ପୁରୀରେ ଭୟଙ୍କର ହେଉଛି କରୋନା: ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

ସେବାୟତ ପ୍ରେମାନନ୍ଦ ଦାସମହାପାତ୍ର

ଭୁବନେଶ୍ୱର : ବରିଷ୍ଠ ଦଇତା ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ହୋଇଛି। ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସେ ହଠାତ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଶ୍ରୀ ଦାସମହାପାତ୍ର ପୂର୍ବରୁ ଦୀର୍ଘ ଦିନ ଧରି ଦଇତାପତି ନିଯୋଗର ସଂପାଦକ ଥିଲେ। ୨୦୧୫ ନବକଳେବର ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଉଲ୍ଲେଖଯୋଗ୍ୟ, ଶ୍ରୀ ଦାସମହାପାତ୍ର କରୋନା ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ୩ ଦିନ ତଳେ ଡିସଚାର୍ଜ ହୋଇଥିଲେ। ଏହାପରେ ସେ ଘରେ ସଙ୍ଗରୋଧରେ ଥିଲେ। ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପୁରୀରେ ଭୟଙ୍କର ହେଉଛି କରୋନା। ରଥଯାତ୍ରା ସମୟ ଓ ପରେ ସୁରକ୍ଷିତ ଥିବା ସେବକ ସମାଜ ହଠାତ୍‌ ଏବେ କ‌ରୋନା କବଳିତ ହୋଇପଡ଼ିଛନ୍ତି। ସେବକଙ୍କ ଘରେ ଘରେ ଏବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୧୫ ଦିନ ଭିତରେ ପ୍ରାୟ ୨ ଶହରୁ ଅଧିକ ସେବକ କରୋନା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏପରିକି ଜଣକ ପରେ ଜଣେ ସେବକଙ୍କ ମୃତ୍ୟୁ ହେଉଛି। ପୁରୀରେ ମୋଟ ମୃତ୍ୟୁରୁ ୫ ଜଣ ସେବକଙ୍କ ମୃତ୍ୟୁ ହୋଇସାରିଛି। କିଛି ସେବକ ଗୁରୁତର ଅସୁସ୍ଥ ମଧ୍ୟ ରହିଛନ୍ତି। ସେବକଙ୍କ ମଧ୍ୟରେ କରୋନା ବ୍ୟାପିବା ଏବେ ଚିନ୍ତାଜନକ ରହିଛି।

Share Now:

Kalinga News Beuro

Next Post

ହାବିଲଦାରଙ୍କ ଘରେ ନୂଆ ବୋହୂଙ୍କ ଝୁଲନ୍ତା ମୃତଦେହ

Sun Sep 20 , 2020
ଭୁବନେଶ୍ବର : ଶନିବାର ସକାଳେ ତମାଣ୍ଡୋ ଥାନାରେ କାର୍ଯ୍ୟରତ ହାବିଲଦାର ବିଜୟ ଗୋଚ୍ଛାୟତଙ୍କ ଘରୁ ତାଙ୍କ ବୋହୂ ବନ୍ଦନା ଜେନାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି। ବନ୍ଦନାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଫ୍ୟାନ୍‌ରେ ଝୁଲାଇ ଦିଆଯାଇଛି ବୋଲି ଅଭିଯୋଗ ହେବା ପରେ ପୁଲିସ ହାବିଲଦାରଙ୍କ ପୁଅ ଯାମିନୀକାନ୍ତଙ୍କୁ ଅଟକ ରଖିଛି। ଏକ ପୁଲିସ ପରିବାରରେ ମାତ୍ର ୭ ମାସର ନୂଆବୋହୂ ଅସ୍ବାଭାବିକ ଭାବେ […]
ନୂଆ ବୋହୂଙ୍କ ଝୁଲନ୍ତା ମୃତଦେହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial