ସାବଧାନ ! ଅଧିକ ଲୁଣ ଖାଉଛନ୍ତି କି ? କମିଯାଇପାରେ ଆୟୁଷ

ବିନା ଲୁଣରେ ଖାଦ୍ୟ ରୁଚିକର ହୋଇନଥାଏ। ଏହା ଖାଦ୍ୟକୁ ସୁସ୍ୱାଦୁ କରିଥାଏ। ଏଣୁ ଆମର ଦୈନିନ୍ଦିନ ଜୀବନରେ ଲୁଣର ଆବଶ୍ୟକତା ନିହାତି ରହିଛି । ହେଲେ ଆପଣ ଜାଣନ୍ତି ଏହି ଦରକାରୀ ଜିନିଷ ବେଳେବେଳେ ଆମର କ୍ଷତି ମଧ୍ୟ କରିଥାଏ। ସତର୍କତାର ସହ ଏହାକୁ ବ୍ୟବହାର ନକଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ-
ଆମେରିକାର ଏକ ସର୍ବେକ୍ଷଣରୁ ଜଣାପଡିଛି ଯେଉଁ ଲୋକମାନେ ପ୍ରତିଦିନ ଦରକାରରୁ ଅଧିକ ଲୁଣ ଖାଇଥାନ୍ତି, ତାଙ୍କର ଆୟୁଷ କମିଯାଏ। ବହୁ ଶୀଘ୍ର ମୃତ୍ୟୁ ହୋଇଯାଏ। ସର୍ବେକ୍ଷଣରୁ ଜଣାପଡିଛି ଯେଉଁ ଲୋକ ଫାଷ୍ଟଫୁଡ ଓ ଡବା ଖାଦ୍ୟ ଖାଇବାରେ ଅଭ୍ୟସ୍ତ ଥା’ନ୍ତି, ସେମାନେ ଅଜାଣତରେ ଅଧିକ ଲୁଣ ଖାଇଥା’ନ୍ତି। ଅନେକ ଦିନ ଧରି ଅଧିକ ଲୁଣ ଖାଇଲେ ବ୍ଲଡ ପ୍ରେସର ବଢିଯାଏ, ଯାହା ଦ୍ୱାରା ହୃଦୟ ଉପରେ ପ୍ରଭାବ ପକାଇଥାଏ ଏବଂ ଆୟୁଷ କମିଯାଏ ।
ସୋଡିୟମ ବ୍ଲଡ୍ ପ୍ରେସର ବଢାଏ ଏବଂ ପୋଟାସିୟମ ତାକୁ କମ୍‌ କରେ। ଯାହା ଶରୀରର ସନ୍ତୁଳନ ରକ୍ଷା ରଖିଥାଏ । ଏଥିରୁ ବଞ୍ଚିବା ପାଇଁ ଫଳ-ପନିପରିବା, କ୍ଷୀର, ଦହି ଆଦି ପ୍ରଚୁର ପରିମାଣରେ ସେବନ କରିବା ଦରକାର । ଏହାର ଅର୍ଥ ନୁହଁ ଲୁଣ ଖାଇବା ବନ୍ଦ କରି ଦେବେ । ଲୁଣର ଏକ ସଠିକ ମାତ୍ରା ଶରୀର ପାଇଁ ବହୁତ ଜରୁରୀ । ବାହାର ଖାଦ୍ୟ ଖାଇବା ସମୟରେ ଧ୍ୟାନ ଦିଅନ୍ତୁ ।

Share Now:

Kalinga News Beuro

Leave a Reply

Next Post

ୟୁପି ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ବଳାତ୍କାର ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ, ବିଜେପି ବିଧାୟକଙ୍କ ନାମରେ ଆସିଛି ଅଭିଯୋଗ

Mon Apr 9 , 2018
ଲକ୍ଷ୍ନୋ: ଉତ୍ତରପ୍ରଦେଶ ବିଜେପି ବିଧାୟକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଯୁବତୀଙ୍କ ସହ ଦୁଷ୍କର୍ମ ଏବଂ ପରେ ହତ୍ୟା ଧମକ ଦିଆଯାଇଥିବା ଭଳି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଏନେଇ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୋଲିସ ଘଟଣାସ୍ଥଳରୁ ଯୁବତୀ ଏବଂ ପରିବାରଲୋକଙ୍କୁ ଆଣି ଅଟକ ରଖିଛି । ଅଭିଯୋଗ ଅନୁସାରେ ବିଜେପି ବିଧାୟକ କୁଲଦୀପ ସିଂହ ସେନଗର୍ ଏବଂ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial