ତହସିଲ୍‌ କାର୍ଯ୍ୟାଳୟ ଭିତରୁ ତାଲା: ଉତ୍ତେଜନା ପରେ ଲାଗୁ ହେଲା ଟୋକନ ବ୍ୟବସ୍ଥା

ତହସିଲ୍‌ କାର୍ଯ୍ୟାଳୟ

ପୁରୁଣା ଭୁବନେଶ୍ବର : ଗତ କିଛି ଦିନ ହେଲା ଭୁବନେଶ୍ବର ତହସିଲ କାର୍ଯ୍ୟାଳୟର ଭିତରୁ ତାଲା ପଡ଼ୁଥିବାକୁ ନେଇ ଆଜି ଉତ୍ତେଜନା ଦେଖା ଦେଇଥିଲା। ଓକିଲ ଓ ସାଧାରଣ ଲୋକଙ୍କୁ ଭିତରକୁ ନ ଛାଡ଼ିବା ପାଇଁ ଗେଟ୍‌ ବନ୍ଦ ରହୁଥିବାରୁ ଲୟର୍ସ ଗୃପ ପକ୍ଷରୁ ବିରୋଧ କରାଯାଇଥିଲା। କିନ୍ତୁ କର୍ମଚାରୀମାନେ କର୍ଣ୍ଣପାତ ନ କରିବାରୁ ପାଟିତୁଣ୍ଡ ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ଟୋକନ୍ ବ୍ୟବସ୍ଥା ଲାଗୁ କରି ଗେଟ୍‌ ଖୋଲିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା କାର୍ଯ୍ୟାଳୟ ଭିତରୁ ତାଲା ପକାଇ ଗେଟ୍‌କୁ ବନ୍ଦ ରଖା ଯାଉଥିଲା। ଫଳରେ ବିଭିନ୍ନ କାମ ନେଇ ଆସୁଥିବା ଲୋକମାନେ ନିରାଶ ହୋ‌ଇ ଫେରୁଥିଲେ। ଏନେଇ ଆଜି ଲୟର୍ସ ଗୃପ ପକ୍ଷରୁ ତହସିଲ ଗେଟ୍‌ ପାଖରେ ହୋ-ହଲ୍ଲା କରାଯାଇଥିଲା। ଗେଟ୍‌ ନ ଖୋଲିଲେ ଜୋର୍‌ କରି ଗେଟ୍‌ ଭାଙ୍ଗି ଭିତରକୁ ପ୍ରବେଶ କରିବେ ବୋଲି ସେମାନେ ଚେତାବନୀ ଦେଇଥିଲେ। ପରେ ତହସିଲଦାରଙ୍କ ହସ୍ତକ୍ଷେପ ଫଳରେ ଗେଟ୍‌ ଖୋଲା ଯାଇଥିଲା ଓ ଟୋକନ୍ ବ୍ୟବସ୍ଥା ଲାଗୁ କରାଯାଇଥିଲା। ତହସିଲଦାର ପ୍ରଦୀପ କୁମାର ସାହୁଙ୍କ କହିବା କଥା ତହସିଲ୍‌ କାର୍ଯ୍ୟାଳୟରେ ବହୁ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ ଓ ଏବେ ବି ଦୁଇ ଜଣ ଗୃହ ସଙ୍ଗରୋଧରେ ଅଛନ୍ତି। ଗତକାଲି ପୁଣି ଆଉ ଜଣେ ଅଧିକାରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣରୁ ରକ୍ଷା ପାଇଁ ଗେଟ୍‌ରେ ସତର୍କତାମୂଳକ ବ୍ୟବସ୍ଥା ଲାଗୁ କରାଯାଇଛି। ତେବେ ଆଜିଠାରୁ ଟୋକନ ବ୍ୟବସ୍ଥାରେ ପର୍ଯ୍ୟାୟକ୍ରମେ ୫ ଜଣଙ୍କୁ ଭିତରକୁ ଛଡ଼ାଯିବ ବୋଲି ସେ କହିଥିଲେ।

Share Now:

Kalinga News Beuro

Next Post

ଦୟାନଦୀକୁ ଡେଇଁ ଯୁବକ ନିଖୋଜ

Thu Sep 3 , 2020
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ନିକଟସ୍ଥ ଦୟା ନଦୀକୁ ଡେଇଁ ଆଜି ଅପରାହ୍ନରେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଜଣେ ଯୁବକ ଦୟା ନଦୀ ନିକଟକୁ ଆସି ଗାଡ଼ିରୁ ଓହ୍ଲାଇ ପୋଲ ଉପରେ ଛିଡ଼ା ହୋଇଥିଲେ। କିଛି ସମୟ ଏପରି ଛିଡ଼ା ହେବା ପରେ ହଠାତ୍‌ ସେ ଦୟା ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟଲୋକେ ଯୁବକଙ୍କୁ ନଦୀକୁ ଡେଇଁ ପଡ଼ିବା ଦେଖି ସଙ୍ଗେସଙ୍ଗେ ଅଗ୍ନିଶମ […]
ଦୟାନଦୀକୁ ଡେଇଁ ଯୁବକ ନିଖୋଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial