ରାଜଧାନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କୋଟିଏ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ। ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର୍ ସମୟରେ ଖୋର୍ଦ୍ଧାର ଭରତପୁର ନିକଟରେ ଏକ ବୋଲେରୋରେ ବିପୁଳ ପରିମାଣର ଗଞ୍ଜେଇ ଚେରାଚାଲାଣ ହେଉଥିବାର ଖବର ମିଳିଥିଲା। ଏହାପରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଉକ୍ତ ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବାର ସୂଚନା ଦିଆଯାଇଛି। ଉକ୍ତ ବୋଲେରୋଟି ଖୋର୍ଦ୍ଧା-କଟକ ବାଇପାସରେ ଯିବାର ଯୋଜନା କରିଥିବାର ଖବର ମିଳିଛି। ବାରମ୍ବାର ବିଭିନ୍ନ ଚେକ ପୋଷ୍ଟ ଛାଡ଼ିବାପରେ ଗାଡ଼ିଟିର ନମ୍ବର ପ୍ଲେଟ ବଦଳ କରା ଯାଉଥିଲା।

Share Now:

Kalinga News Beuro

Next Post

୨୭୫୨ଜଣ ଅମାନିଆଙ୍କଠାରୁ ଜରିମାନା ଆଦାୟ: ୧୯ଟି ଦୋକାନ ବନ୍ଦ କଲା କମିସନରେଟ୍ ପୁଲିସ୍

Fri Sep 18 , 2020
ଟୁଇଟ୍ ଯୋଗେ ସୂଚନା ଦେଲେ ଡିସିପି ଭୁବନେଶ୍ବର: କଟକ- ଭୁବନେଶ୍ବର ଦ୍ବୈତ ନଗରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୁଲିସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡକୁ ଆସିଛି ପୁଲିସ। ଦୋକାନଗୁଡିକୁ ଯାଞ୍ଚ କରାଯାଉଛି। ଯେଉଁଠି ଅତ୍ୟଧିକ ଭିଡ଼ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଓ […]
୨୭୫୨ଜଣ ଅମାନିଆଙ୍କଠାରୁ ଜରିମାନା ଆଦାୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial