ନବୀନଙ୍କୁ ଫୋନ କଲେ ନିତିଶ: ରାଜ୍ୟସଭା ଉପସଭାପତି ନିର୍ବାଚନ ପାଇଁ ସମର୍ଥନ ଲୋଡିଲେ

ନବୀନଙ୍କୁ ଫୋନ କଲେ ନିତିଶ

ଭୁବନେଶ୍ବର : ରାଜ୍ୟସଭା ଉପସଭାପତି ନିର୍ବାଚନ ପୂର୍ବରୁ ଓଡ଼ିଶା ମୁଖମନ୍ତ୍ରୀ ମୁଖ୍ୟ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଛନ୍ତି ବିହାର ମୁଖମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନିତିଶ କୁମାର। ଆଜି ନିତିଶ ଫୋନ କରି ନବୀନଙ୍କ ସହ ଆଲୋଚନା କରିବା ସହ ସମର୍ଥନ ମାଗିଛନ୍ତି। ରାଜ୍ୟସଭା ଉପସଭାପତି ନିର୍ବାଚନରେ ଏନଡିଏ ତରଫରୁ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହେଉଥିବାବେଳେ ତାଙ୍କର ବିଜୟ ପାଇଁ ବିଜେଡ଼ିର ସମର୍ଥନ ଗୁରୁତ୍ବପୂର୍ଣ୍ଣ ରହିଛି। ଗତ ରାଜ୍ୟସଭା ନିର୍ବାଚନରେ ବିଜେଡ଼ି ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିଥିଲା। ଗତକାଲି ହରିବଂଶ ରାଜ୍ୟସଭା ଉପସଭାପତି ପଦ ପାଇଁ ଏନଡିଏ ପ୍ରାର୍ଥୀଭାବେ ମନୋନୟନ ପତ୍ର ଦାଖଲ କରିଥିଲେ। ଶ୍ରୀ ହରିବଂଶ ଗତ ୨୦୧୮ରୁ ଗତ ଏପ୍ରିଲ ପର୍ଯନ୍ତ ରାଜ୍ୟସଭା ଉପସଭାପତି ଥିଲେ। କିନ୍ତୁ ଏପ୍ରିଲରେ ତାଙ୍କର ରାଜ୍ୟସଭା ସଦସ୍ୟ ଅବଧି ଶେଷ ହେବା ପରେ ତାଙ୍କୁ ପୁଣି ଥରେ ଜେଡିୟୁ ରାଜ୍ୟସଭାକୁ ପଠାଇଥିଲା। ଏନଡିଏ ପ୍ରାର୍ଥୀଭାବେ ସେ ରାଜ୍ୟସଭା ଉପସଭାପତି ନିର୍ବାଚିତ ହେବା ଏକରକମ ନିଶ୍ଚିତ ବୋଲି କୁହାଯାଉଛି। ୟୁପିଏ ପକ୍ଷରୁ ଡିଏମକେ ସଦସ୍ୟ ତିରୁଚି ଶିବଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି। ରାଜ୍ୟସଭାରେ ବିଜେପିର ସର୍ବାଧିକ ୮୭ ସଦସ୍ୟ ଥିବାବେଳେ ବିଜେଡିର ୯ ସଦସ୍ୟ ଅଛନ୍ତି।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ୩୯୯୧ ଆକ୍ରାନ୍ତ ଚିହ୍ନଟ: ୧୬୭୬ ସ୍ଥାନୀୟ ସଂକ୍ରମଣ

Thu Sep 10 , 2020
ଭୁବନେଶ୍ବର: ଗୋଟିଏ ଦିନରେ ଓଡ଼ିଶାରେ ରେକର୍ଡ ସଂଖ୍ୟକ ପ୍ରାୟ ୪ ହଜାର ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧ଲକ୍ଷ ୩୯ ହଜାର ଟପିଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୧୫ ଓ ସ୍ଥାନୀୟ […]
ରାଜ୍ୟରେ ୩୯୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial