ଆସନ୍ତା ଦୁଇ ବର୍ଷରେ ଲୋପ ପାଇବ କରୋନା ଭାଇରସ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା : ସମଗ୍ର ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀ ଆସନ୍ତା ଦୁଇ ବର୍ଷରେ ଲୋପ ପାଇଯିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଛି। ଜେନିଭାଠାରେ ସଂଗଠନର ମୁଖ୍ୟ ଟ୍ରେଡସ ଆଧାନମ ଗେବ୍ରେସସ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷରୁ କମ ସମୟ ମଧ୍ୟରେ କରୋନା ଭାଇରସ ଲୋପ ପାଇଯିବାର ସମ୍ଭାବନା ରହିଛି। ୧୯୧୮ରେ ହୋଇଥିବା ସ୍ପାନିଶ ଭାଇରସ ତୁଳନାରେ କରୋନା ଭାଇରସକୁ ଶୀଘ୍ର ନିୟନ୍ତ୍ରଣ କରିହେବ। ସେ କହିଛନ୍ତି ଯେ ବର୍ତ୍ତମାନ ସମୟ ତୁଳନାରେ ସ୍ପାନିଶ ଭାଇରସ ସମୟରେ (୧୯୧୮)ରେ ସ୍ଥିତି ସୁବିଧାଜନକ ଥିଲା, କାରଣ ସେତେବେଳେ ଜଗତିକରଣ ହୋଇନଥିଲା, ବିଶ୍ୱରେ ଗମନାଗମନ ବ୍ୟବସ୍ଥା ଉନ୍ନତି ହୋଇନଥିଲା। ଏହି କାରଣରୁ ସ୍ପାନିଶ ଭାଇରସ ବିଶ୍ୱର ସବୁ ଦେଶକୁ ବ୍ୟାପିପାରି ନଥିଲା। କିନ୍ତୁ ଆଜାକାଲି ଜଗତିକରଣ ଓ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଯୋଗୁଁ ଦ୍ରୁତ ଗତିରେ ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିଯାଇଥିଲା। ତେବେ ଆଧୁନିକ ଯୁଗରେ ଚିକିତ୍ସା ବିଜ୍ଞାନ ଓ ଟେକନଲୋଜୀରେ ଉନ୍ନତି ଯୋଗୁଁ ରୋଗକୁ ଶୀଘ୍ର ନିୟନ୍ତ୍ରଣ କରିବା ସମ୍ଭବ ହେଉଛି। ଉନ୍ନତ ଟେକ୍ନୋଲୋଜିକୁ ବ୍ୟବହାର କରି ଆମେ ଟିକା, ଔଷଧ ଆଦି ତିଆରି କରିପାରୁଛୁ। ସୂଚନାଯୋଗ୍ୟ ଯେ ସାରା ବିଶ୍ୱରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ନିୟୁତ ଟପିଯାଇଛି। ଏହା ସହିତ ମୃତ୍ୟୁସଂଖ୍ୟା ୮ ଲକ୍ଷ ଟପିଯାଇଛି।

Share Now:

Kalinga News Beuro

Next Post

ରାଜ୍ୟ ସରକାର ଓ ପୁରୀ ପ୍ରଶାସନ ବେଆଇନ ଭାବେ ବଗଲା ଧର୍ମଶାଳା ଜମିକୁ ଲଜିଂ ମାଲିକଙ୍କୁ ବିକ୍ରି କରୁଛନ୍ତି: ବିଜେପି ମୁଖପାତ୍ର ସମ୍ବିତ ପାତ୍ର

Sat Aug 22 , 2020
ଭୁବନେଶ୍ୱର: ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଗତ ଲୋକସଭା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଆଜି ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି କହିଛନ୍ତି ଯେ, ବେଆଇନ ଭାବେ ଧର୍ମଶାଳାକୁ ପ୍ଲଟିଂ କରି ରାଜ୍ୟ ସରକାର ଓ ପୁରୀ ପ୍ରଶାସନ ଲଜିଂ ମାଲିକଙ୍କୁ ବିକ୍ରି କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ […]
ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial