ମୋଦି ସରକାରଙ୍କ କରୋନା ମୁକାବିଲା ପାଇଁ ୯,୦୦୦ କୋଟିରୁ ଅଧିକ ଋଣ

ଚୀନ ପୁଞ୍ଜିରେ ଚାଲୁଥିବା ବ୍ୟାଙ୍କ

ଚୀନ ପୁଞ୍ଜିରେ ଚାଲୁଥିବା ବ୍ୟାଙ୍କରୁ ଆଣିଲେ ଋଣ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଚୀନ ପୁଞ୍ଜିରେ ଚାଲୁଥିବା ବେଜିଂସ୍ଥିତ ଏସିଆନ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି)ରୁ ଭାରତ ୯,୦୦୦ କୋଟିରୁ ଅଧିକ ଋଣ ନେଇଛି। ଏ ନେଇ ସୋମବାର କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି। ଜାତୀୟ ଗଣମାଧ୍ୟମ ‘ସ୍କ୍ରଲ୍’ ଏହି ଖବର ପ୍ରକାଶ କରିଛି। ଲୋକସଭାରେ ବିଜେପି ସାଂସଦ ସୁନୀଲ କୁମାର ସିଂ ଏବଂ ପିପି ଚୌଧୁରୀଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ଏହା ପ୍ରକାଶ କରିଛନ୍ତି ବୋଲି ‘ସ୍କ୍ରଲ’ ରିପୋର୍ଟରେ ଦର୍ଶାଯାଇଛି। ସୀମା ବିବାଦ ମଧ୍ୟରେ ଏଆଇଆଇବିରୁ ୯,୨୦୨ କୋଟି (୧୩୫୦ ମିଲିୟନ ଡ଼ଲାର) ଋଣ ନିଆଯାଇଥିବା ଜଣା ପଡ଼ିଛି। ୩୬୭୬ କୋଟି (୫୦୦ମିଲିୟନ ଡ଼ଲାର) ପାଇଁ ପ୍ରଥମ ଋଣ ଚୁକ୍ତିନାମା ମେ ୮ରେ ସ୍ବାକ୍ଷର କରାଯାଇଥିବା ବେଳେ ଏବଂ ୫୫୨୧ କୋଟି (୭୫୦ମିଲିୟନ ଡ଼ଲାର) ପାଇଁ ଜୁନ୍ ୫ରେ ଦ୍ୱିତୀୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଭାରତ କୋଭିଡ୍-୧୯ର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତି ପ୍ରକଳ୍ପ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପାଇଁ ଏହି ଋଣ ନିଆଯାଇଥିବା ଜଣା ପଡ଼ିଛି। ବର୍ତ୍ତମାନ, ଏଆଇଆଇବି ପ୍ରଥମ ଋଣରୁ ୧୮୪୭ କୋଟି (୨୫୧.୨୫ ମିଲିୟନ ଡ଼ଲାର)ଟଙ୍କା ଦେଇଛି ଏବଂ ଜାରି ରହିଥିବା ସଙ୍କଟରେ ରାଜ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ପାଣ୍ଠି ବ୍ୟବହାର କରାଯାଇଛି ବୋଲି ସୂଚନା ମିଳିଛି।

କଂଗ୍ରେସର ଜାତୀୟ ମୁଖପାତ୍ର ପୱନ ଖେରା ସରକାରଙ୍କ ଉପରେ କଟାକ୍ଷ କରି କହିଛନ୍ତି ଯେ, ଲଦାଖରେ ଚାଲିଥିବା ବିବାଦର ସମାଧାନ ପରିବର୍ତ୍ତେ ଆମ ସରକାର ଚୀନ ପୁଞ୍ଜିରେ ଚାଲୁଥିବା ବ୍ୟାଙ୍କରୁ ଋଣ ନେଇଥିଲେ। ଚୀନ୍ ବ୍ୟବସାୟକୁ ବଏକଟ କରିବା ବିଷୟରେ ପ୍ରଧାନମନ୍ତ୍ରୀ ମିଛ କହି ଏଆଇଆଇବିରୁ ଦୁଇଟି ଋଣ ନେଇଥିଲେ, ଯେଉଁଠାରେ ଚୀନ୍ ସବୁଠୁ ବଡ ଅଂଶୀଦାର ଅଟେ। ଗୋଟିଏ ପଟେ ସରକାର ଚୀନ୍ ସହ ସମସ୍ତ ଆର୍ଥିକ ସମ୍ପର୍କ ବନ୍ଦ କରିବାକୁ ଚାହୁଁଛନ୍ତି ଏବଂ ଅନ୍ୟ ପଟେ ସେମାନେ ନିଜେ ଏକ ବ୍ୟାଙ୍କରୁ ଋଣ ନେଉଛନ୍ତି ଯାହାର ସବୁଠାରୁ ବଡ ଅଂଶୀଦାର ଚୀନ୍ ରହିଛି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଚିକିତ୍ସାଳୟ ବାରଣ୍ଡାରେ ପ୍ରାଣ ହରାଇବା ଘଟଣା : ଡାକ୍ତର ସସପେଣ୍ଡ, ଫାର୍ମାସିଷ୍ଟ କାର୍ଯ୍ୟରୁ ଅନ୍ତର

Fri Sep 18 , 2020
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଛଟପଟ ହୋଇ ପ୍ରାଣ ହରାଇବାର ହୃଦୟ ବିଦାୟକ ଦୃଶ୍ୟ ସମଗ୍ର ଜିଲ୍ଲା ସମେତ ରାଜ୍ୟକୁ ଆନ୍ଦୋଳିତ କରିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ଆଜି ସେହି ଦିନ ଡିୟୁଟିରେ ଥିବା ଆୟୁଷ ଡାକ୍ତରଙ୍କୁ ସସ୍ପେଣ୍ଡ କରିଥିବାବେଳେ ଫାର୍ମାସିଷ୍ଟଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଏ ସଂପର୍କରେ […]
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial