ସାର୍କ ସମ୍ମିଳନୀରେ ଭାଗ ନେବନି ଭାରତ

ନୂଆଦିଲ୍ଲୀ : ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ(ସାର୍କ) ସମ୍ମିଳନୀରେ ଭାରତ ଯୋଗ ଦେବନାହିଁ। ସୀମାପାର ଆତଙ୍କବାଦକୁ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଯେଭଳି ପ୍ରୋତ୍ସାହନ ଦେଉଛି, ସେହି ସ୍ଥିତିରେ ସାର୍କ ସହ ଆଗକୁ ବଢ଼ିବା ସମ୍ଭବ ନୁହେଁ ବୋଲି ଆଜି ବୈଦେଶିକ ସଚିବ ବିଜୟ ଗୋଖଲେ ସ୍ପଷ୍ଟ କରିଛନ୍ତି। ପାକିସ୍ତାନକୁ ବାରମ୍ବାର ସତର୍କ କରାଇବା ସତ୍ତ୍ୱେ ସୀମାରେ ଅଶାନ୍ତି ସୃଷ୍ଟି ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ଥମୁନାହିଁ। ତେଣୁ ପାକିସ୍ତାନ ସହ ଏହି ସମ୍ମିଳନୀରେ ଭାରତ ଆଗକୁ ବଢିପାରିବ ନାହିଁ ବୋଲି ଗୋଖ୍‌ଲେ କହିଛନ୍ତି। ବିଗତ ଦୁଇ ବର୍ଷ ହେବ ସାର୍କ ସମ୍ମିଳନୀ ହୋଇନାହିଁ। ତେଣୁ ଚଳିତବର୍ଷ ଏହି ସମ୍ମିଳନୀର ଆୟୋଜନ ପାଇଁ ଭାରତକୁ ରାଜି କରାଇବା ପାଇଁ ପାକିସ୍ତାନ ନେପାଳକୁ ଅନୁରୋଧ କରିଥିଲା। ବର୍ତ୍ତମାନ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ଭାରତ ଗସ୍ତରେ ଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ରାଜି କରାଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ୨୦୧୪ରେ ଶେଷ ଥର ପାଇଁ ନେପାଳର କାଠମାଣ୍ଡୁରେ ଏହି ସମ୍ମିଳନୀ ହୋଇଥିଲା। ୨୦୧୬ରେ ପାକିସ୍ତାନ ଆତଙ୍କବାଦୀଙ୍କ ଉରି ସେନା କ୍ୟାମ୍ପ ଆକ୍ରମଣ ପରେ ସେହି ବର୍ଷ ଇସ୍‌ଲାମାବାଦରେ ଆୟୋଜିତ ହେବାକୁ ଥିବା ସାର୍କ ସମ୍ମିଳନୀରେ ଭାରତ ଯୋଗ ଦେବାକୁ ମନା କରିଦେଇଥିଲା।

Share Now:

Kalinga News Beuro

Leave a Reply

Next Post

ଗୋଲ୍‌ଡକୋଷ୍ଟ୍‍ରେ ଇତିହାସ ରଚିଲା ଭାରତ

Mon Apr 9 , 2018
ପ୍ରଥମ ଥର ଟେବୁଲ୍‌ ଟେନିସରୁ ସ୍ୱର୍ଣ୍ଣ, ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ଗୋଲ୍‌ଡକୋଷ୍ଟ୍‍ (ଅଷ୍ଟ୍ରେଲିଆ) : ଚଳିତ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତ ଟେବୁଲ୍‌ ଟେନିସ୍‌ରୁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିଛି। ଦଳଗତ ବର୍ଗରେ ଭାରତ ଏହି ସଫଳତା ପାଇଥିବା ବେଳେ ରବିବାର ଆଉ ୨ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ସହିତ ମୋଟ ଅଧାଡ଼ଜନ ପଦକ ଅମଳ କରିଛି। ସବୁଠାରୁ ଉଲ୍ଲେଖନୀୟ କଥା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial