ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତ ମୃତ: ମୋଟ ମୃତ୍ୟୁସଂଖ୍ୟା ୫୧୪କୁ ବୃଦ୍ଧି

୧୧ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ .କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୫୧୪ରେ ପହଞ୍ଚିଛି। ଘୋଷିତ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ୮ ଜଣ ପୁରୁଷ ଅଛନ୍ତି। ମୃତ ୩ ମହିଳାଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ୫୭ ବର୍ଷିୟା ମହିଳା, ଗଞ୍ଜାମର ଜଣେ ୬୩ ବର୍ଷିୟା ବୃଦ୍ଧା ଓ ସମ୍ବଲପୁରର ୫୮ ବର୍ଷିୟା ମହିଳା ରହିଛନ୍ତି। ସେହିପରି ପୁରୁଷଙ୍କ ମଧ୍ୟରେ ଡାଇବେଟିସ ଓ ଉଚ୍ଚରକ୍ତଚାପରେ ପୀଡ଼ିତ ବାଲେଶ୍ୱରର ୫୭ ବର୍ଷୀୟ, ଭଦ୍ରକର ୫୭ ବର୍ଷୀୟ ଓ ଭୁବନେଶ୍ୱରର ୬୨ ବର୍ଷୀୟ ପୁରୁଷ ରହିଛନ୍ତି। ଅନ୍ୟ ପକ୍ଷରେ ପୂର୍ବରୁ କେବଳ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ଗଞ୍ଜାମର ୫୬ ବର୍ଷୀୟ ବ୍ୟକ୍ତି, ଜଗତସିଂହପୁରର ୯୦ ବର୍ଷୀୟ ବୃଦ୍ଧ, ପୁରୀର ୫୨ ବର୍ଷୀୟ ବ୍ୟକ୍ତି ଓ ରାୟଗଡ଼ାର ୬୪ ବର୍ଷୀୟ ବ୍ୟକ୍ତି ରହିଛନ୍ତି। ସେହିପରି କରୋନା ଆକ୍ରାନ୍ତ ହୋଇ ଗଞ୍ଜାମର ଜଣେ ୩୫ ବର୍ଷୀୟ ଯୁବକ ମୃତ୍ୟୁବରଣ କରିଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩୨୧୯ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏ ମଧ୍ୟରୁ ୧୨୮୮ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୯୩୧ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି।

Share Now:

Kalinga News Beuro

Next Post

ସରକାରୀ କାର୍ଯ୍ୟାଳୟରେ ବ୍ୟାପିଗଲାଣି କରୋନା : ୧୫ରୁ ଅଧିକ ସରକାରୀ କାର୍ଯ୍ୟାଳୟରୁ ୨୬୬ ଆକ୍ରାନ୍ତ

Wed Sep 2 , 2020
ଅତି ଆବଶ୍ୟକ ନଥିଲେ କୌଣସି କାର୍ଯ୍ୟାଳୟ ଯାଆନ୍ତୁନି: ବିଏମ୍‌ସି ଭୁବନେଶ୍ୱର : ରାଜଧାନୀରେ ଏବେ କେଉଁଦିନ ୫୦୦ରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ତ କେଉଁଦିନ ୩୦୦ରୁ ଅଧିକ। ଅଗଷ୍ଟ ମାସ ଯାକ ତ ପ୍ରାୟ ପ୍ରତିଦିନ ୩୦୦ରୁ ଅଧିକ ଆକ୍ରାନ୍ତ ବାହାରିଲେ। ଏବେ ସବୁ ଅଫିସ, ମଲ୍‌, ଦୋକାନ ବଜାର ଖୋଲିଦିଆଯାଇଛି। କେଉଁଠି କାହା ଉପରେ କିଛି କଟକଣା ନାହିଁ। ହେଲେ ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଯେପରି କରୋନା […]
ରାଜଧାନୀରୁ ଆଜି ୩୦୧ କରୋନା ପିଜିଟିଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial