ଆଜି କ୍ୟାବିନେଟ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ପୂର୍ବାହ୍ନ ୧୧ଟା ୩୦ରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ୩ଟିରୁ ଅଧିକ ପ୍ରସ୍ତାବ ଆସିପାରେ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସ୍‌ଟି ଆଇନ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ବିଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ ପାଇଁ ଅର୍ଥ ବିଭାଗର ପ୍ରସ୍ତାବ ରହିଛି। ଏହାସହିତ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ପ୍ରସ୍ତାବ ରହିଛି। ସେହିପରି ସର୍ବସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ପ୍ରକଳ୍ପ ନିର୍ମାଣ ପାଇଁ ଆହ୍ବାନ ହୋଇଥିବା ଟେଣ୍ଡରକୁ ମଞ୍ଜୁରି ମିଳିବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ଭାରତରେ ଚୀନ୍ କମ୍ପାନିର ଗୁଇନ୍ଦାଗିରି: ଚୀନ୍‌ ଲେନ୍ସରେ ୧୦ ହଜାର ଭିଆଇପି

Tue Sep 15 , 2020
ମୋଦୀ, ବୋବ୍‌ଡ଼େ, ସୋନିଆ, ନବୀନ, ସୋନାଲ ମାନସିଂହଙ୍କ ନାମ ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଲାଗିରହିଛି। ଏହା ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଥିବାବେଳେ ସମସ୍ତଙ୍କୁ ଚକିତ କରିବା ଭଳି ଆଉ ଏକ ଖବର ଏବେ ପଦାକୁ ଆସିଛି। ଚୀନର ଏକ ପ୍ରଯୁକ୍ତି କମ୍ପାନି ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି, ଏକାଧିକ ମୁଖ୍ୟମନ୍ତ୍ରୀ, ରାଜନେତା, ଖେଳାଳୀ, ଉଦ୍ୟୋଗୀ, ସାମ୍ବାଦିକଙ୍କ […]
ଭାରତରେ ଚୀନ୍ କମ୍ପାନିର ଗୁଇନ୍ଦାଗିରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial