ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ

ବୋମା ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଚିଲାଣ୍ଡିଖୋଳ ଗ୍ରାମରେ ଶନିବାର ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ରଞ୍ଜିତ ଭୋଇ ଏଵଂ ସନ୍ତୋଷ ପଟା। ସେମାନଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କଂସର ଗ୍ରାମ ବୋଲି ଜଣାପଡ଼ିଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ସୂଚନା ଅନୁଯାୟୀ, ଚିଲାଣ୍ଡିଖୋଳ ଗ୍ରାମରେ ରଞ୍ଜିତ ଭୋଇ ଏଵଂ ସନ୍ତୋଷ ପଟା ସମ୍ପର୍କୀୟଙ୍କ ଘରକୁ ଯାଇ ବୋମା ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ବାରହା ଶିକାର ପାଇଁ ବୋମା ପ୍ରସ୍ତୁତି ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଖବର ପାଇ ଆଜି ସକାଳେ ଘଟଣାସ୍ଥଳରେ ଦେବଗଡ଼ ଥାନା ପୁଲିସ ପହଞ୍ଚି ଉଭୟଙ୍କ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ଡାକ୍ତରଖାନା ନେଉଥିବା ବେଳେ କରୋନା ପୀଡ଼ିତାଙ୍କ ସହ ଦୁଷ୍କର୍ମ କଲେ ଆମ୍ବୁଲାନ୍ସ ଚାଳକ

Sun Sep 6 , 2020
ଥିରୁବନନ୍ତପୁରମ୍: କେରଳର ଥିରୁବନନ୍ତପୁରମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନା ନେଇ ଯାଉଥିବା ଜଣେ ଆମ୍ବୁଲାନ୍ସ ଚାଳକ ଦୁଷ୍କର୍ମ କରିବ‌ା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି କେରଳ ପଠାନାମଥୀତାରେ ଘଟିଛି। ଘଟଣାଟି ଶନିବା‌ର ରାତିରେ ଘଟିଥିବା ବେଳେ ଅଭିଯୁକ୍ତ ଚାଳକକୁ ଚାକିରିରୁ ବାହାର କରିଦିଆଯାଇଥିବା ଜଣା ପଡ଼ିଛି। ପୁଲିସର କହିବା ମୁତାବକ, ଶନିବାର ଜ‌ଣେ ବୃଦ୍ଧା ଏବଂ ପୀଡ଼ିତାଙ୍କୁ […]
କରୋନା ପୀଡ଼ିତାଙ୍କ ସହ ଦୁଷ୍କର୍ମ କଲେ ଆମ୍ବୁଲାନ୍ସ ଚାଳକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial