ପ୍ଲାଜମାଦାତା ଯୁବକଙ୍କୁ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ପ୍ଲାଜମାଦାତା ଯୁବକଙ୍କୁ ସମ୍ବର୍ଦ୍ଧନା

ଆଳି : ଆଳି ବ୍ଳକ ଚଣ୍ଡିଆଗଡ଼ି ପଞ୍ଚାୟତର କରୋନାମୁକ୍ତ ପ୍ଲାଜମାଦାତାଙ୍କୁ ଆଜି ପ୍ରତାପ ଦେବ ଫ୍ୟାନ କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଚଣ୍ଡିଆଗଡି ପଞ୍ଚାୟତ ବଇଦିମାଳ ଗ୍ରାମର ଦେବେନ୍ଦ୍ର ପଣ୍ଡା ବାଙ୍ଗାଲୁରୁରୁ ଫେରି ଗତ ଜୁନ ମାସରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ରାଜ୍ୟରେ ପ୍ଲାଜମା ଚିକିତ୍ସା ଆରମ୍ଭ ହେବାପରେ ସରକାର ବିଧାୟକ ମାନଙ୍କୁ କରୋନାମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ପ୍ରଦାନ ନିମନ୍ତେ ବୁଝାଇବାକୁ ଦାୟିତ୍ୱ ଦେଇଥିଲେ। ଏହି ଅବସରରେ ପ୍ରତାପ ଦେବ ଫ୍ୟାନ କ୍ଳବର ସକ୍ରିୟ ସଦସ୍ୟମାନେ ଦେବେନ୍ଦ୍ରଙ୍କ ନିକଟରେ ପହଞ୍ଚି ପ୍ଲାଜମା ଚିକିତ୍ସା ବିଷୟରେ ବୁଝାଇଥିଲେ। ଦେବେନ୍ଦ୍ର ଗତକାଲି ପ୍ଲାଜମା ପ୍ରଦାନ କରି ଘରକୁ ଫେରିବା ପରେ ରବିବାର ପ୍ରତାପ କେଶରୀ ଦେବ ଫ୍ୟାନ କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଳି ବିଜେଡିର ଯୁବନେତା ଭୀଷ୍ମ ମହାନ୍ତି ବଇଦିମାଳ ସ୍ଥିତ ବାସ ଭଵନରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନାରେ ଚଣ୍ଡିଆଗଡି ସରପଞ୍ଚ ସସ୍ମିତା ମିଶ୍ର, ବ୍ଲକ ବିଜେଡି ସଭାପତି ସନାତନ ମିଶ୍ର,କୃଷ୍ଣଚନ୍ଦ୍ର ଦାଶ,ପ୍ରତାପ କେଶରୀ ଦେବ, ଫ୍ୟାନ କ୍ଳବର ସଦସ୍ୟ ଅଶ୍ୱିନୀ ସାହୁ, ଚିରଞ୍ଜିବି ଦାସ,ଧୀରେନ୍ଦ୍ର ସେନାପତି, ସତ୍ୟଜିତ ରାଉତ, ସମୀର ଯାଦବ, ବାପିନା ପାତ୍ର, ଦିପକ ସାମଲ ପ୍ରମୁଖ ଯୋଗଦେଇ ପ୍ଲାଜମାଦାତା ଦେବେନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Share Now:

Kalinga News Beuro

Next Post

ପରଲୋକରେ ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ପଣ୍ଡିତ ଯଶରାଜ

Tue Aug 18 , 2020
ଓଡ଼ିଶା ସହ ସଂପର୍କ ଥିଲା ଅତି ନିବିଡ଼ ନୂଆଦିଲ୍ଲୀ : ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ପଣ୍ଡିତ ଯଶରାଜଙ୍କର ଆଜି ଆମେରିକାର ନ୍ୟୁଜର୍ସିଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ପଣ୍ଡିତ ଯଶରାଜଙ୍କ ପରଲୋକରେ ଦୀର୍ଘ ୮୦ ବର୍ଷର ଶାସ୍ତ୍ରୀୟ ସଙ୍ଗୀତ ଯାତ୍ରାର ଅନ୍ତ ଘଟିଛି। ୧୦ ବର୍ଷ ବୟସରୁ ସେ ସଙ୍ଗୀତ ସାଧନା ଆରମ୍ଭ କରିଥିଲେ। ‘ବାପୁଜୀ ଆଉ ନାହାନ୍ତି’ ବୋଲି ପଣ୍ଡିତଙ୍କ ଝିଅ ତଥା […]
ପଣ୍ଡିତ ଯଶରାଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial