ରାଜଧାନୀରୁ ଆଜି ୩୨୫ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୪୨୦ ଜଣ ଆକ୍ରାନ୍ତ

ରାଜଧାନୀରେ କରୋନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଙ୍ଗରୋଧରୁ ୧୦୦ ଜଣ ଓ ସ୍ଥାନୀୟ ଅଂଚଳରୁ ୨୨୫ ଜଣ ଅଛନ୍ତି। ସଙ୍ଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ବିଏମ୍‌ସିର ସୂଚନା ଅନୁସାରେ ହଂସପାଳସ୍ଥିତ ଏକ ସଙ୍ଗରୋଧ କେନ୍ଦ୍ରରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଭିଏସଏସ ନଗରରୁ ୭ ଜଣ, ଡମଣାରୁ ୬ ଜଣ, ୟୁନିଟ-୯, ଆଇଆରସି ଭିଲେଜ, ଜିଜିପି କଲୋନି ଓ ସହିଦ ନଗରରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ମୋଟ ୧୭ ହଜାର ୬୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୩ ହଜାର ୧୧୪ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୪୨୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ୬୭ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ସଂକ୍ରମଣ ଯୋଗୁଁ ରସୁଲଗଡ଼ରୁ ୧୧ ଜଣ, ଏକ ଘରୋଇ ହସ୍ପିଟାଲରୁ ୮ ଜଣ, ନୟାପଲ୍ଲୀରୁ ୮ ଜଣ, ଜୟଦେବ ବିହାର, ଜାମୁଝୁରିରୁ ୭-୭ ଜଣ, ନିଳାଦ୍ରୀ ବିହାର, ବିଡିଏ କଲୋନିରୁ ୬-୬ ଜଣ, ପାତ୍ରପଡ଼ା, ଡମଣାରୁ ୫-୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଆଜି ଭୁବନେଶ୍ୱରରୁ ମୋଟ ୪୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ୟୁନିଟ-୨ ଓ ୟୁନିଟ-୩ରୁ ୧୪ ଜଣ, କଳିଙ୍ଗ ନଗର ଅଂଚଳରୁ ୧୨ ଜଣ, ପୋଖରୀପୁଟ, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୧୨-୧୨ ଜଣ, ଆଇଗଣିଆ ଗାଁରୁ ୧୧ ଜଣ, ଲକ୍ଷ୍ମୀସାଗର, ସାମନ୍ତରାପୁରରୁ ୧୦-୧୦ ଜଣ, ନୟାପଲ୍ଲୀ, ପଟିଆ ଗାଁରୁ ୯-୯ ଜଣ, ସହଦି ନଗର, ଶୈଳଶ୍ରୀ ବିହାରରୁ ୮-୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଚାଞ୍ଚଲ୍ୟ: ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ନାବାଳକ ପୁଅ

Thu Sep 17 , 2020
ଭୁବନେଶ୍ବର: ଆଜି ଭୁବନେଶ୍ବରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଞ୍ଚଳରେ ଥିବା ଅର୍କିଡ୍ ରିଜେନସି ଆପାର୍ଟମେଣ୍ଟରେ ଜଣେ ମହିଳାଙ୍କୁ ତାଙ୍କ ଦୁଇ ନାବାଳକ ପୁଅ ପିଟି ମାରିଥିବାର ଖବର ମିଳିଛି। ମୃତକଙ୍କ ନାମ ବିନୋଦିନୀ ମିଶ୍ର ବୋଲି ଜଣାପଡ଼ିଛି। ତାଙ୍କର ବୟସ ୩୮ ବର୍ଷ ବୋଲି ସୂଚନା ମିଳିଛି। ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ, ତେବେ ପାରିବାରିକ କଳହ ଏହି ଘଟଣାର ମୁଖ୍ୟ କାରଣ ହୋଇଥିବା […]
ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ନାବାଳକ ପୁଅ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial