କୋଭିଡ୍‌ ପରିଚାଳନାର ନଗ୍ନ ନମୁନା : କରୋନା ରୋଗୀଙ୍କ ମୃତ୍ୟୁର ୨ଦିନ ପରେ ବିଏମ୍‌ସି ପଚାରୁଛି କେମିତି ଅଛନ୍ତି?

କୋଭିଡ୍‌ ପରିଚାଳନାର ନଗ୍ନ ନମୁନା

ଭୁବନେଶ୍ୱର : ଠିକ୍ ସମୟରେ ଆମ୍ବୁଲାନ୍‌ସ ନ ମିଳିବାରୁ ଛଟପଟ ହୋଇ କରୋନା ଆକ୍ରାନ୍ତ ରୋଗୀ ପ୍ରାଣ ହରାଇବାର ୨ଦିନ ହେଲାଣି। ବିଏମ୍‌ସି ତରଫରୁ ମୃତକଙ୍କ ପରିବାରର ପଞ୍ଜୀକୃତ ମୋବାଇଲ ନମ୍ବରକୁ ଫୋନ୍ ଆସିବା ସହିତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ରହିଛି ବୋଲି ପଚାରାଯାଉଛି। କରୋନା ସଂକ୍ରମଣ ନେଇ ରାଜଧାନୀକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଥିବା କୋଭିଡ୍‌ ପରିଚାଳନାର ଏହା ହେଉଛି ବାସ୍ତବ ରୂପ। ରୋଗୀଟିଏ ପ୍ରାଣ ହରାଇବା ପରେ ମଧ୍ୟ ବିଏମ୍‌ସି ଏ ସଂପର୍କରେ ଜାଣିପାରୁନି। ଚନ୍ଦ୍ରଶେଖରପୁର ଏମ୍‌ଆଇଜି-୨ ଫେଜ୍-୧ ଅଞ୍ଚଳର ଜଣେ ମହିଳା ୨ଦିନ ତଳେ କରୋନାରେ ସଂକ୍ରମିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିଲେ। କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଲାଗି ତାଙ୍କ ସ୍ବାମୀ ରମେଶ ମିଶ୍ର ୧୦୪ ନମ୍ବରକୁ ବାରମ୍ବାର ଫୋନ୍‌ କରିଥିଲେ। ସଂଧ୍ୟା ୬ଟାରୁ ବିଏମ୍‌ସି ଆମ୍ବୁଲାନ୍‌ସ ପଠଉଛି କହି ରାତି ୨ଟା ବାଜି ଯାଇଥିଲା। ବିଳମ୍ବିତ ରାତିରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ହେଁ, ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମାତ୍ର ଗତକାଲି ସଂଧ୍ୟା ଓ ରାତିରେ ୨ଥର ଓ ଆଜି ସକାଳେ ବିଏମ୍‌ସି ପକ୍ଷରୁ ମହିଳାଙ୍କ ପରିବାର ଲୋକଙ୍କୁ ୩ଥର ଫୋନ୍ କରାଯାଇଥିଲା। କଲ୍‌ କରିଥିବା କର୍ମଚାରୀ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି ବୋଲି ପଚାରିଥିଲେ। ମୃତକଙ୍କ ପରିବାର ପକ୍ଷରୁ ମହିଳାଙ୍କ ମୃତ୍ୟୁ ‌ହୋଇଯାଇଥିବା କୁହାଯାଇଥିଲେ ହେଁ, ବାରମ୍ବାର ଏଭଳି ଫୋନ୍ କରାଯିବା ବିଏମ୍‌ସିର କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଠିକ୍ ସମୟରେ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ପାରୁ ନ ଥିବା ବେଳେ ମୃତକଙ୍କ ପରିବାରଙ୍କୁ ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରାଯିବା ଏକପ୍ରକାର ଉପହାସ ବୋଲି ଚର୍ଚ୍ଚା ହେଉଛି।

Share Now:

Kalinga News Beuro

Next Post

ବହୁଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ୪ଜଣଙ୍କୁ ଜାମିନ : ଶୋଭାଯାତ୍ରାରେ ବୁଲିଲେ ଅଭିଯୁକ୍ତ

Mon Sep 14 , 2020
କୋଭିଡ୍‌ କଟକଣାକୁ ଫୁ’,ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ: ଡିସିପି ଭୁବନେଶ୍ୱର : ବହୁଚର୍ଚ୍ଚିତ ସୁନ୍ଦରପଦା ଅମରେଶ ନାୟକ ହତ୍ୟା ମାମଲାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ୍‌ ମିଳିଛି। ଜାମିନ୍‌ ଆବେଦନ ମଞ୍ଜୁର ହେବା ପରେ ଗତ ଗୁରୁବାର ସେମାନେ ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେମାନେ ଜେଲ୍‌ରୁ ମୁକୁଳିବା ପରେ ଶହଶହ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଘରକୁ ଫେରିଥିଲେ। ଏୟାରଫିଲ୍ଡ ଥାନାଠାରୁ ମାତ୍ର କେଇ […]
ଶୋଭାଯାତ୍ରାରେ ବୁଲିଲେ ଅଭିଯୁକ୍ତ-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial