ମଞ୍ଜରୀଦେବୀ ନର୍ସିଂ କଲେଜ ହେବ କୋଭିଡ୍‌ କେୟାର ସେଣ୍ଟର

ମଞ୍ଜରୀଦେବୀ ନର୍ସିଂ କଲେଜ

ବାଲିଅନ୍ତା : ବାଲିଅନ୍ତା ପଞ୍ଚାୟତ ରୋଡ୍‌ସ୍ଥିତ ମଞ୍ଜରୀ ଦେବୀ ନର୍ସିଂ କଲେଜକୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର କରାଯିବ ବୋଲି ସ୍ଥିର ହୋଇଛି। ଏନେଇ ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ କଲେଜ ପରିସରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କଲେଜର ଭିତର ଓ ବାହାର ବୁଲି ଦେଖିବା ସହ ପରିମଳ ଓ ପାର୍କିଂ ବ୍ୟବସ୍ଥା ପରଖିଥିଲେ। ଏହି ଟିମ୍‌ରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଏଡିଏମ୍‌ ମନୋଜ କୁମାର ପାଢ଼ୀ, ବାଲିଅନ୍ତା ବିଡିଓ ଆଦିକନ୍ଦ ବେହେରା, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ ଓ ଏଡିଏମ୍‌ଓଏଫ୍‌ଡବ୍ଲୁ ଦ୍ବାରିକାନାଥ ଶତପଥୀ ଓ ଡିପିଏମ୍‌ ଗୀତାଞ୍ଜଳି ଦାଶ ପ୍ରମୁଖ ଥିଲେ। ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସ୍ବାସ୍ଥ୍ୟ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୋଭିଡ୍‌ କେୟାର ସେଣ୍ଟର ପରିଚାଳିତ ହେବ। ଭିତ୍ତିଭୂମି ଦୃଷ୍ଟିରୁ ଏହି ନର୍ସିଂ କଲେଜରେ ପାଖାପାଖି ୨୦୦ ଶଯ୍ୟା ରହି ପାରିବ ବୋଲି କୁହାଯାଇଛି। ଆଜି ଏହି ଟିମ୍‌ର କଲେଜ ଗସ୍ତ ସମୟରେ ପ୍ରତିଷ୍ଠାତା ଶରତ ଚନ୍ଦ୍ର ବିଶ୍ବାଳ, ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ଦାଶ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଉକ୍ତ ନର୍ସିଂ କଲେଜରେ ପୂର୍ବରୁ ଉଭୟ ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର ୨୦୦ ପ୍ରବାସୀ ଓଡ଼ିଆଙ୍କ ପାଇଁ ସଂଗରୋଧ କେନ୍ଦ୍ର ହୋଇଥିଲା।

Share Now:

Kalinga News Beuro

Next Post

କୋଭିଡ୍‌ ନିୟମ ଭଙ୍ଗ ଅଭିଯୋଗରେ ଜଣେ ଗିରଫ

Tue Aug 18 , 2020
ଭୁବନେଶ୍ୱର : କୋଭିଡ୍‌ ନିୟମ ଉଲଂଘନ କରିଥିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଗ୍ୟାରେଜ୍‌ ଛକର ସନ ଶତପଥୀ(୩୨)। ପୁଲିସ ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ପ୍ରଭାତ ମହାନ୍ତି ଓ ସନ ଶତପଥୀ ଏକ ବାଇକ୍‌ରେ ଯାଉଥିଲେ। ମୁଣ୍ଡରେ ହେଲମେଟ୍‌ ନଥିଲା କି ମୁହଁରେ ମାସ୍କ ନଥିଲା। ତେଣୁ ପୁଲିସ ସେମାନଙ୍କୁ ଗ୍ୟାରେଜ୍‌ ଛକ ନିକଟରେ ଅଟାକାଇଥିଲା। କୋଭିଡ୍ କଟକଣାକୁ ବେଖାତିର […]
କୋଭିଡ୍‌ ନିୟମ ଭଙ୍ଗ ଅଭିଯୋଗରେ ଜଣେ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial