ସ୍ମାର୍ଟ ନଗରୀ ପାଲଟିଛି କରୋନା ହଟସ୍ପଟ : ଦିନକରେ ୫୦୫ ପଜିଟିଭ୍

ଦିନକରେ ୫୦୫ ପଜିଟିଭ୍

ଗାଡ଼କଣ ଓ ନହରକଣ୍ଟାରୁ ସର୍ବାଧିକ ଆକ୍ରାନ୍ତ, ୨୭ନଂ ୱାର୍ଡରେ ସର୍ବାଧିକ ସକ୍ରିୟ ରୋଗୀ

ଭୁବନେଶ୍ୱର : ସ୍ମାର୍ଟ ନଗରୀରେ ଆଜି କରୋନାରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିନକରେ ୫୦୫ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଲଗାତାର କିଛିଦିନ ହେବ ୩ଶହରୁ ଅଧିକ ସଂକ୍ରମିତ ହେଉଥିବା ବେଳେ ଏସବୁ ସଂଖ୍ୟା ଏବେ ପଛରେ ରହି ଯାଇଛି। ୫୦୫ ସଂକ୍ରମିତଙ୍କ ମଧ୍ୟରୁ ଗାଡ଼କଣ ଓ ନହରକଣ୍ଟା ଅଞ୍ଚଳରୁ ସର୍ବାଧିକ ସଂକ୍ରମିତ ରହିଥିବା ସୂଚନା ମିଳିଛି। ତେବେ ରାଜଧାନୀର ୨୭ନଂ ୱାର୍ଡରେ ସର୍ବାଧିକ ସକ୍ରିୟ ରୋଗୀ ରହିଥିବା ବିଏମ୍‌ସି ରିପୋର୍ଟରୁ ଜଣାପଡ଼ିଛି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୦୬ରେ ପହଞ୍ଚିଛି। ଏଥିରୁ ୨୭୬ ସଙ୍ଗରୋଧରୁ ଓ ୨୨୯ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ସୂଚନା ମିଳିଛି। ସଙ୍ଗରୋଧରୁ ଚିହ୍ନଟ ୩ଜଣଙ୍କ ଅନ୍ୟ ରାଜ୍ୟକୁ ଗସ୍ତ କରିଥିବା ଜଣାପଡ଼ିଛି। ସଙ୍ଗରୋଧରୁ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଗାଡ଼କଣ ଓ ନହରକଣ୍ଟା ଅଞ୍ଚଳରୁ ସର୍ବାଧିକ ବ୍ୟକ୍ତି ରହିଛନ୍ତି। ଗାଡ଼କଣ ଅଞ୍ଚଳର ଜଣେ ପୁରୁଷଙ୍କ ସଂସ୍ପର୍ଶ‌‌ରେ ଆସି ଅନ୍ୟମାନେ ଆକ୍ରାନ୍ତ ହୋଇଥିବା ବେଳେ ନହରକଣ୍ଟାରେ ଏକାଧିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ପଜିଟିଭ୍ ହୋଇଛନ୍ତି। ଏହାବାଦ୍ ରାଜଧାନୀର ଏକ ବ୍ୟାଙ୍କ ଶାଖାରୁ ମଧ୍ୟ ଏକାଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆଦିବାସୀ ପଡ଼ିଆ, ସାଲିଆସାହି, ଧୀରିକୁଟି, ମହାବୀର ବସ୍ତି ଅଞ୍ଚଳରୁ ଆକ୍ରାନ୍ତ ରହିଛନ୍ତି। ଏହାବାଦ ୭ମ ବାଟାଲିଅନ୍‌ରୁ ପୁଣି ଆକ୍ରାନ୍ତ ବାହାରିଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୫୭୬୪ ରୋଗୀ ସୁସ୍ଥ ହୋଇ ସାରିଛନ୍ତି।

Share Now:

Kalinga News Beuro

Next Post

ବିପଦ ସଙ୍କେତ ଟପିଲା କୁଶଭଦ୍ରା : ବୁଡ଼ିଲା ମଠ, ମନ୍ଦିର

Sun Aug 30 , 2020
ବିଦ୍ୟାଳୟ ଓ କ୍ଲବ ଘରେ ୨ ଶହ ପରିବାର ବାଲିଅନ୍ତା : ଭାର୍ଗବୀ, କୁଆଖାଇ ଓ କୁଶଭଦ୍ରା ନଦୀରେ ବନ୍ୟା ପରିସ୍ଥିତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ବାଲିଅନ୍ତା କେନାଲ ସବ୍‌ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବାଲିଅନ୍ତାସ୍ଥିତ ମହାତ୍ମା ସେତୁ ନିକଟରେ କୁଶଭଦ୍ରା ବନ୍ୟାପାଣି ବିପଦ ସଙ୍କେତ ଡେଇଁସାରିଛି। କିନ୍ତୁ କୌଣସି ସ୍ଥାନରେ ବନ୍ୟାଜଳ ବନ୍ଧବାଡ଼ ଭାଙ୍ଗିନାହିଁ। ସେହିପରି ଭାର୍ଗବୀ ଓ କୁଆଖାଇ ନଦୀରେ ବନ୍ୟାଜଳ କୂଳ ଲଙ୍ଘିବା ସ୍ଥିତିରେ […]
ବିପଦ ସଙ୍କେତ ଟପିଲା କୁଶଭଦ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial