୪୫ ସଚିବ, ୪୧ ଯୁଗ୍ମ ସଚିବଙ୍କୁ ନିଯୁକ୍ତ କରିବା ସହ ଦାୟିତ୍ୱ ଆବଣ୍ଟନ କଲେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ

ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ଆଜି ବିଭିନ୍ନ କ୍ଷେତ୍ର ପାଇଁ ୪୫ ଜଣ ସଚିବ ଓ ୪୧ ଜଣଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ନୂଆ ଦଳୀୟ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତ କରିଛନ୍ତି। କିଶୋର ତରାଇ ଓ ସଂଘମିତ୍ରା ଦଳେଇ ଅନୁସୂଚୀତ ଜାତି ବିକାଶ ଦାୟିତ୍ୱ ଦିଆଯାଇଥିବାବେଳେ ଅନୁଭବ ପଟ୍ଟନାୟକ, କେ.ଶାନ୍ତି ଓ ବିଷ୍ଣପ୍ରିୟା ଦାସଙ୍କୁ ନାରୀ ସଶକ୍ତିକରଣ ଦାୟିତ୍ୱ, ଅମରେଶ ପତ୍ରୀ ଓ ରଂଜିତ ମହାପାତ୍ରଙ୍କୁ ଯୁବ ବ୍ୟାପାର ଦାୟିତ୍ୱ ଦିଆଯାଇଛି। ସେହିପରି ଅମରଜିତ ସେନାପତି, ବିଶ୍ୱଜିତ ସାମନ୍ତରାୟ ଓ ମନ୍ଦିକିନୀ କରଙ୍କୁ ଛାତ୍ର ବ୍ୟାପାର, ଚିନ୍ମୟ ସାହୁ, ଅମରେଶ ଜେନା, ସୌଭାଗ୍ୟ ନାୟକ, ସୁବ୍ରମଣ୍ୟମ ମହାନ୍ତି, ସୁବାସ ମହାରଣା ଓ ଶୈଳେଶ ଦାନୀଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ଦିଆଯାଇଛି।

ଅନ୍ୟପକ୍ଷରେ ରବିନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ,ଶଶୀ ସାହୁ, ପ୍ରୟାସକାନ୍ତି ସାମଲ, ମରୁତ ପାଲଙ୍କୁ କଳା ,ସଂସ୍କୃତି ଓ ମାନବ ସମ୍ବଳ ଦାୟିତ୍ୱ ଦିଆଯାଇଛି ଏବଂ ଶେଖ ନିଜାମୁଦ୍ଦିନ ଓ ମହମ୍ମଦ ଡବ୍ଲୁ. ସକିଲଙ୍କୁ ସଂଖ୍ୟାଲଘୁ ବ୍ୟାପାର, ଭୁବନେଶ୍ୱର କିଷାନ, ଭାରତୀ ସିଂ ଓ କୃଷ୍ଣଚନ୍ଦ୍ର ଦାସଙ୍କୁ ଆଦିବାସୀ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଛି । ସେହିପରି ସୁଭାଷ ପାତ୍ର, ଦୁର୍ଗା ସାମନ୍ତରାୟ, ଅଜୟ ନାୟକ, ଶିଶିର ପାତ୍ର, ମୀରା ପରିଡ଼ାଙ୍କୁ ଓଡ଼ିଶା ମୋ ପରିବାର ଏବଂ ପୁଷ୍ପେନ୍ଦ୍ର ସିଂ ଦେଓ, ସରୋଜ କରଣ ଓ ଟି. ପ୍ରସାଦ ରାଓ ଦୋରାଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସ୍ୱାଧୀନ ନାୟକ, କୁନା ବିହାରୀ ଦାସ,ସନ୍ତୋଷ ପଟ୍ଟନାୟକ ଓ ହର୍ଷ ବର୍ଦ୍ଧନ ସିଂଦେଓ, ରଂଜିତ ସାହୁଙ୍କୁ ଆଞ୍ଚଳିକ ବିକାଶ ଏବଂ ଉତ୍ତର ପାତ୍ର, ତପନ ଦାସ, କୃଷ୍ଣ ପଣ୍ଡା, ତ୍ରିନା ଗୋଏଲ ଓ ଚନ୍ଦ୍ରକାନ୍ତ ସାମଲଙ୍କୁ ପରିବେଶ ଦାୟିତ୍ୱ ଦିଆଯାଇଛି।

ଅନ୍ୟପକ୍ଷରେ ଦଳ ପକ୍ଷରୁ ମୋଟ ୪୧ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ଯୁଗ୍ମ ସଚିବ ଦାୟିତ୍ୱ ଦିଆଯାଇଛି। ଏହି ସଦସ୍ୟମାନେ ହେଲେ ସଂଜୟ ସାହୁ,ସଂଜିତ ମହାନ୍ତି,ଏମ.ଧନଞ୍ଜୟ ରେଡ୍ଡୀ, ସନ୍ତୋଷ ବେଜ,ସମୀର ପ୍ରଧାନ, ଦେବାଶୀଷ ସିଟ,ଜ୍ୟୋତି ରଂଜନ ଜେନା, ପୃଥୀରାଜ ସାହୁ, ପ୍ରକାଶ ଡାଙ୍ଗ, ଦେଜାଲିନ ମହାପାତ୍ର, ସ୍ୱରାଜ ଲକ୍ଷ୍ମୀ ସାମଲ, ରେଜଓ୍ଵାନ ବେଗମ, ସଂଘମିତ୍ରା ଜେନା, ସବିତା ମହାପାତ୍ର, ସବିତା ପ୍ରଧାନ, ଜାହିର ଖାଁ, ପ୍ରଦୀପ ବିଶୋଇ, ଚକ୍ରଧର ହେମ୍ବ୍ରମ୍, ଧର୍ମେନ୍ଦ୍ର ଅଧିକାରୀ, ଦିଲିପ ଧୁରିଆ, ଅବନୀ ରଂଜନ ଯୋଶୀ, ରାକେଶ ରାମ, କୈଳାଶ ରାଣ, ପ୍ରଶାନ୍ତ ନାୟକ, ଅଶୋକ ସାହୁ, ଜଗନ୍ନାଥ ଦାସ, ହରିଶଙ୍କର ରାଉତ, ତୁମ୍ବନାଥ ପଣ୍ଡା,ହିମାଂଶୁ ଦାସ, ସତ୍ୟ ରଂଜନ ଦାସ, ରାଜକମଲ ଜେନା, ଜ୍ଞାନଗିରି ଗୋସ୍ୱାମୀ, ପୁଲକ ମହାନ୍ତି, ରାକେଶ ପଣ୍ଡା, ଗତିକୃଷ୍ଣ ନନ୍ଦ, ତନ୍ମୟ ସ୍ୱାଇଁ, କିଶୋର ନାୟକ, ରଂଜିତ ରାୟ, ରାଜେଶ ପଣ୍ଡା, ରୁଦ୍ର ସାମନ୍ତରାୟ ଓ ଦୀପ୍ତିକାନ୍ତ ପରିଜା।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧୋନିଙ୍କୁ ଭାବପୂର୍ଣ୍ଣ ପତ୍ର : ଭାରତୀୟ କ୍ରୀଡ଼ା ଜଗତ ଓ ସେନା ପାଇଁ ତାଙ୍କ ଅବଦାନକୁ ପ୍ରସଂଶା

Thu Aug 20 , 2020
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ସାଧାରଣ କ୍ରିକେଟ ପ୍ରେମୀଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଧୋନିଙ୍କ ପ୍ରସଂଶା କରିବାରେ ବ୍ୟସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଧୋନିଙ୍କ ପ୍ରସଂଶାରେ ଶତମୁଖ ହୋଇଯାଇଛନ୍ତି। ଧୋନିଙ୍କୁ ଏକ ବ୍ୟକ୍ତିଗତ ପତ୍ର ଲେଖି ମୋଦୀ ଭାରତୀୟ କ୍ରୀଡ଼ା […]
ମୋଦୀଙ୍କ ଭାବପୂର୍ଣ୍ଣ ପତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial