ହୋମ ଆଇସୋଲେସନ (ପୃଥକବାସ) ପାଇଁ ଜାରି ହେଲା ଏସ୍‌ଓପି

ପୃଥକବାସଙ୍କ ପାଇଁ ଜାରି ହେଲା ଏସ୍‌ଓପି

ଭୁବ‌େନଶ୍ବର : ରାଜଧାନୀରେ ଏବେ ପ୍ରାୟ ୧୫୦୦ରୁ ଅଧିକ ଆକ୍ରାନ୍ତ ଘରେ ପୃଥକବାସ‌ରେ ରହି କିମ୍ବା ହୋଟେଲରେ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। କିନ୍ତୁ ସେମାନଙ୍କ ସେମାନଙ୍କୁ ଗୁଣାତ୍ମକ ଚିକିତ୍ସା‌ ମିଳୁନି ବୋଲି ଅଭିଯୋଗ ହେଉଛି। ଏପରିକି ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲେ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଆମ୍ବୁଲାନ୍ସ ଆସୁନି। ରାତିରେ ଫୋନ୍‌ କଲେ କେହି ସହଯୋଗ କରୁନାହାନ୍ତି। ଏହିଭଳି ବହୁ ଅଭିଯୋଗ ଆସିବା ପରେ ଏବଂ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ବିଏମ୍‌ସି ପକ୍ଷରୁ ଏନେଇ ଏସ୍‌ଓପି ଜାରି କରାଯାଇଛି। ପୃଥକବାସରେ ରହି ଚିକିତ୍ସିତ ହେଉଥିବା ଲୋକଙ୍କୁ ୨୪ଘଣ୍ଟା ପରାମର୍ଶ ଦେବା ପାଇଁ ଦୁଇଟି ଫୋନ୍‌ ନମ୍ବର ଦିଆଯାଇଛି। ଆକ୍ରାନ୍ତ କିମ୍ବା ତାଙ୍କ ସମ୍ପର୍କୀୟ ୧୮୦୦୩୪୫୦୦୬୧ କିମ୍ବା ୦୬୭୪-୨୪୩୧୨୫୩ ନମ୍ବରରେ ଫୋନ୍‌ କରି ‌ତାଙ୍କର ଆବଶ୍ୟକତା, ସମସ୍ୟା କହିପାରିବେ। ଏହାପରେ ଉପଯୁକ୍ତ ପରାମର୍ଶ ମିଳିବ। ଏଥିପାଇଁ ଆୟୁଷ ଡାକ୍ତର ଓ ସହାୟକ ୨୪ ଘଣ୍ଟା କାର୍ଯ୍ୟ କରିବେ। ସମୁଦାୟ ତିନଟି ସିଫ୍ଟରେ ଏହି ସେବା ଯୋଗାଇ ଦିଆଯିବ। କୋଭିଡ ପଜିଟିଭ୍‌ ବ୍ୟକ୍ତିଙ୍କୁ କେଉଁ ହସ୍ପିଟାଲ ବା ସେବା ବ୍ୟବସ୍ଥାକୁ ନେବାକୁ ହେବ, ସେନେଇ ତାଙ୍କ ପରିବାର ସହ ଆଲୋଚନା କରି ସ୍ଥାନାନ୍ତର ଦାୟିତ୍ବରେ ଥିବା ଡାକ୍ତର ଏବଂ ହସ୍ପିଟାଲ ଓ ଆମ୍ବୁଲାନ୍ସ ଦାୟିତ୍ବରେ ଥିବା ନୋଡାଲ୍‌ ଅଫିସରଙ୍କୁ ଜଣାଇବେ। ଫଳରେ କାହାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପୂର୍ବରୁ ଉପଯୁକ୍ତ ସେବା ଯୋଗାଇହେବ। ଏହାସହ ବିଏମ୍‌ସିର ତିନିଟି ଜୋନ୍‌ରେ ପୃଥକବାସରେ ଥିବା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରିବା ପାଇଁ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏହାର ପୁଙ୍ଖାନୁପୁଙ୍ଖ ପଞ୍ଜୀକରଣ କରିବା, କେଉଁ ବ୍ୟକ୍ତିଙ୍କୁ କେଉଁଠିକୁ ସ୍ଥାନାନ୍ତର କରାଗଲା, ତାହାର ସବିଶେଷ ବିବରଣୀ ରଖିବା ଏବଂ ଗୃହ ପୃଥକବାସରେ ଥିବା ଅଧିକାରୀ ଏହି ବ୍ୟବସ୍ଥାକୁ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share Now:

Kalinga News Beuro

Next Post

ପରିବା ବେପାରୀଙ୍କୁ ମାଡ଼ ମାରିବା ଘଟଣା : ଦୁଇ କନେଷ୍ଟବଳଙ୍କୁ ନିଲମ୍ବିତ କଲେ ଯାଜପୁର ଜିଲ୍ଲା ଆରକ୍ଷୀ

Sat Sep 5 , 2020
ଚାନ୍ଦବାଲି: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଧୀନ ଜରି ଫାଣ୍ଡି ବିଟ ହାଉସରେ କାର୍ଯ୍ୟରତ ଦୁଇ କନେଷ୍ଟବଳ ଜଣେ ପରିବା ବେପାରୀଙ୍କୁ ମାଡ଼ ମାରିବା ମହାଙ୍ଗା ପଡ଼ିଛି। କନେଷ୍ଟବଳ ଦୀପକ ରାଉତ ଏବଂ ସତ୍ୟରଞ୍ଜନ ଦାସ ଗତ ଅଗଷ୍ଟ ମାସ ୧୬ ତାରିଖରେ ପରିବା ବେପାରୀଙ୍କୁ ମାଡ଼ ମାରିବା ଖବର ‘ସମ୍ବାଦ ଡଟ୍ ଇନ୍’ରେ ଖବର ପ୍ରକାଶ ପାଇବା ପରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ଘଟଣାର […]
ପରିବା ବେପାରୀଙ୍କୁ ମାଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial