେ ଖୋଲାଯିବ,ସେ ନେଇ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବିଚାରବିମର୍ଶ ଜାରି ରଖିଛି। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଥିବା ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପ୍ରାଥମିକତା ବର୍ତ୍ତମାନ ରହିଛି କିଭଳି ଭାବେ ୨୦୨୦-୨୧ ଶିକ୍ଷାବର୍ଷ ଅନ୍ତର୍ଗତ ଓ ଦ୍ୱାଦଶ ଛାତ୍ରଛାତ୍ରୀମାନଙ୍କର ପାଠ୍ୟକ୍ରମକୁ ଆରମ୍ଭ କରାଯାଇ ବୋର୍ଡ ପରୀକ୍ଷାକୁ ସୁନିଶ୍ଚିତ କରାଯାଇପାରେ। ଏଥିପାଇଁ ସ୍କୁଲଗୁଡ଼ିକୁ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଖୋଲିବାର ପ୍ରସ୍ତୁତି କରାଯାଉଛି। ସୂଚନାଯୋଗ୍ୟ, ଶିକ୍ଷାବର୍ଷ ଜାରି ରଖିବା ତଥା ଶିକ୍ଷା ଅନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ଜରିଆରେ ଅଭିଭାବକମାନଙ୍କ ଠାରୁ ମତାମତ ଲୋଡିଥିଲେ। ସୂତ୍ର ଅନୁସାରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସ୍କୁଲ ଖୋଲିବା ପାଇଁ ଅଲଗା ଅଲଗା ମତ ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସୂତ୍ର ଅନୁସାରେ ସେଫ୍ଟି ଗାଇଡଲାଇନ୍ସ ଅନ୍ତର୍ଗତ ସ୍କୁଲଗୁଡ଼ିକୁ ଖୋଲାଯାଇପାରିବ। ଏନେଇ ସ୍କୁଲମାନଙ୍କର ଉତ୍ତରଦାୟିତ୍ବ ଧାର୍ଯ୍ୟ କରାଯିବ। ଯାହାଦ୍ୱାରା ଗାଇଡଲାଇନ୍ସ ଗୁଡ଼ିକର ଯେଭଳି ଉଲ୍ଲଘଂନ ନହୁଏ। ସ୍କୁଲ ଖୋଲାଯିବାକୁ ନେଇ କେନ୍ଦ୍ର ସରକାର ଗାଇଡଲାଇନ୍ସ ପ୍ରସ୍ତୁତ କରିବେ। କେନ୍ଦ୍ର ଗୃହ ମନ୍ତ୍ରାଳୟ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ମିଳିତ ଭାବେ ଗାଇଡଲାଇନ୍ସ ପ୍ରସ୍ତୁତ କରିବେ। ଅପରପକ୍ଷେ ସ୍କୁଲ ଖୋଲିବାର ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟମାନଙ୍କ ଉପରେ ଛାଡ଼ିଦିଆଯିବ। ଉଲ୍ଲେଖଯୋଗ୍ୟ ସ୍କୁଲମାନଙ୍କ ପାଇଁ ଏନସିଇଆରଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗାଇଡଲାଇନ୍ସରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ସୁପାରିଶ କରାଯାଇଛି।

Share Now:

Kalinga News Beuro

Next Post

ମହଙ୍ଗା ପଡ଼ିଲା ମିଥ୍ୟା ସତ୍ୟପାଠ: ବଦଳିଲେ ଧର୍ମଶାଳା ବିଡିଓ

Fri Aug 14 , 2020
ଯାଜପୁର/ଧର୍ମଶାଳା : ରାସନ କେଳେଙ୍କାରୀ ନେଇ ମାନ୍ୟବର ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାରେ ପ୍ରଦତ୍ତ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଧର୍ମଶାଳା ବିଡିଓ ସ୍ମିତା ରଥଙ୍କୁ ଅଚାନକ ବୌଦ୍ଧ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ତାଙ୍କୁ ପଞ୍ଚାୟତିରାଜ ବିଭାଗରୁ ରାଜସ୍ବ ବିଭାଗକୁ ଫେରାଇ ନିଆଯାଇଛି। ୬ ମାସ ପୂରଣ ହେବା ପୂର୍ବରୁ ଧର୍ମଶାଳା ବିଡିଓଙ୍କର ବଦଳି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶଥାଉକି, ଗତ […]
ଧର୍ମଶାଳା ବିଡିଓ ସ୍ମିତା ରଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial