ଭୁବନେଶ୍ୱର ତହସିଲଦାର ପଜିଟିଭ୍‌, ୩ ପ୍ରମୁଖ କାର୍ଯ୍ୟାଳୟ ବନ୍ଦ

ରାଜଧାନୀରୁ ଆଜି ୩୦୧ କରୋନା ପିଜିଟିଭ

ଭୁବନେଶ୍ୱର : ଭୁବନେଶ୍ବର ତହସିଲଦାର କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିସହିତ ତାଙ୍କ କାର୍ଯ୍ୟାଳୟରେ ସମୁଦାୟ ୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେଣୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବ‌ନେଶ୍ବର ତହସିଲ୍‌ କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି। ଭୁବନେଶ୍ବର ତହସିଲ କାର୍ଯ୍ୟାଳୟକୁ ବାଦ୍‌ ଦେଲେ କଳ୍ପନାସ୍ଥିତ ଜିଲ୍ଲା ସବ୍‌ରେଜିଷ୍ଟର କାର୍ଯ୍ୟାଳୟ ଓ ଭୁବନେଶ୍ବର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ମଧ୍ୟ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏହି ଦୁଇ କାର୍ଯ୍ୟାଳୟରେ କେତେକ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ଏହି ପଦ‌କ୍ଷେପ ଗ୍ରହଣ କରାଯାଇଛି। ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪ ଜଣ ଓ ସବ୍‌ରେଜିଷ୍ଟର କାର୍ଯ୍ୟାଳୟରେ ୬ ଜଣ ସଂକ୍ରମିତ ହୋଇଛନ୍ତି। ଏହି ୩ କାର୍ଯ୍ୟାଳୟକୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲେ ହେଁ ୨୨, ୨୩ ତାରିଖ ଶନି ଓ ରବିବାର ସଟ୍‌ଡାଉନ୍‌ରେ ପଡ଼ୁଥିବାରୁ ୨୪ ତାରିଖରେ ସମସ୍ତ କାର୍ଯ୍ୟାଳୟ ଖୋଲିବ। ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ସୂଚନାନୁସାରେ ଭୁବନେଶ୍ବର ସବ୍‌ରେଜିଷ୍ଟର କାର୍ଯ୍ୟାଳୟ ଓ ଖଣ୍ଡଗିରି ସବ୍ ରେଜିଷ୍ଟର କାର୍ଯ୍ୟାଳୟ, ଭୁବନେଶ୍ବର ତହସିଲ କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଶତକଡ଼ା ୯୯ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା ସରିଛି। ସେହିଭଳି ସ୍ଥାନୀୟ ଭୁବନେଶ୍ବର ବ୍ଲକ କାର୍ଯ୍ୟାଳୟ, ଯାତ୍ରୀ ନିବାସ ଆଦିର କର୍ମଚାରୀମାନଙ୍କ କୋଭିଡ୍ ଟେଷ୍ଟ୍‌ କରାଯାଇଛି। ସମସ୍ତ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯାଇଛି। ଅନ୍ୟପକ୍ଷରେ ଏହି ସବୁ କାର୍ଯ୍ୟାଳୟ ବନ୍ଦଥିବାରୁ ପ୍ରତିଦିନ ଶତାଧିକ ଲୋକ ନିରାଶ ହୋଇ ଫେରୁଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ୬ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୭୦ ପଜିଟିଭ

Thu Aug 20 , 2020
ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ରେକର୍ଡ ସଂଖ୍ୟକ ୩୭୦ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୭ରେ ପହଞ୍ଚିଛି। ଗତ ୧୯ ଦିନରେ ଭୁବନେଶ୍ବରରେ ୩୨୧୬ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ତେବେ ଗତ ୨୪ଘଣ୍ଟାରେ ରାଜଧାନୀରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ପ୍ରାୟ ୪୯ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଯାହାକି ବେଶ୍ ଚିନ୍ତାଜନକ। ଦିନକରେ […]
ସାମାଜିକ ଦୂରତା କଟକଣାକୁ ଫୁ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial