ଧରାକୋଟ ଷ୍ଟେଟବ୍ୟାଙ୍କର ସ୍ଥିତି ସୁଧୁରିବ କେବେ : ଏଟିଏମ ଅଚଳ,ସାଧାରଣ ଲୋକ ହନ୍ତସନ୍ତ

Dharakote ATM (2)

ଧରାକୋଟ : ଧରାକୋଟରେ ଥିବା ଷ୍ଟେଟବ୍ୟାଙ୍କ ଉପରେ ପ୍ରାୟ ୩୦ହଜାରରୁ ଅଧିକ ଗ୍ରାହକ ନିର୍ଭର କରିଥାନ୍ତି। ସ୍ଥାନୀୟ ଅଂଚଳରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟର ଦେଣନେଣ ଏହି ବ୍ୟାଙ୍କ ଉପରେ ନିର୍ଭର କରିଥାଏ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହା ଯେ ଏହି ବ୍ୟାଙ୍କ ଅନେକ ସମୟରେ ସାଧାରଣ ଲୋକଙ୍କ କାମରେ ଆସୁନାହିଁ। ଏଠାରେ ଥିବା ଏକମାତ୍ର ଏଟିଏମ ମେସିନଟି ପ୍ରାୟ ସମୟରେ ସଟର ପଡିଥିବାର ଦେଖାଯାଉଛି ଓ ବସିବା ଦିନଠାରୁ ଅଚଳ ଅଛି ବୋଲି ଗ୍ରାହକ ମାନେ ଅଭିଯୋଗ କରିଛନ୍ତି। ବାହାରେ ଥିବା ପ୍ରିଣ୍ଟିଂଗ ମେସିନଟି ମଧ୍ୟ ସେହିପରି ଅଚଳ ହୋଇଯାଇଛି।

ଦୂରଦୂରାନ୍ତରୁ ଆସୁଥିବା ବ୍ୟାଙ୍କ ଖାତାଧାରୀ ଠିକ ସେବା ନ ପାଇ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି। ଅନେକ ସମୟରେ କର୍ମଚାରୀମାନେ ଲିଙ୍କ ଫେଲ , ନୋ କ୍ୟାସ ଆଦି ଫଳକ ମାରି ବସିପଡୁଛନ୍ତି। ସେ ସମ୍ପର୍କରେ ଯଦି କୌଣସି ଗ୍ରାହକ ଅଭିଯୋଗ କରୁଛନ୍ତି ତେବେ ବ୍ୟାଙ୍କ କର୍ମଚାରୀମାନେ ସେମାନଙ୍କୁ ନାଲିଆଖି ଦେଖାଇ ଭୟଭୀତ କରୁଛନ୍ତି। ଏସମ୍ପର୍କରେ ଶାଖା ପ୍ରବନ୍ଧକଙ୍କୁ ବାରମ୍ବାର ଅଭିଯୋଗ ପରେ ସେ ଠିକ କରିବାପାଇଁ ଚିଠି ଲେଖିଛୁ କହି ଦାୟିତ୍ବରୁ ଖସି ଯାଉଛନ୍ତି। ବର୍ତ୍ତମାନ କରୋନା ମହାମାରୀ ସମୟରେ ଅନେକ ଲୋକ ଧାଡ଼ିବାନ୍ଧି ବହୁ ସମୟ ପର୍ଯ୍ୟନ୍ତ ଠିଆ ହୋଇରହୁଥିଲେ ମଧ୍ୟ ଉପଯୁକ୍ତ ସେବା ନପାଇ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଯଦି ଏହାର ସ୍ଥାୟୀ ପ୍ରତିକାର ନ କରାଯାଏ ତେବେ ଜନସାଧାରଣ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବେ।

Share Now:

Kalinga News Beuro

Next Post

ପୁରୀରେ ଭୟଙ୍କର ହେଉଛି କରୋନା: ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

Sun Sep 20 , 2020
ଭୁବନେଶ୍ୱର : ବରିଷ୍ଠ ଦଇତା ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ହୋଇଛି। ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସେ ହଠାତ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। […]
ସେବାୟତ ପ୍ରେମାନନ୍ଦ ଦାସମହାପାତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial