ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ; ବାପ ମୃତ, ଝିଅ ଗୁରୁତର

ନରସିଂହପୁର : ନରସିଂହପୁର ବ୍ଲକ୍‌ ଚକାମୁଣ୍ଡା ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅକୁ ଗୁରୁତର ଅବସ୍ଥାରେ କଟକ ବଡମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହି ସମୟରେ ଘର ବାଡ଼ିରେ କାମ କରୁଥିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ବଂଚି ଯାଇଥିବା ବେଳେ ୨୦ ବର୍ଷର ପୁଅ ବି ବାହାରେ ଥିବାରୁ ବଂଚି ଯାଇଛି। ଘରେ ବାଣ ଗଚ୍ଛିତ ଥିବା ଯୋଗୁଁ ଏଭଳି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ବିସ୍ପୋରଣରେ ତିନି ବଖରା ସଂପୂର୍ଣ୍ଣ ଜଳିଯାଇଛି। ଯୋଡ଼ୁମ୍‌ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଡ଼ମ୍ବା ଡାକ୍ତରଖାନା ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ଚକାମୁଣ୍ଡା ଗ୍ରାମର ଶରତ ଚନ୍ଦ୍ର ମୁଦୁଲି(୫୦)ଙ୍କ ଝିଅ ସରିତା(୧୬) ଆଜି ଅପରାହ୍ନ ପ୍ରାୟ ୪ଟା ପାଖାପାଖି ସମୟରେ ଗ୍ୟାସ ଚୂଲାରେ ରୋଷେଇ ବସାଇ ବାସନ ସଫା କରିବାକୁ ଯାଇଥିଲେ। ସେହି ସମୟରେ ଘରେ ଶରତ ଥିବାବେଳେ ହଠାତ୍‌ ପ୍ରଚଣ୍ଡ ଶବ୍ଦ କରି ଗ୍ୟାସ ଟାଙ୍କି ଫାଟିିଥିଲା। । ଫଳରେ ନିକଟରେ ଥିବା ଶରତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ବିସ୍ଫୋରଣରେ ଝିଅ ସରିତା ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନରସିଂହପୁର ମେଡ଼ିକାଲ ଓ ପରେ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣରେ ତାଙ୍କର ତିନି ବଖରା ଆଜ୍‌ବେଷ୍ଟସ୍‌ ଘର ସଂପୂର୍ଣ୍ଣ ଜଳିଯାଇଛି। ଘରର ଆସବାବପତ୍ର ପୋଡ଼ିି ପାଉଁଶ ହୋଇଯାଇଛି । ଏପରିକି ଏହି ବିସ୍ଫୋରଣ ଯୋଗୁଁ ପଡ଼ୋଶୀ ସୁର ସାହୁଙ୍କ ରୋଷେଇ ଘର, ଭଗବାନ ସାହୁଙ୍କ ଛାତ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଶରତଙ୍କ ଘରେ ବାଣ ଗଚ୍ଛିତ ଥିବାରୁ ବିସ୍ଫୋରଣ ଭୟଙ୍କର ହୋଇଥିବା କୁହାଯାଉଛି। ଅନ୍ୟପଟେ ବାଣ ବିସ୍ଫୋରଣରୁ ଗ୍ୟାସ୍‌ ସିଲିଣ୍ଡର ଫାଟିଛି ନା ସିଲିଣ୍ଡର ଫାଟିବା କାରଣରୁ ଘରେ ଗଚ୍ଛିତ ଥିବା ବାଣ ଏଭଳି ବିସ୍ଫୋରକ ରୂପ ନେଲା ତାକୁ ନେଇ ଏଯାଏ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ପ୍ରକୃତ କାରଣ ଜଣା ପଡ଼ିବ ବୋଲି ନରସିଂହପୁର ଥାନା ଅଧିକାରୀ ନିହାର ରଂଜନ ମହାନ୍ତି କହିଛନ୍ତି। ଘଟଣା ସଂପର୍କରେ ମୃତ ଶରତଙ୍କ ପତ୍ନୀ ସନ୍ଧ୍ୟାରାଣୀ ନରସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ।

Share Now:

Kalinga News Beuro

Leave a Reply

Next Post

ପୋଲିସ୍-ମାଓବାଦୀ ଗୁଳିବିନିମୟ: ବିପୁଳ ମାଓ ସାମଗ୍ରୀ ଜବତ

Sun Apr 8 , 2018
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲୁଙ୍ଗା ପାହାଡ଼ରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଲୁଙ୍ଗା ପାହାଡରେ ଏକ ମାଓ କ୍ୟାଂପ କରିଥିଲେ ମାଓବାଦୀ। ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ପିଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ ଯବାନମାନେ ଚଢ଼ାଉ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗତ ରାତି ୧୧ଟାରୁ ଭୋର ୪ ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial