ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦାବୀପତ୍ର ପ୍ରଦାନ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ତିହିଡି ବିଡ଼ିଓଙ୍କ ଜରିଆରେ ୧୦ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ବିଡ଼ିଓ ଅନୁପସ୍ଥିତ ଥିବାରୁ ଏହି ଦାବୀପତ୍ର ଅତିରିକ୍ତ ବିଡ଼ିଓ ବୁଲ ଫିରଦୋଷଙ୍କୁ ଦିଆଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭାର କର୍ମକର୍ତ୍ତା ବିମ୍ବାଧର ବାରିକ ,ସନ୍ଥ ଚରଣ ବିଶ୍ୱାଳ, ରବୀନ୍ଦ୍ର ବାରିକ, ଗୟାଧର ଦାସ, ଶ୍ୟାମସୁନ୍ଦର ନାୟକ, ଶଙ୍କର୍ଷଣ ସେଠୀ, ସୁରେନ୍ଦ୍ର ରାଉତ ,ଦାମୋଦର ସେନାପତି ପ୍ରମୁଖଙ୍କ ଉପସ୍ଥିତିରେ ଦାବୀପତ୍ର ପ୍ରଦାନ କରାଯାଇଥିଲା। ମହାମାରୀ କରୋନା,ବନ୍ୟା,ବାତ୍ୟା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ସମୁଖୀନ ହେଉଥିବା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପ୍ରକାର ଋଣ ଛାଡ଼,ପ୍ରବାସୀଙ୍କୁ କର୍ମନିଯୁକ୍ତି, କରୋନା ସମୟରେ ପ୍ରଥମରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢା ପାଇଁ ମାଗଣାରେ ମୋବାଇଲ ପ୍ରଦାନ,ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଉଚିତ ତଦନ୍ତ କରାଯାଇ ବନ୍ୟାଞ୍ଚଳ ଘୋଷଣା, ସରକାରୀ ବିହନ ଗଜା ନହେବା ନେଇ କ୍ଷତିପୂରଣ, ରବି ଫସଲ ପାଇଁ ସାର, ବିହନ ପ୍ରଦାନ, ସରକାରୀ ଓ ବେସରକାରୀ ସ୍କୁଲରେ ସମସ୍ତ ଫିସ ଛାଡ, କରୋନା ମହାମାରୀରେ କ୍ଷତିଗ୍ରସ୍ତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ହଜାର ଟଙ୍କା ପ୍ରଦାନ, ସ୍ୱାସ୍ଥ୍ୟସେବାକୁ ସଠିକ ପରିଚାଳନା କରାଯିବା ସହ ଦୂର ଅଞ୍ଚଳରେ ଡାକ୍ତର ଟିମ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆଦି ଦାବି ଅନ୍ତର୍ଭୁକ୍ତ ଅଟେ।

Share Now:

Kalinga News Beuro

Next Post

୨୦୨୧ ଆରମ୍ଭରୁ ଭାରତରେ ଉପଲବ୍ଧ କରାଯିବ କୋଭିଡ୍-୧୯ ଟିକା: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

Thu Sep 17 , 2020
ନୂଆଦିଲ୍ଲୀ: ୨୦୨୧ ଆରମ୍ଭ ବେଳକୁ ଭାରତରେ କୋଭିଡ୍‌-୧୯ ଟିକା ଉପଲବ୍ଧ କରାଯିବ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ରାଜ୍ୟସଭାରେ ହର୍ଷବର୍ଦ୍ଧନ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଚେଷ୍ଟା କରୁଛି। ତିନୋଟି ଟିକା ଭିନ୍ନ ଭିନ୍ନ ସ୍ତରରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ, ଦଳେ ବିଶେଷଜ୍ଞ ଏହାର ତତ୍ତ୍ୱାବଧାନ କରୁଛନ୍ତି। ଟିକା ନିମନ୍ତେ ଅଗ୍ରଣୀ ଯୋଜନା ମଧ୍ୟ ରହିଛି। ଆମେ ଆଶାବାଦୀ ଯେ, ଆସନ୍ତାବର୍ଷ ଆରମ୍ଭ […]
କୋଭିଡ୍-୧୯ ଟିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial