ବଙ୍ଗୋପସାଗରରେ ଲଘୁଚାପ: ୧୩ରୁ ପ୍ରବଳ ବର୍ଷା ସମ୍ଭାବନା

୧୩ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସଂପ୍ରତି ରାଜ୍ୟ ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇପଡ଼ିଛି। ତେବେ, ସମୁଦ୍ର ପତ୍ତନ ଉପରେ ଏକ ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଅମୃତସର, ଅମ୍ବାଲା, ବରେଲି, ଲକ୍ଷ୍ନୌ, ଗୟା, ହଜରିବାଗ, ବାଙ୍କୁରା, ଦିଗା ଏବଂ ସେଠାରୁ ଦକ୍ଷିଣ-ପୂର୍ବ ଦିଗକୁ ଉତ୍ତର ବଙ୍ଗୋପସାଗରକୁ ଅଗ୍ରସର ହୋଇଛି।
ଏ ପରିସ୍ଥିତିରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଅଛି। ତେବେ, ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏହି ଲଘୁଚାପର ସ୍ପଷ୍ଟ ଚିତ୍ର ଓ ପ୍ରଭାବ ଜଣାପଡ଼ିବ ବୋଲି କହିଛି ପାଣିପାଗ ବିଭାଗ।

Share Now:

Kalinga News Beuro

Next Post

ବନ୍ୟା ମୁକାବିଲା ପ୍ରସ୍ତୁତିର ଦୁର୍ବଳ ଚିତ୍ର: ବ୍ୟାରେଜର ରକ୍ଷଣାବେକ୍ଷଣ ଶୂନ

Wed Sep 9 , 2020
ମୁଣ୍ଡଳି ଓ ନରାଜ ବ୍ୟାରେଜରେ ଭଙ୍ଗା ବାଡ଼ା, ମିଟର ପାହାଚ କଟକ: ମହାନଦୀରେ ବନ୍ୟା ଆସିଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୁଏ ମୁଣ୍ଡଳୀ ଓ ନରାଜର ସ୍ଥିତି। ମୁଣ୍ଡଳୀ ବ୍ୟାରେଜର ପରେ ନରାଜରେ ମହାନଦୀରୁ ଅଲଗା ହୋଇଛି କାଠଯୋଡି। ମୁଣ୍ଡଳୀ ମହାନଦୀ ବନ୍ୟାଜଳର ମାପକ ହୋଇଥିବା ବେଳେ ନରାଜ ହେଉଛି କାଠଯୋଡିର ମାପକ। ଏହି ଦୁଇଟି ସ୍ଥାନର ଜଳ ପ୍ରବାହ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ପ୍ରବାହିତ ବିଭିନ୍ନ […]
ବନ୍ୟା ମୁକାବିଲା ପ୍ରସ୍ତୁତିର ଦୁର୍ବଳ ଚିତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial