ରାଜ୍ୟରେ ଖସିଲା କରୋନା ସଂକ୍ରମଣ: ବଢ଼ିଲା ସୁସ୍ଥ ସଂଖ୍ୟା

କରୋନା ପ୍ରଭାବ

ଦିନକରେ ସୁସ୍ଥ ହେଲେ ୪ହଜାରରୁ ଅଧିକ, ଆଉ ୧୦ ମୃତ, ମୃତ୍ୟୁ ସଂଖ୍ୟା ୫ଶହ ଛୁଇଁବ

ଭୁବନେଶ୍ୱର : ଗତ ୨୫ତାରିଖଠାରୁ ରାଜ୍ୟରେ ଲଗାତାର ଭାବେ ସଂକ୍ରମଣ ୩ହଜାର ଟପିଥିଲା। ଏପରିକି ଦିନକୁ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଛୁଇଁବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ୬ଦିନ ପରେ ସଂକ୍ରମଣରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୬୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩ହଜାର ୫୩୬‌ରେ ପହଞ୍ଚିଛି। ଅପରପକ୍ଷରେ ରାଜ୍ୟରେ ଗୋଟିଏ ଦିନରେ ୪୦୫୩ ରୋଗୀ ସୁସ୍ଥ ହୋଇଛନ୍ତି। ଯାହାକି ପୂର୍ବର ସବୁ ରେକର୍ଡକୁ ପଛରେ ପକାଇ ଦେଇଛି। ରାଜ୍ୟରେ ସୁସ୍ଥରୋଗୀଙ୍କ ସଂଖ୍ୟା ୭୭,୨୮୬ରେ ପହଞ୍ଚିଛି। ରାଜ୍ୟରେ ସୁସ୍ଥ ହାର ୭୪ ପ୍ରତିଶକୁ ଲମ୍ଫ ଦେଇଛି। ଯାହାଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୫,୭୦୫କୁ ଖସି ଆସିଛି। ଏହା ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର। ସୁସ୍ଥ ରୋଗୀଙ୍କ ମଧ୍ୟରେ ରାୟଗଡ଼ାରୁ ସର୍ବାଧିକ ୬୦୮ଜଣ ରହିଛନ୍ତି। ଏହାବାଦ୍ କଟକ ୪୬୮, ଖୋର୍ଦ୍ଧାରୁ ୩୭୦, ଯାଜପୁର ୩୩୯, ଗଞ୍ଜାମ ୨୩୩, ସୁନ୍ଦରଗଡ଼ ୨୧୭, କୋରାପୁଟ ୧୭୫, ଭଦ୍ରକ ୧୭୨, କଳାହାଣ୍ଡି ୧୬୫, ପୁରୀ ୧୪୪, ନୟାଗଡ଼ ୧୪୧, ମୟୂରଭଞ୍ଜ ୧୨୮, ମାଲକାନଗିରି ୧୨୦, ବରଗଡ଼ ୧୦୦, ସମ୍ବଲପୁର ୯୨, ବାଲେଶ୍ବର ୮୩, କନ୍ଧମାଳ ୭୯, ଢେଙ୍କାନାଳ ୬୬, ବଲାଙ୍ଗୀର ୬୨, ନବରଙ୍ଗପୁର ୫୨, କେନ୍ଦ୍ରାପଡ଼ା ୫୦, ଗଜପତି ୪୮, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୩୫ଜଣ ଲେଖାଏଁ, କେନ୍ଦୁଝର ୨୯, ଦେବଗଡ଼ ଓ ସୋନପୁରରେ ୧୩ ଲେଖାଏଁ, ନୂଆପଡ଼ା ୯, ବୌଦ୍ଧ ୬ ଓ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆଜି ଆଉ ୧୦ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଦ୍ଧା ଓ କନ୍ଧମାଳରୁ ୩ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମ, ନୟାଗଡ଼, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୯୨ରେ ପହଞ୍ଚିଛି। ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୯୦ରେ ପହଞ୍ଚିଛି। ଏହାବାଦ୍ ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ ୩୬, କଟକ ୩୧, ରାୟଗଡ଼ା ୨୪, ଗଜପତି ୧୮, ସମ୍ବଲପୁର ୧୪, ନୟାଗଡ଼ ଓ ପୁରୀରେ ୧୩ଜଣ ଲେଖାଏଁ ଓ ବାଲେଶ୍ବରରେ ୧୧ଜଣଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷ‌ରେ ଅଣ କରୋନା ମୃତ୍ୟୁ ରାଜ୍ୟରେ ୫୩ରେ ସ୍ଥିର ରହିଛି। କେବଳ ଅଗଷ୍ଟ ମାସରେ ରାଜ୍ୟରେ ୩୧୫ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିରେ ୨୫୫ଜଣ ପୁରୁଷ ଥିବା ବେଳେ ୬୦ଜଣ ମହିଳା ରହିଛନ୍ତି। ୨୨୪ଜଣଙ୍କ ମଧୁମେହ, ଉଚ୍ଚ ରକ୍ତଚାପ ଭଳି ଜଟିଳ ରୋଗ ରହିଥିବା ବେଳେ ୯୧ଜଣ କେବଳ ଭୂତାଣୁର ଶିକାର ହୋଇଥିବା ଅନୁଶୀଳନରୁ ସ୍ପଷ୍ଟ ହୋଇଛି। ଗତ ୨୪ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୫୬୧ଜଣ ସଙ୍ଗରୋଧରୁ ଓ ୧୦୪୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ପୁଣିଥରେ ୬୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୨୩୬, ଗଞ୍ଜାମ ୧୯୦, କେନ୍ଦ୍ରାପଡ଼ା ୧୨୮, କୋରାପୁଟ ୧୨୭, ଯାଜପୁର ଓ ବାଲେଶ୍ବରରୁ ୧୦୩ଜଣ ଲେଖାଏଁ, ନୟାଗଡ଼ ୯୧, କେନ୍ଦୁଝର ୮୬, ଝାରସୁଗୁଡ଼ା ୮୫, ବରଗଡ଼ ଓ ଜଗତସିଂହପୁରରୁ ୮୨ଜଣ ଲେଖାଏଁ, ମାଲକାନାଗିରି ୮୦, ସମ୍ବଲପୁର ୭୮, ମୟୂରଭଞ୍ଜ ୭୨, ଢେଙ୍କାନାଳ ୬୭, କଳାହାଣ୍ଡି ୬୩, ରାୟଗଡ଼ା ୫୪, ଭଦ୍ରକ ୪୭, ବଲାଙ୍ଗୀର ୪୨, ସୋନପୁର ୨୧, ସୁନ୍ଦରଗଡ଼ ୧୯, ନବରଙ୍ଗପୁର ୧୮, କନ୍ଧମାଳ ୧୭, ନୂଆପଡ଼ା ୧୬, ବୌଦ୍ଧ ୯ ଓ ଦେବଗଡ଼ରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୧୭,୮୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧା ଖୁବଶୀଘ୍ର ଗଞ୍ଜାମ ନିକଟତର ହୋଇଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୬,୭୬୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। କଟକ ୮୨୮୨, ରାୟଗଡ଼ା ୪୮୨୩, ସୁନ୍ଦରଗଡ଼ ୪୪୧୯, ଯାଜପୁର ୩୭୯୩, ବାଲେଶ୍ବର ୩୭୦୦, ପୁରୀ ୩୫୦୦, କୋରାପୁଟ ୩୪୮୬ ଓ ମୟୂରଭଞ୍ଜରେ ୩୪୪୨ ‌ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୪୨,୯୦୬ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ୪୧ ପ୍ରତିଶତ। ରାଜ୍ୟର ୨୫ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି।

Share Now:

Kalinga News Beuro

Next Post

ବସ ଧକ୍କାରେ ଯୁବକ ମୃତ: ବସ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

Wed Sep 2 , 2020
୫ ନମ୍ବର (କ) ଜାତୀୟ ରାଜପଥରେ ତୀବ୍ର ଉତ୍ତେଜନା, ଗମନାଗମନ ବାଧାପ୍ରାପ୍ତ ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ନିକଟସ୍ଥ ୫ ନମ୍ବର ଜାତୀୟ ରାଜପଥ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଛି। ଏହା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ବସକୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ସୂଚନା ଅନୁସାରେ ଆଜି ସକାଳୁ ୫ […]
ବସ ଧକ୍କାରେ ଯୁବକ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial