ମୋଦୀଙ୍କୁ ରାହୁଲଙ୍କ କଟାକ୍ଷ: ତୁମେ ଗଣିନ,ତେଣୁ ‌କେହି ମରିନାହାନ୍ତି

ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ କଟାକ୍ଷ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ସରକାର ସଂସଦରେ ଯେଉଁ ତଥ୍ୟ ରଖିଛନ୍ତି ତା’କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। ଲକ୍‌ ଡାଉନ୍‌ ସମୟରେ କେତେ ସଂଖ୍ୟକ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ସେନେଇ ମୋଦୀ ସରକାର କିଛି ଜାଣନ୍ତିନାହିଁ। କେତେ ସଂଖ୍ୟକ ଲୋକ ଚାକିରି ହରାଇଛନ୍ତି ତାହା ବି ସରକାର ଜାଣନ୍ତିନି। ଯଦି ତୁମେ ଗଣିନାହଁ ତେବେ କ’ଣ କେହି ମରିନାହାନ୍ତି କି ବୋଲି ରାହୁଲ ଆଜି ସକାଳେ ଏକ ଟ୍ବିଟ୍‌ କରି ପ୍ରଶ୍ନ କରିଛନ୍ତି। ରାହୁଲ କହିଛନ୍ତି, ଦୁଃଖଦାୟକ ବିଷୟ ହେଉଛି ସରକାର ଲୋକଙ୍କ ଜୀବନ ପ୍ରତି ଆଦୌ ଖାତିର କରୁନାହାନ୍ତି। ସମଗ୍ର ବିଶ୍ବ ଦେଖିଛି ସେମାନଙ୍କ ମୃତ୍ୟୁ। କିନ୍ତୁ ମୋଦୀ ସରକାର ଏ ସମ୍ପର୍କରେ କିଛି ଜାଣିନାହାନ୍ତି। ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ରାହୁଲ ପୂର୍ବରୁ ବି ସରକାରଙ୍କୁ ସମାଲୋଚନା କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିକିତ୍ସା ପାଇଁ ବିଦେଶ ଗସ୍ତରେ ଅଛନ୍ତି। ତାଙ୍କ ସହିତ ପୁଅ ରାହୁଲ ବି ଏବେ ବିଦେଶରେ ଅଛନ୍ତି। ସେଥିପାଇଁ ସଂସଦର ମୌସୁମୀ ଅଧିବେଶନରେ ରାହୁଲ ଉପସ୍ଥିତ ହୋଇପାରିନାହାନ୍ତି। ତେବେ ସରକାର ପ୍ରବାସୀ ଶ୍ରମିକଙ୍କ ସଂପର୍କିତ ତଥ୍ୟ ସଂସଦରେ ରଖିବା ପରେ ସେ ଟ୍ବିଟ୍‌ କରି ଏଭଳି ସମାଲୋଚନା କରିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଥମୁନି ସଂକ୍ରମଣ: ୧୫ ଦିନରେ ୬ ହଜାରରୁ ଅଧିକ ଚିହ୍ନଟ

Wed Sep 16 , 2020
ଦିନକରେ ୩୪୨ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୩୩ ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ଥମୁନାହିଁ। ଗତ ୧୫ଦିନରେ ରାଜଧାନୀରେ ୬୨୦୧ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଯାହାକି ଏକ ଜିଲ୍ଲାର ସମୁଦାୟ ସଂଖ୍ୟାଠାରୁ ମଧ୍ୟ ଅଧିକ। ଗତ ୨୪ଘଣ୍ଟାରେ ୩୪୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୬,୯୩୩ରେ ପହଞ୍ଚିଛି। ଚିହ୍ନଟ ୩୪୨ ପଜିଟିଭ୍‌ଙ୍କ ମଧ୍ୟରେ ୯୮ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୪୪ଜଣ ସ୍ଥାନୀୟ […]
ଶୀତରେ ଭୟଙ୍କର ରୂପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial